ବାଲେଶ୍ୱର (୨୮.୦୪.୨୦୨୦)- ସାରା ବାଲେଶ୍ୱର ଜିଲ୍ଲାକୁ ଏବେ ମାଡିବସିଛି ପଶ୍ଚିମବଙ୍ଗ ଫେରନ୍ତା ପ୍ରବାସୀ ଓଡିଆଙ୍କ ଚିନ୍ତା । ଲୁଚିଲୁଚି ଦୈନନ୍ଦିନ ଅନେକେ ସୀମାଡେଇଁ ବାଲେଶ୍ୱର ମଧ୍ୟକୁ ପ୍ରବେଶ କରୁଛନ୍ତି ଅନେକ ଓଡିଆ । ଅନ୍ୟପଟେ ରକ୍ତ ଭଣ୍ଡାରର ରକ୍ତର ଅଭାବିକରଣ । ସବୁପରେବି ଉତ୍କଳ ଦିବସରୁ ଆଜିପର୍ଯ୍ୟନ୍ତ ଅନବରତ ରକ୍ତଦାନ ଶିବିର କରି ଓଡିଶାର ଅଗ୍ରଣି ସୁନାମଧନ୍ୟ ସାମାଜିକ ସଂଗଠନ “ଆଚ୍ଛା” ରକ୍ତର ଚାହିଦାକୁ ପୂରଣକରିବାକୁ ଦିନରାତିକୁ ଏକ୍ କରିଦେଇଛି । ଆଜି ବସ୍ତାଥାନା ଅନ୍ତର୍ଗତ ନଟାକଟା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଠାରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ରଙ୍କ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବଶିବିର ପରି ଆଜିମଧ୍ୟ ସାମାଜିକ ଦୂରତା,ସ୍ୱଚ୍ଛତା ଓ ମାସ୍କକୁ ଗୁରୁତ୍ୱ ଦେଇ ରକ୍ତଦାନର ଅଧିକାରୀ ଡଃ ବସନ୍ତ କୁମାର ଉପାଧ୍ୟାୟ ଓ ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ବସନ୍ତ କୁମାର ଜେନା, ଅକ୍ଷୟ କୁମାର ଜେନା, ଏଟେନ୍ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଦ୍ୟାଧର ସାହୁ ସହଯୋଗରେ ସରକାରୀ କଟକଣା ସତ୍ୱେ ୩୧ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରକୁ ହୃଶିକେଷ ଦେ ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନଶିବିରକୁ ଉଦଘାଟନ କରିଥିଲେ । ଅଞ୍ଚଳର ସମାଜସେବୀ ନିରଞ୍ଜନ ସାହୁ, କାଳିଚରଣ ସେନାପତି, ସୁଶିଲ କୁମାର ସେନାପତି, ଶ୍ରୀମତି ଦେବଶ୍ରୀ ଦେ, ସନ୍ତୋଷ କୁମାର ଦେ, ସାଗର କୁମାର ଜେନା, ଚନ୍ଦନ କୁମାର ଦେ ପ୍ରଭୃତି ସହଯୋଗ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର୍ ଅନ୍ତରର୍ଯ୍ୟମି ବେହେରା ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମପଞ୍ଜିକରଣ କରାଇଥିଲେ । ବିଶ୍ୱ ମହାମାରୀ କୋରୋନା ସମୟରେ ସାରା ଓଡିଶାର ୧୮୦ ଜଣ ବ୍ଲଡ ବ୍ୟାଙ୍କ କର୍ମଚାରୀ ସ୍ୱଳ୍ପ ଦରମାରେ ନିଜର ପରିବାରର ସୁରକ୍ଷାକୁ ପ୍ରାଧାନ୍ୟ ନଦେଇ ରକ୍ତହୀନତା ରୋଗୀ ଅଥବା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସୁସ୍ଥତା ପାଇଁ ଅହରହ ପରିଶ୍ରମ କରି ରକ୍ତ ଦାନ ଶିବିର ଦ୍ୱାରା ବିଭିନ୍ନ ଅପରିଚିତ ଲୋକ ମାନଙ୍କ ସଂସ୍ପର୍ଶରେ ଆସି ରକ୍ତ ଅଭାବକୁ ଦୂର କରିଥିବାରୁ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି ବାଲେଶ୍ୱର ବ୍ଲଡ ବ୍ୟାଙ୍କ କର୍ମଚାରିଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ ।
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023