ପ୍ରତି ଘରକୁ ଜଳ ଯୋଗାଣ ପାଇଁ ସରକାର ଆରମ୍ଭ କରିଥିଲେ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ । ଉକ୍ତ ପ୍ରକଳ୍ପକୁ ସୁଚାରରୁପେ ପରିଚାଳନା କରିବା ପାଇଁ ପ୍ରତି ପଂଚାୟତରେ ଜଣେ ଜଣେ ପମ୍ପ ଡ୍ରାଇଭର ନିଯୁକ୍ତି କରାଯାଇଥିଲା । ଲୋକମାନେ କିପରି ଠିକ ଭାବରେ ଜଳ ପାଇପାରିବେ ସେଥିପାଇଁ ସେହି ଡ୍ରାଇଭର ମାନେ ପମ୍ପ ହାଉସରେ ଦୈନିକ ୧୦ ରୁ ୧୨ ଘଣ୍ଟା ନିୟୋଜିତ କରିଥାନ୍ତି । ମାତ୍ର ସେମାନଙ୍କୁ ଦୈନିକ ମଜୁରୀ ହିସାବରେ ମଧ୍ୟ ଦରମା ମିଳୁ ନଥିଲା ତେଣୁ ରେମୁଣା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ପମ୍ପ ଡ୍ରାଇଭର ମାନେ ମିଳିତ ଭାବରେ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଆବେଦନ କରିଥିଲେ । ଫଳରେ ଉଚ୍ଚ ନ୍ୟାୟାଳୟର ଚିଫ ଜଷ୍ଟିସ ଭି. ଗୋପଲା ଗୌଡା ଙ୍କ ନିର୍ଦ୍ଦେଶ କ୍ରମେ ଚାରି ସପ୍ତାହ ମଧ୍ୟରେ ଦୈନିକ ମଜୁରୀ ହିସାବରେ ତାଙ୍କର ସମସ୍ତ ବେତନ ଦେବାର ନିଷ୍ପତ୍ତି ହେବା ସଙ୍ଗେସଙ୍ଗ ପ୍ରତି ମାସ ସେମାନଙ୍କର ବେତନ ଦେଇଦେବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହା ପରେ ୨୦୧୫ ମସିହା ପର୍ଯ୍ୟନ୍ତ ସବୁ ଠିକ ଭାବରେ ପମ୍ପ ଡ୍ରାଇଭର ମାନଙ୍କୁ ବିଭାଗ ପକ୍ଷରୁ ବେତନ ଦିଆଯାଉଥିଲା ; ମାତ୍ର ୨୦୧୫ ମସିହା ଠାରୁ ପମ୍ପ ଡ୍ରାଇଭର ମାନଙ୍କୁ ବେତନ ଦିଆଯାଇନାହିଁ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବିଡ଼ିଓ ଅବମାନନା କରୁଥିବାରୁ ପମ୍ପ ଡ୍ରାଇଭର ମାନେ ନିରାଶ ହୋଇ ଆଚ୍ଛା ସଙ୍ଗଠନର ସହାୟତା ଲୋଡିଥିଲେ । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସଙ୍କ ନେତୃତ୍ୱରେ ଆଜି ପମ୍ପ ଡ୍ରାଇଭର ଗଣେଶ ନାୟକ, ପ୍ରବୀର ପାଣିଗ୍ରାହୀ, ପ୍ରଭାତ ଦାସ, ଅମୁଲ୍ୟ ସାହା, ଅର୍ଜୁନ ସିଂ, ଲକ୍ଷ୍ମଣ ସିଂ, ଉମାକାନ୍ତ ଜେନା, ପଞ୍ଚାନନ ସାହୁ, ରବୀନ୍ଦ୍ର ନାଥ ମହାନ୍ତି, ରାଖାଲ ସିଂ ପ୍ରଭୃତି ଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉକ୍ତ ଦାବିପତ୍ର ଗ୍ରହଣ କରିଥିଲେ ।
Activities
ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପରେ ନିୟୋଜିତ ଥିବା ପମ୍ପ ଡ୍ରାଇଭର ମାନଙ୍କ ହକ୍ ପାଇଁ ଲଢେଇ କଲା ଆଚ୍ଛା ସଙ୍ଗଠନ
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023