ବାଲେଶ୍ୱର (୦୬.୦୪.୨୦୨୦) – ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ତାଲାବନ୍ଦରେ ରକ୍ତ ଦାନ ଶିବିର କରାଇବା ପାଇଁ ଅନୁମତି ନଥିବା ମୁହୁର୍ତ୍ତରେ ସାମାଜିକ ସଙ୍ଗଠନ ଆଚ୍ଛା କୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଦାନ ଶିବିର କରାଇ ରକ୍ତ ସଂଗ୍ରହ କରାଇବା ପାଇଁ ଅନୁମତି ଦିଆଯାଇଥିଲା । ଏହି ଅନୁମତିରେ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତା ବ୍ୟବହାର କାରି ପ୍ରତିଦିନ ସର୍ବାଧିକ ୩୦ ୟୁନିଟ୍ କରାଇବା ପାଇଁ ଆଦେଶ ଦିଆଯାଇଥିଲା । ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ସମାଜସେବୀ ଡ. ବେଣୁମାଧବ ପଣ୍ଡାଙ୍କ ସହୋଯଗରେ ବାହାନଗା ବ୍ଲକର ବାହାନଗା ପାଞ୍ଚାୟତର ଗନ୍ଧିଣା ବାତ୍ୟା ଆଶ୍ରୟ ସ୍ଥଳି ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା, ସାୟଦ ଦିଲଦାର, ଏଟେନ୍ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ଗ୍ରାମର ଯୁବ ସମାଜସେବୀ ଶ୍ରୀଯୁକ୍ତ ପ୍ରସନ୍ନଜିତ ସାହୁ ଉଦ୍ଘାଟନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଅନ୍ତର୍ଯ୍ୟାମି ବେହେରା ସହଯଗ କରିଥିଲେ । ଏହି ଶିବିରରେ ବିକାଶ ସାହୁ, ସୁବ୍ରତ ସାହୁ, ରାଜେଶ ସାହୁ, ଚନ୍ଦନ ସାହୁ, ସଞ୍ଜିବ କୁମାର ମହାନ୍ତି, ସୁପ୍ରିୟ ରାଉତ, ଶରସ୍ୱତୀ ବେହେରା, ମିଲିକା ମଞ୍ଜରୀ ଜେନା, ସତ୍ୟଭାମା ଭୁୟାଁ ପ୍ରଭୃତି ୪୮ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।
Activities
ଆଚ୍ଛା ସଙ୍ଗଠନର ପକ୍ଷରୁ କରୋନା ସଂକ୍ରମଣ ପାଇଁ ସଚେତନତା ଅବଲମ୍ବନ କରି ଗନ୍ଧିଣା ବାତ୍ୟା ଆଶ୍ରୟ ସ୍ଥଳି ଠାରେ ରକ୍ତଦାନ ଶିବିର କରାଯାଇଛି
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023