Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର, ତା୦୨.୧୧.୨୦୧୯ରିଖ, ସାରା ଓଡ଼ିଶାରେ ଥାଲସେମିଆ ରୋଗ ପାଇଁ କୁନି କୁନି ପିଲାମାନଙ୍କର ୧୮-୨୦ ବର୍ଷ ମଧ୍ୟରେ ଜୀବନ ଯାଉଛି । ଏହି ରୋଗରେ ପିଲାମାନଙ୍କ ଶରୀରରେ ରକ୍ତ ନଷ୍ଟ ହୋଇଯାଏ । ଯାହା କାରଣରୁ ସେମାନଙ୍କୁ ବାରମ୍ବାର ରକ୍ତ ନେବାକୁ ପଡ଼ି ଥାଏ । କିନ୍ତୁ ଏହି ରକ୍ତ ନେବା ମଧ୍ୟରେ ସେମାନଙ୍କୁ ହୋଲ୍ ବ୍ଲଡ଼୍ ଦିଆଯାଇଥାଏ । ମାତ୍ର ଡାକ୍ତରୀ ବିଜ୍ଞାନର ଗବେଷଣା ପରେ ସମ୍ ହସ୍ପିଟାଲ୍‌ର ହେମାଟୋଲଜିଷ୍ଟ ଡ. ହେମଲତା ଦାସ; ଏହି ରୋଗରେ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ ଏବଂ ଏହି ରୋଗ କିପରି ଭବିଷ୍ୟତରେ ନ ହେବ, ସେ ବାବଦରେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ହୋଲ ବ୍ଲଡ଼୍ ପାଇଁ ଥାଲସେମିଆ ରୋଗୀଙ୍କ ଶରୀରର ଲିଭର୍‌, ପ୍ଲିହା, ହାର୍ଟ୍‌, ଅନାଳଗ୍ରନ୍ଥୀ, ଅଣ୍ଡକୋଷ / ଡିମ୍ବକୋଷ ପ୍ରଭୃତିରେ ଆଇରନ୍ ଅଧିକ ହୋଇଯାଏ । ଯାହା ପାଇଁ ସେମାନଙ୍କର ଜୀବନ ଯାଇଥାଏ । ଏମାନଙ୍କୁ ହୋଲ୍ ବ୍ଲଡ଼୍ ବଦଳରେ ପେକ୍‌ଡ ବ୍ଲଡ଼୍ ନେବାର ଆବଶ୍ୟକତା ଥାଏ । ଗତ ଦେଢ଼ ବର୍ଷ ପୂର୍ବରୁ ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସି ପ୍ରତିଶୃତି ଦେଇଥିଲେ, ଏକମାସ ମଧ୍ୟରେ ବାଲେଶ୍ୱରରେ ପେକ୍‌ଡ ବ୍ଲଡ଼୍ ଷ୍ଟୋର୍ ପ୍ରସ୍ତୁତ ହେବ । ମାତ୍ର ଦେଢ଼ ବର୍ଷ ବିତିଗଲା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ହୋଇନାହିଁ । ଏହି ଘଟଣା ଆଚ୍ଛା ସଂଗଠନ ନଜରକୁ ଆସିଲା ପରେ ଆଜି ସଂଗଠନ; ଜିଲ୍ଲା ଚିକିତ୍ସାଧିକାରୀ ବାନାର୍ଜୀ ପ୍ରସାଦ ଛୋଟରାୟ ଙ୍କ ଜରିଆରେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି, ଆଗାମୀ ଏକମାସ ମଧ୍ୟରେ ଏହି ରୋଗୀମାନଙ୍କ ସୁସ୍ଥତା ପାଇଁ ସରକାର ଉଚିତ ପଦକ୍ଷେପ ନ ନେଲେ ଆଚ୍ଛା ସଂଗଠନ ପକ୍ଷରୁ ସମସ୍ତ ଅଭିଭାବକ ମାନଙ୍କ ସହ ଦିବାରାତ୍ର ଆମରଣ ଅନଶନରେ ବସିବେ ।

Leave a Reply