ବାଲେଶ୍ୱର (୦୧.୦୫.୨୦୨୦)- କୋଭିଡ-୧୯ ର ମୁକାବିଲା ଆଜି ସାରା ବିଶ୍ୱ କରୁଛି, ମାତ୍ର ଏପରି ଏକ ଘଡିସନ୍ଧି ମୁୁହୁର୍ତ୍ତରେ ସାଧାରଣ ଗରିବ ଲୋକମାନଙ୍କ ସହାୟତାରେ ଆଗେଇ ଆସିଛି ସାମାଜିକ ସଂଗଠନ ଆଚ୍ଛା (ଆକ୍ସନ ଏଗ୍ନେଷ୍ଟ କୋରପ୍ସନ୍ ଏଣ୍ଡ ହେଲ୍ପି ଫର ହେଲ୍ପଲେସ ଆସୋସିଏସନ) । ଚାଇନ ପ୍ରଦେଶର ଉହାନ ଠାରୁ ବାଲେଶ୍ୱର କେତେବାଟ ସ୍ୱପ୍ନରେ କଳ୍ପନା କରିବା ଭାରିକଷ୍ଟକର କିନ୍ତୁ ଦୁଃଖର ବିଷୟ କରୋନା ଆଜି ବାଲେଶ୍ୱର ଜିଲ୍ଳାରେ ତାର ଶାଖାମେଲେଇ ସାରିଲାଣି । ଆଜି ବାଲେଶ୍ୱରର ନୀଳଗିରି ବ୍ଲକର ଗରଡି ପଞ୍ଚାୟତରେ ହାଇଟେକ୍ ମେଡିକାଲ କଲେଜ ଦାନ୍ତ ବିଭାଗର ଉପାଧ୍ୟକ୍ଷ ଡାକ୍ତର ସୁବାଷ ଚନ୍ଦ୍ର ନାୟକଙ୍କ ସହଯୋଗରେ ସ୍ଥାନୀୟ ଗରିବ ଜନସାଧାରଣଙ୍କୁ ଆଳୁ, ପିଆଜ, ରସୁଣ, ଅଦା,ଲୁଣ, ରିଫାଇନ ପେକେଟ, ସୟାବିନ, ପୋଟଳ, ବିଲାତି, ଭେଣ୍ଡି, କୁନ୍ଦୁରି, ବୋଇତାଳୁ, ଲଙ୍କା, କଲରା ପ୍ରଭୃତି ବଣ୍ଟନ କରାଯିବା ସହ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଓ ସଂପାଦକ ରଣଜିତ୍ କୁମାର ପୃଷ୍ଟି ବୁଝାଇଥିଲେ ଏବଂ ଉପସଭାପତି ଅମିତ ଦାସ ମହାପାତ୍ର, ସଂଯୋଜକ ରାକେଶ କୁମାର ଶିଅଳ, ସମାଜସେବୀ ଶିବ ସେଠି ପ୍ରଭୃତି ସାମାଜିକ ଦୂରତାର ଉପାଦେୟତା ବୁଝାଇଥିଲେ । ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ , ଉପ‐ସ୍ୱାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା , ଜ୍ଞାନ ରଞ୍ଜନ ଦାସ, ସଂଯୋଜକ ମୋନାଲିଶା ମହାନ୍ତି, ଅରୁନ୍ଧତୀ ଦାସ ପ୍ରଭୃତି ଉପସ୍ଥିତ ଥିବା ସହ ଏହିପରି ସାଧାରଣ ଲୋକ ମାନଙ୍କର ଅସୁବିଧାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ ।
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ଡାକ୍ତର ସୁବାଷ ଚନ୍ଦ୍ର ନାୟକଙ୍କ ସହାୟତାରେ ଶୁଖିଲା ଖାଦ୍ୟ ଓ ପରିବା ବଣ୍ଟନ ସହ ସଚେତନାତା କାର୍ଯ୍ୟକ୍ରମ
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023