ଦିନ-କ-ୁଦିନ ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବା ବେଳେ ରକ୍ତ ଭଣ୍ଡାରକୁ ରକ୍ତର ସଂଗ୍ରହ କମି କମି ଚାଲିଛି । ପ୍ରତିଦିନ ରକ୍ତ ଭଣ୍ଡାରରେ ରକ୍ତ ଅବଶ୍ୟକ କରୁଥିବା ରୋଗୀ ମାନଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି । ବହୁଳ ମାତ୍ରାରେ ରକ୍ତର ଆବଶ୍ୟକ କରୁଥିବା ରୋଗୀ ମାନେ ହେଉଛନ୍ତି ଥାଲାସେମିଆ ରୋଗୀ ମାନେ । ଆଚ୍ଛା ସଙ୍ଗଠନ ପ୍ରଥମରୁ ଥାଲାସେମିଆ ରୋଗୀ ମାନଙ୍କ ସୁସ୍ଥତା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଆନ୍ଦୋଳନ କରିଆସିଅଛି । ଏଣୁ ଆଜି ବିଶ୍ୱ ଥାଲାସେମିଆ ଦିବଷ ଅବସରେ ଆଚ୍ଛା ସଙ୍ଗଠନ ପକ୍ଷରୁ ରେମୁଣା ବ୍ଲକ ଅଧିନସ୍ଥ ମହାରାଜପୁର ପଞ୍ଚାୟତ ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିରକୁ ରେମୁଣା ପଞ୍ଚାୟତ ସମିତିର ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ । ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ, ବିଜାୟ ପଟ୍ଟନାୟାକ, ଜ୍ୟୋତିଶ୍ ପ୍ରଧାନ , ବିଜୟ ବଳ ଓ ହରିଶ୍ ଚନ୍ଦ୍ର ମହାପାତ୍ର ପ୍ରବୃତ୍ତି ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରାଜେନ୍ଦ୍ର ପାତ୍ର, ସଙ୍ଗଠନର ସକ୍ରିୟ ସଦଶ୍ୟା ତଥା ଏସ୍ ଆର୍ ବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ର ସଭାପତି ସଞ୍ଜୁକ୍ତା ରାଣୀ ବେହେରା, ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ, ଜଳଧର ଜେନା, ଗଜେନ୍ଦ୍ର ପାତ୍ର, ତପନ ପାଣିଗ୍ରାହୀ, ରମେଶ ଦାସ, ପୁର୍ଣ୍ଣଚନ୍ଦ୍ର ଦାସ, ଅନିତା ନାୟକ, ବବିତା ଶିଅଳ, ଗୀତାଞ୍ଜଳୀ ନାୟକ ପ୍ରଭୃତି ଉପସ୍ଥିତ ରହି ମୋଟ୍ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।
You May Also Like
 Activities
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

 mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

 mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

 mail@isolutionindia.inJanuary 9, 2023
 
				
