Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର, ତା ୧୮.୧୧.୨୦୧୯ରିଖ, ଗତ ନଅ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟରେ ଶହେ ଜଣ ଥାଲସେମିଆ ରୋଗୀମାନଙ୍କର ଏଚ୍‌.ଆଇ.ଭି. ପରିକ୍ଷଣ ପରେ ସତୁରୀ ଜଣ ପିଲା ଏଚ୍‌.ଆଇ.ଭି. ପଜେଟିଭ ଆକ୍ରାନ୍ତ ଥିବାର ଜଣା ପଡିଛି । ଏହା ଆକ୍ରାନ୍ତ ହେବା ପଛରେ ଚିକିତ୍ସ୍ୟାଳୟର କତୃପକ୍ଷଙ୍କର ଅବହେଳା ବୋଲି ଦର୍ଶାଇ ଅବିଭାବକ ମାନେ ଆଚ୍ଛା ସଙ୍ଗଠନରେ ଅଭିଯୋଗ କରିଥିଲେ । ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ସଂଯୋଜକ ରାକେଶ କୁମାର ଶିଅଳ ଓ ଉଦୟ ଭାନୁ ନାୟକ ପ୍ରଭୃତି ଏକ ଟିମ୍ ଆସି ଆଜି ଚିକିତ୍ସ୍ୟାଳୟର ଶିଶୁ ଭବନରେ ବୁଲି ଦେଖିବାକୁ ପାଇଥିଲୁ ଯେ, ଗୋଟିଏ ସେଲାଇନ୍ ବୋତଲରୁ ସମାନ ସିରିଞ୍ଚରେ ସମସ୍ତ ଶିଶୁଙ୍କୁ ତାଙ୍କ ନିଜ ନିଜ ସିରିଞ୍ଚରୁ ପାଣି ଦେଉଛନ୍ତି; ଯାହା ଦ୍ୱାରାକି ଥାଲସେମିଆ ଶିଶୁଙ୍କର ଏଚ୍‌.ଆଇ.ଭି. ପ୍ରସାରିତ ହେଉଅଛି । ଏହି ଘଟଣାଟି ଆଚ୍ଛା ସଙ୍ଗଠନର ଟିମ୍ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଜଣାଇବାରୁ ଶିଶୁଙ୍କୁ ରକ୍ତ ଦେଉଥିବା ବ୍ୟକ୍ତି ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ଶିଶୁ ମାନଙ୍କୁ ଛାଡି ଅନୁପସ୍ଥିତ ଥିଲେ । ରୋଗିମାନଙ୍କ ଅବିଭାବକ ମାନଙ୍କ ଅସନ୍ତୋସକୁ ଦେଖି ଆଚ୍ଛା ସଙ୍ଗଠନର କାର୍ଯ୍ୟକର୍ତ୍ତା କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଅବଗତ କରାଇବାରୁ ଉଭୟେ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି ଅଶାଳିନ ବ୍ୟବହାର ପ୍ରଦର୍ଶନ କାରିଥିଲେ । ଏହା ବାବଦରେ ସଙ୍ଗଠନର ପକ୍ଷରୁ ହସପିଟାଲ ସୁପରିଟେଣ୍ଡେଣ୍ଟ ସୁଧିର କୁମାର ଘୋଷଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି । ଯାହାର ଚିଠି ନମ୍ବର ୧୬୭୫ / ୧୮.୧୧.୨୦୧୯ । ଅପରପକ୍ଷେ ଆଚ୍ଛା ସଙ୍ଗଠନର ପକ୍ଷରୁ କୁହାଯାଇଛି କି, ଘଟଣା ବାବଦରେ ତଦନ୍ତ କରି କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ ନକଲେ ସଙ୍ଗଠନ ୫ଞ (୫ଟି) ସଚିବଙ୍କ ନଜରକୁ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କ ଡ୍ୟୁଟିରେ ଅବହେଳା ବାବଦରେ ଅବଗତ କାରାଇବେ ଏବଂ ଶିଶୁ ମାନେ ରକ୍ତ ନେଲା ସମୟରେ ସାବଧାନର ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣକରିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply