(୦୮/୦୬) – ପ୍ରତି ନିର୍ବାଚନ ସମୟରେ ନେତାମାନେ ବାରମ୍ବାର କୁହନ୍ତି କି ପ୍ରତ୍ୟେକ ଗ୍ରାମରେ ପକ୍କା ସଡକ କରାଇଦେବୁ, ଯାତାୟତର ସୁବିଧା କରାଇବୁ; ଏହିଭଳି କିଛି ପ୍ରତିଶୃତି ଦେଇଥାନ୍ତି ମାତ୍ର ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ୪ ନମ୍ବର ଓାର୍ଡରେ ୨୦୦ ଲୋକଙ୍କ ଯାତାୟତର ମୁଖ୍ୟ ରାସ୍ତା ବର୍ଷା ସମୟରେ ପଲଟିଜାଏ ମରଣଯନ୍ତା । ଏହି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ମଧ୍ୟରେ ବହୁତ ଲୋକ ବୃଦ୍ଧା ବ୍ୟକ୍ତି, ବିକଳାଙ୍ଗ ବ୍ୟକ୍ତି, ଗର୍ଭବତୀ ମହିଳା, କେନସର ପିଡିତା ଏବଂ କୁନିକୁନି ପିଲାମାନେ ମଧ୍ୟ ନିର୍ଭର କରିଅଛନ୍ତି । ବର୍ଷା ସମୟରେ ରୋଗୀ କିମ୍ବା ଗର୍ଭବତୀ ମହିଳାମାନେ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସି ପାରେ ନାହିଁ ସେହି ଅଞ୍ଚଳକୁ । ଏôଠ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚିତ ପ୍ରତିନିଧି ବଦଳନ୍ତି ସତ ମାତ୍ର ନିର୍ବାଚନ ପୂର୍ବରୁ ସମସ୍ତେ ପ୍ରତିଶୃତି ଦିଅନ୍ତି କି ନିର୍ବାଚନ ଜିତିଲେ ରାସ୍ତା କରାଇଦେବେ ବୋଲି କିନ୍ତୁ ନିର୍ବାଚନ ଜିତିଲା ପରେ ଭୁଲିଯାଆନ୍ତି ତାଙ୍କଦ୍ୱାରା ଦିଆଯାଇଥିବା ପ୍ରତିଶୃତିକୁ । ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନଙ୍କୁ ନିବେଦନ କଲାପରେ ମଧ୍ୟ ରାସ୍ତାରେ କୌଣସି ପ୍ରକାର ସୁଧାରିକରଣ ହୋଇନାହିଁ । ଏହି ଗ୍ରାମର ସୁରେଶ ଦତ୍ତ ସିଂ ନାମକ ବ୍ୟକ୍ତି କ୍ୟାନସର ରୋଗରେ ପିଡିତ ଅଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟବସ୍ତା ବିଗୁଡୁଥାଏ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସ୍ୟା ପାଇଁ ହସପିଟାଲ ନିଆଯାଏ । ଏହି ରାସ୍ତାକୁ ନିର୍ଭର କରି ମଧ୍ୟ ଆଦିବାସୀ ଓ ହରିଜନ ଲୋକମାନେ ବସବାସ କରନ୍ତି । ଏହି ରସ୍ତାକୁ ନିର୍ଭର କରି ରହୁଥିବା ମହିଳା ମାନଙ୍କ ମଧ୍ୟରେ ବହୁ ମହିଳା ଗର୍ଭବତୀ ଅଛନ୍ତି । ଏହି ଗ୍ରାମର ଶାନ୍ତିଲତା ନାୟକ (୬୭), ରୁକ୍ମଣି ଦାସ (୪୫), ତପନ ନାୟକ (୪୩), ବିଜୟିନୀ ନାୟକ (୧୭) ପ୍ରଭୃତି ଶାରୀରିକ ବିକଳାଙ୍ଗ ଅଟନ୍ତି ; ଏ ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି କି କିପରିଭାବେ ସେମାନେ ପକ୍କା କିମ୍ବା ପିଚୋ ରାସ୍ତାରେ ଗମନାଗମନ କରିବେ କିନ୍ତୁ ମାଟି ରାସ୍ତାରେ କିପରି ଭାବେ ଚଲାବୁଲା କରିବେ ଏ ବାବଦରେ କୌଣସି ପ୍ରଶିକ୍ଷଣ ଦିଆଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି କି ସରକାରଙ୍କର ବିକଳାଙ୍ଗ ମାନଙ୍କୁ ଦେଇଥିବା ପ୍ରଶିକ୍ଷଣ କଣ ଲୋକ ଦେଖାଣିଆ ଥିଲା କି ? ଏହି ରାସ୍ତାକୁ ନିର୍ଭର କରି ମଧ୍ୟ କିଛି ନବଜାତ ଶିଶୁଙ୍କ ପରିବାର ଅଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଟିକିଏ ବର୍ଷା ହେଲେ ଘରୁ ବାହାରିବା ସମ୍ପୁର୍ଣ୍ଣ ଭାବେ ବିପଦ । ଅନ୍ୟପକ୍ଷରେ ଗ୍ରାମବସୀ ମାନଙ୍କ ଅଭଯୋଗ ଏହାକି ଏହି ପଞ୍ଚାୟତର ପ୍ରତିଥର ଅଲଗା ଅଲଗା ନିର୍ବାଚିତ ସରପଞ୍ଚଙ୍କ ଘର ସର୍ବଦା ପଞ୍ଚାୟତର ବୋଇତା ଗ୍ରାମରେ ଏଣୁ ପଞ୍ଚାୟତର ସମ୍ପର୍ଣ୍ଣ ଉନ୍ନତିମୂଳକ କାର୍ଯ୍ୟ ସବୁ ବୋଇତା ଗ୍ରାମରେ କରାହେଉଛି ମାତ୍ର ମହାରାଜପୁର ଗ୍ରମକୁ ସରପଞ୍ଚ ଦୃଷ୍ଟି ଦିଅନ୍ତି ନାହିଁ । ମହାରାଜପୁର ଗ୍ରାମରେ ଗମନାଗମନ ପାଇଁ ରାସ୍ତା ନାହିଁ କି ଅନ୍ଧାରରେ ଗମନାଗମନ ପାଇଁ ଆଲୁଅର ବ୍ୟବସ୍ଥା ନାହିଁ । ଏହା ସମ୍ପର୍ଣ୍ଣ ଭାବେ ୫-ଟି ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ । ଏବେ ଅପେକ୍ଷା ରହିଲା ଏହି ଅଞ୍ଚଳର ଲୋକେ କେବେ ସୁସ୍ଥ ଜୀବନ ଯାପନ କରିବେ ।
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023