ବାଲେଶ୍ୱର ଅଂଚଳର ଜନସାଧାରଣଙ୍କ ଅନୁରୋଧ କ୍ରମେ ଆଜି ଆଚ୍ଛା ସଂଗଠନ ପ୍ରଭାଗୀୟ ଶ୍ରମ ଆୟୁ୍କ୍ତଙ୍କ ନିକଟରେ କିଛି ଦାବି ପୂର୍ବକ କିଛି ପ୍ରଶ୍ନ ରଖିଛି ଯଥା:- ୧) ଲେବର କାର୍ଡ଼ ଠିକ୍ ସମୟରେ ହୋଇନାହିଁ କାହିଁକି? ୨) ଲେବର କାର୍ଡ଼ ଲାଗି କାହିଁକି ୟୁନିୟନ ପଇସା ନେଉଛି? ୩) ଲେବର କାର୍ଡ଼ ଧାରୀଙ୍କ ପିଲାମାନଙ୍କୁ ଉପଯୁକ୍ତ ସମୟରେ ପାଠପଢ଼ା ପାଇଁ କାହିଁକି ଅର୍ଥ ମିଳୁନି? ୪) ଲେବର କାର୍ଡ଼ ଧାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାରକୁ ଠିକ୍ ସାହାର୍ଯ୍ୟ କାହିଁକି ମିଳୁନାହିଁ? ୫) ସମୟ ପରେ ସମୟ ଗଡ଼ି ଚାଲିଛି କିନ୍ତୁ କାହାକୁ ଲେବର କାର୍ଡ଼ ମିଳିପାରୁ ନାହିଁ କାହିଁକି? ୬) ଲେବର କାର୍ଡ଼ ଧାରୀଙ୍କୁ ସାଇକେଲ୍ ମିଳୁନାହିଁ କାହିଁକି? ୭) ନିଜେ ଊ.ଖ. ୠସକ୍ଷର କଲାପରେ କାହିଁକି ଊ.ଖ. କହୁଛନ୍ତି ୠସକ୍ଷର ପାଉନାହାନ୍ତି, ଏମିତି କାହିଁକି ହେଉଛି? ୮) ୧୫ ଦିନ ମଧ୍ୟରେ ଲେବର କାର୍ଡ଼ ହୁଏ କିନ୍ତୁ ୬ ମାସ ବିତିଗଲା ପରେ ବି ଲେବର କାର୍ଡ଼ ମିଳୁନାହିଁ କାହିଁକି? ଉକ୍ତ ପ୍ରଶ୍ନର ସଠିକ୍ ଓ ଆତ୍ମସନ୍ତୋଷ ଜନିତ ଉତର ଦେବା ସଙ୍ଗେ ସଙ୍ଗେ ଉକ୍ତ ଦାବୀ ସବୁ କେତେ ମଧ୍ୟରେ ପୂରଣ କରିବେ ସେ ବାବଦରେ ଏକ ଦାବୀପତ୍ର ଡ଼ି.ଏଲ୍.ସି. ଶ୍ରୀ ଘାସିରାମ ଟୁଡୁଙ୍କୁ ଆଚ୍ଛା ସଂଗଠନ ତରଫରୁ ଦିଆଯାଇଅଛି । ଉକ୍ତ ଦାବୀ ପତ୍ର ଉପରେ ଦୃଷ୍ଟି ଦେଇ ଯଥାଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ି.ଏଲ୍.ସି. ଶ୍ରୀ ଘାସିରାମ ଟୁଡୁ ପ୍ରକାଶ କରିଛନ୍ତି .
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023