ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଅନ୍ତର୍ଗତ ମହାରାଜାପୁରରେ ରହୁଥିବା ଉପେନ୍ଦ୍ର ଦାସ ଓ ମିନତୀ ଦାସଙ୍କ ଝିଅ ଶକୁନ୍ତଳା ଦାସ। ତାଙ୍କର ଦୁଇ ଝିଅ ମଧ୍ୟରୁ ଶକୁନ୍ତଳା ବଡ ଝିଅ। ସେ ସପ୍ତମ ଶ୍ରେଣୀର ଛାତ୍ରୀ। ଉପେନ୍ଦ୍ର ଦାସ ଜଣେ ଦିନ ମଜୁରିଆ। ଚାଳ ଛପର ଘରେ ବିତୁଛି ଜୀବନ। ଖଟିଲେ ତାଙ୍କ ପରିବାର ଚଳେ। ତେବେ ନିକଟରେ ଉପେନ୍ଦ୍ରଙ୍କ ପେଟ ଅପରେସନ୍ ହୋଇଛି । ୨୦୧୦ ମସିହା ନଭେମ୍ବର ୧୬ ରେ ଶକୁନ୍ତଳାଙ୍କ ଜନ୍ମ। ଶକୁନ୍ତଳା ଜନ୍ମ ପରେ ହାର୍ଟରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ହାର୍ଟ ଚେକ୍ ଅପ୍ କରାଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ ପରେ ହାର୍ଟ ଇକୋ କରିଥିଲେ । ସେତେବେଳେ ହାର୍ଟରେ ୬ ଏମ୍ ଏମ୍ ର ହୋଲ ରହିଥିଲା। ପରବର୍ତ୍ତୀ ସମୟରେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଥିଲେ। ଏବେ ଶକୁନ୍ତଳାର ବୟସ ୧୧ ବର୍ଷ ବର୍ତ୍ତମାନ ଜ୍ଵର ହେବା ପରେ ଶକୁନ୍ତଳାଙ୍କ ବାପା ବାଲେଶ୍ଵର ମୁଖ୍ୟ ହସପିଟାଲ୍ ଭର୍ତ୍ତି କରାଇଥିଲେ। ମାତ୍ର ଡାକ୍ତର ତାଙ୍କୁ କଟକ ରେଫର୍ କରିଥିଲେ। ସେଠାରେ ଡାକ୍ତର ହାର୍ଟ ଇକୋ ପାଇଁ ପରାମର୍ଶ ଦେଇଥିଲେ। ପରାମର୍ଶ ଅନୁଯାୟୀ ଉପେନ୍ଦ୍ର ଝିଅର ହାର୍ଟ ଇକୋ ପରୀକ୍ଷା କରାଇବା ପରେ ୭ ଏମ୍ ଏମ୍ ର ହୋଲ ରିପୋର୍ଟରେ ବାହାରିଛି। ତେବେ ବର୍ତ୍ତମାନ ଝିଅର ହାର୍ଟ ଚିକିତ୍ସା ପାଇଁ ଚିନ୍ତାରେ ଅଛନ୍ତି ପରିବାର। ଅର୍ଥିକ ସହାୟତା ପାଇଁ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଅନେକ ଥର ଭେଟିବାକୁ ଆସି ନିରାଶ ହୋଇଛନ୍ତି ପରିବାର। ଶକୁନ୍ତଳାର ହାର୍ଟ ରିପୋର୍ଟର ଜେରକ୍ସ ଓ ଏକ ନିବେଦନ ପତ୍ର ମାଧ୍ୟମରେ ଝିଅର ଉଚ୍ଚସ୍ତରୀୟ ଚିକିତ୍ସା କରାଇବାକୁ ନିବେଦନ କରିଛନ୍ତି। ତେବେ ଅର୍ଥିକ ତଥା ଚିକିତ୍ସା ସହାୟତା ପାଇଁ ଶକୁନ୍ତଳାଙ୍କ ବାପାମାଆ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟିବାକୁ ଆସି ନିରାଶ ହେବା ପରେ ଏନେଇ ଆଚ୍ଛା ସଂଗଠନକୁ ଜଣାଇଥିଲେ। ଆଚ୍ଛା ସଂଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରାଜେନ୍ଦ୍ର ପାତ୍ର, ରମେଶ ଦାସ, ସମାଜ ସେବୀ ସଂଯୁକ୍ତା ରାଣୀ ବେହେରା ଶନିବାର ଦିନ ଜିଲ୍ଲାପାଳ ଓ ସିଡିଏମଙ୍କୁ ଭେଟି ଶକୁନ୍ତଳାଙ୍କ ଉଚ୍ଚସ୍ତରୀୟ ହାର୍ଟ ଚିକିତ୍ସା ପାଇଁ ଆଲୋଚନା କରିଥିଲେ।
You May Also Like
 Activities
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

 mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

 mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

 mail@isolutionindia.inJanuary 9, 2023
 
				
