Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ସମାଜରେ ମହିଳା ମାନଙ୍କୁ ସମ୍ମାନ ଦେବା ପାଇଁ ଶିକ୍ଷ୍ୟା ପ୍ରଦାନ କରିଥିବା ଶିକ୍ଷା ବିଭାଗ ଆଜି ନାରୀ ନିର୍ଯ୍ୟାତନାକାରୀଙ୍କୁ ସୁରକ୍ଷା ଦେଉଛି : ଆଚ୍ଛା ସଙ୍ଗଠନ

By September 9, 2021January 5th, 2023No Comments

କେନ୍ଦୁଝର (୦୯/୦୯/୨୦୨୧ ):ଆଜି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସଙ୍କ ନେତୃତ୍ୱରେ ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ସମରେନ୍ଦ୍ର ମିଶ୍ର, ସକଳ ଜେନା ଓ ପ୍ରଶାନ୍ତ ଖଣ୍ଡଙ୍କ ଦ୍ଵାରା ପ୍ରଦାନ କରାଯାଇଛି। ସୂଚନାନୁସାରେ ଗତ ତା- ୨୮/୦୬/୨୦୨୧ ରିଖ ଦିନ ପ୍ରାୟତଃ ସାଢ଼େ ୧୧ ଟା ସମୟରେ ଘଷିପୁରା ବ୍ଲକ ଶିକ୍ଷ୍ୟା ବିଭାଗ ଅଧିନସ୍ଥ ରୁଦ୍ରନାରାୟନପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମଙ୍ଗେଶ କୁମାର ବେହେରା ଉକ୍ତ ବିଦ୍ୟାଳୟର କନିଷ୍ଠା ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଏବଂ ମାନସିକ କ୍ଷତି ପହଞ୍ଚାଇ ଥିବା ଖବର ଆଚ୍ଛା ସଙ୍ଗଠନ ଜାଣିବା ପରେ ଉକ୍ତ ଘଟଣାକୁ ଜାଣିବାକୁ ପ୍ରଚେଷ୍ଟା କରିଥିଲା କାରଣ ଜଣେ ମହିଳାଙ୍କ ସୁରକ୍ଷା ଆଚ୍ଛା ସଙ୍ଗଠନର ପ୍ରାଧାନ୍ୟ ବୋଲି ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।

ଉକ୍ତ ଘଟଣାରେ ସଙ୍ଗଠନ ପ୍ରମାଣ ସହ ଜାଣିବାକୁ ପାଇଥିଲା କି ରୁଦ୍ରନାରାୟନପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିରୋଦପ୍ରଭା ରାୟ ଏବଂ ସହକାରୀ ଶିକ୍ଷକ ମଙ୍ଗେଶ କୁମାର ବେହେରା ପିଡିତା ଶିକ୍ଷୟିତ୍ରୀଙ୍କର ଅପହରଣ କରିବା ବାବଦରେ ଫୋନ ଯୋଗେ ପୁର୍ବ ବର୍ତ୍ତାଳାପ କରୁଥିଲେ । ଏହାପରେ ଏହି ଘଟଣା ଘଟିବା କଉଠି ନା କଉଠି ବାସ୍ତବତାର ପ୍ରମାଣ ପ୍ରଦାନ କରୁଛି । ପୁନଶ୍ଚ ଜାଣିବାକୁ ପାଇଥିଲେ କି ଉକ୍ତ ମଙ୍ଗେଶ କୁମାର ବେହେରା ପୂର୍ବରୁ ଥରେ ସସପେଣ୍ଡ ହେଲାପରେ ପୁଣି ସେହି ବିଦ୍ୟାଳୟରେ ଅବସ୍ଥାପିତ ହେବା ଏବଂ ସେ ନିଜକୁ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟର ଅଫିସରଙ୍କ ସହ ଉତ୍ତମ ସମ୍ପର୍କରେ ଥିବା କହିବା ଯାହା ପ୍ରମାଣିତ କରୁଅଛି କି ଏହା କଉଠି ନା କଉଠି ବ୍ଲକ ଶିକ୍ଷା ବିଭାଗର ସମ୍ପୃକ୍ତିକୁ ଦର୍ଶାଉଛି । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ଶ୍ରୀ ଦାସ ଏହାପରେ ଘଷିପୁରା ବି ଡ଼ି ଓ ଅସିତ କୁମାର ମହାନ୍ତିଙ୍କୁ ଭେଟି ଘଟଣା ବାବଦରେ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ ଏବଂ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ବି ଡ଼ି ଓ ଶ୍ରୀ ମହାନ୍ତି ତୁରନ୍ତ ଏହି ଘଟଣାକୁ ଭାରପ୍ରାପ୍ତ ଏ ବି ଡ଼ି ଓ ଶ୍ରୀମତୀ ମେନକା ମାରାଣ୍ଡିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ନାମା ଦେଇଥିଲେ । ଶ୍ରୀମତୀ ମାରାଣ୍ଡିଙ୍କ ଦ୍ୱାରା ଏହା ତଦନ୍ତ କରାଯାଇ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆଧାରରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ମହାନ୍ତି ଆଚ୍ଛା ସଂଗଠନର ପ୍ରଦେଶ ସଭାପତି ଶ୍ରୀ ଦାସଙ୍କୁ କହିଛନ୍ତି । ଆଚ୍ଛା ସଙ୍ଗଠନ ପାଇଁ ମହିଳା ମାନଙ୍କ ସୁରକ୍ଷା ପ୍ରାଧାନ୍ୟ ବୋଲି ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ପ୍ରକାଶ କରିଛନ୍ତି।

Leave a Reply