Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୨୦.୦୪.୨୦୨୦) – ବିଶ୍ୱମହାମାରୀ କରୋନାରେ ବିଳମ୍ବରେ ହେଲେମଧ୍ୟ ବାଲେଶ୍ୱର ବାଦ୍ ପଡିନି । ସବିଶେଷ ବିବରଣୀ ଅନୁଯାୟୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିସାରିଲାଣି । ସାମାଜିକ ସଂଗଠନ ଆଚ୍ଛା ଦୈନନ୍ଦିନ ରକ୍ତଦାନଶିବିର କରାଇଆସୁଥିବାବେଳେ ଆଜି ଆଚ୍ଛା ସଂଗଠନର ଆବାହକ ଅଜୟ ନାୟକଙ୍କ ନେତୃତ୍ୱରେ ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଓ ସଂପାଦକ ରଣଜିତ୍ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ସ୍ଥାନୀୟ ପାତ୍ରପଡା ପଞ୍ଚାୟତର ଦେୱାନ ପୋଖରୀର ତଳିଆ ବସ୍ତି ଅଞ୍ଚଳରେ ବ୍ରଜେଶ୍ୱରୀ ରାଉତ ଓ ସବିତା ଦାସ ପ୍ରଥମେ ସାବୁନ ପାଣିରେ ହାତଧୁଆଇଥିଲେ ଓ ପରେ ଉଭୟ ନାରୀ ଓ ପୁରୁଷ ମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ଏଭଳି ପରିସ୍ଥିତିରେ ନିଜଘରେ ରହି କିଭଳି ଭାବରେ କରୋନା ସହିତ ମୁକାବିଲା କରିହେବ ତଥା କରୋନାକୁ ଭୟନକରି ସଚେତନରହିବାକୁ ସଂଗଠନର ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ ଓ ସନାତନ ବାରିକ୍ କହିଥିଲେ । ଉପ ସ୍ୱାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା ,ସଂଯୋଜକ ତନ୍ମୟ ଜେନା,ରାକେଶ ଶିଅଳ, ପ୍ରଶାନ୍ତ ନାୟକ,ଚିନ୍ତାମଣି ଦାସ ପ୍ରଭୃତି ଏହିକାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply