କଟକ (୩୧/୦୫): ସାରା ବିଶ୍ୱରେ କରୋନା ଦିନକୁ ଦିନ ତାର କାୟାବିସ୍ତାର କରିବାରେ ଲାଗିଛି । ପାହାଚ ପରେ ପାହାଚ ଚଢି ଚାଲିଛି କରୋନା ସଂକ୍ରମଣ । କେହି ତାର ପ୍ରତିରୋଧ କରି ପାରୁନାହାନ୍ତି । ଜ୍ଞାନ ବିଜ୍ଞାନ ସବୁ ହାର ମାନିଛି । ବିଶ୍ୱର ସର୍ବଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମନୁଷ୍ୟ ଶେଷରେ ନତମସ୍ତ ହୋଇଛି କରୋନା ପ୍ରଭାବରେ । ସମସ୍ୟା ବଢ଼ିବାରେ ଲାଗିଛି । ଏଥିରୁ ବାଦ ଯାଇନି କଟକ ସହର । କଟକରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାର କରିଥିବା ନିୟମକୁ ମାନିଲେ ହିଁ ଏଥିରୁ ରକ୍ଷା ମିଳିବ । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରଶଂସନୀୟ କାର୍ଯ୍ୟ କରାଯାଉଛି । ଘରଘର ବୁଲି ସାନିଟାଇଜେସନ କରିବା ସହ ଅସହାୟମାନଙ୍କ ସାହାରା ପାଲଟିଛନ୍ତି ଆଚ୍ଛା ସଙ୍ଗଠନର କର୍ମୀମାନେ । ସଟ୍ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହିବା ପରିସ୍ଥତି ଥିବା ଲୋକଙ୍କୁ ଆଚ୍ଛା ସଙ୍ଗଠନ ସଦାସର୍ବଦା ସହଯୋଗର ହାତ ବଢାଇଛି । ଆଚ୍ଛା ସଙ୍ଗଠନର କଟକ ଜିଲ୍ଲା କର୍ମୀମାନଙ୍କ ସହଯୋଗରେ ଆଜି ରାତ୍ରି ସମୟରେ କଟକ ସହରର ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଅସହାୟଙ୍କୁ ସହଯୋଗର ହାତ ବଢାଇ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି । ଏଥିରେ ଆଚ୍ଛା ସଙ୍ଗଠନର ପ୍ରଦେଶ ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ, କଟକ ଜିଲ୍ଳା ସଭାପତି ଅଲେଖ ମହାନ୍ତି, କଟକ ଜିଲ୍ଲା ଉପ-ସଭପତି ଲୋକନାଥ ବେହେରା ଓ ସତ୍ୟଜିତ ସେନାପତି, ଯୁଗ୍ମ ସମ୍ପାଦକ ଆଶିଷ କୁମାର ପାଇଟଲ୍, ରାଜେଶ କୁମାର ମହାନ୍ତି, ଜିଲ୍ଲା ପ୍ରବକ୍ତା ରାଜେଶ କୁମାର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ମାନସ ଦାସ, ସଂଯୋଜିକା ବାନ୍ଦିତା ପାତ୍ର, ଝୁନୁ ବେହେରା, ସଙ୍ଗିତା ସୁତାର, ଉପାଶନା ବେହେରା, ସଂଯୋଜକ ସୌମ୍ୟ ରଞ୍ଜନ ବେହେରା, ବିଶ୍ୱଜିତ୍ ନାୟକ, ଅମରନାଥ ସାହୁ, ସତ୍ୟଜିତ୍ ପରିଡା, ସୌମେନ୍ଦ୍ର ସାହୁ, ରାକେଶ ମହାରଣା ପ୍ରଭୃତି ଉପସ୍ଥିତ ରହି ରନ୍ଧା ଖାଦ୍ୟ ବାଣ୍ଟିବା ସହ ବିଶ୍ୱ ମହାମାରୀ କରୋନା ସମୟରେ କିଭଳି ସଚେତନ ରହିବା, ମାକ୍ସ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ସର୍ବମୋଟ କିପରି ପରିଷ୍କାର ପରିଚ୍ଛନ ରହି କରୋନାକୁ ଦୂର କରିବା ଏହି ବାବଦରେ ଲୋକ ମାନଙ୍କୁ ବୁଝାଇଥିଲେ ।
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023