ବାଲେଶ୍ୱର (୧୫.୦୪.୨୦୨୦) – ଆଚ୍ଛା ସଙ୍ଗଠନ ପକ୍ଷରୁ ହେଲ୍ପିଙ୍ଗ ହେଣ୍ଡସ୍ ସଙ୍ଗଠନ ସହାୟତାରେ ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତର ଥେଙ୍ଗଡିହା ୟୁପି ସ୍କୁଲ ଠାରେ ରକ୍ତଦାନ ଶିବିର କରାଯାଇଛିା ଏହି ରକ୍ତଦାନ ଶିବିରର ମୂଲ ଲକ୍ଷ ଥିଲା କି ଆଚ୍ଛା ସଙ୍ଗଠନ ବାରମ୍ବାର ଥାଲାସେମିଆ ପିଲାଙ୍କ ସୁସ୍ଥତା ପାଇଁ ପ୍ରଶାସନ ଠାରେ ଆନ୍ଦୋଳନ କରୁଛି ଏବଂ ଏହି ଗ୍ରାମର ୧୪ ବର୍ଷର କୁନି ଝିଅ କୁମାରୀ ପ୍ରାଚି ପ୍ରତ୍ୟାଶା ପ୍ରିୟଦର୍ଶନୀ ଯିଏ କି ଅଞ୍ଚଳର ସମସ୍ତଙ୍କର ଗେହ୍ଲି ଝିଅ ; ମାତ୍ର ଏବେଏବେ ନୂଆକରି ଥାଲାସେମିଆ ରୋଗରେ ପିଡିତ ଥିବାର ଜଣା ପଡିଛି । ତେଣୁ ସେହି କୁନିଝିଅର ସୁସ୍ଥତା ପାଇଁ ହେଲ୍ପିଙ୍ଗ ହେଣ୍ଡସ୍ ସଙ୍ଗଠନ ଆଜି ଆଚ୍ଛା ସଙ୍ଗଠନ ସହାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଯାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , କାଉନସିଲର ଶ୍ରୀମତୀ ସୁଚିସ୍ମିତା ଦାସ, ଲ୍ୟାବ ଟେଷ୍ଟ ଅଧିକାରୀଣୀ ସବ୍ନମ ଦାସ,ଏଟେନ୍ଡେନ୍ଟ ଅଜୟ କୁମାର ମହାପାତ୍ର ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ବସ୍ତା ଥାନା ଆଇ.ଆଇ.ସି. ଶ୍ରୀଯୁକ୍ତ ମାନସ କୁମାର ଦେଓ ଉଦ୍ଘାଟନ କରିବା ସହ ପ୍ରଥମ ରକ୍ତଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ, ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର ଅନ୍ତର୍ଯ୍ୟାମି ବେହେରା, ପ୍ରଦିପ ପ୍ରଧାନ, ମଳୟ ରଞ୍ଜନ ବେହେରା, ହେଲ୍ପିଙ୍ଗ ହେଣ୍ଡସ୍ ସଙ୍ଗଠନ ପକ୍ଷରୁ ସଭାପତି ପ୍ରଦିପ୍ତ କିଶ୍ୱୋର ପ୍ରଧାନ, ସମ୍ପାଦକ କମଳା କାନ୍ତ ସାହୁ, ଦୁର୍ଗା ଶଙ୍କର ପ୍ରଧାନ, ଗଣେଶ ଜେନା, ବିଶ୍ୱଜିତ ବେହେରା, ତପନ ମହାଳିକ, ସଙ୍ଗିତ ପଣ୍ଡା, ତପନ ଜେନା ପ୍ରଭୃତି ସହଯଗ କରିଥିଲେ । ଏହି ଶିବିରରେ ୫୭ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।