Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

୨୪ ତାରିଖରେ ଆଚ୍ଛା ସଙ୍ଗଠନ ପ୍ରତିଷ୍ଠାର ଦିତୀୟ ଜନ୍ମ ବର୍ଷିକ ଉତ୍ସବ ରୁପ୍ସା ସ୍ଥିତ ରାହା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗ ଦେଇଥିଲେ । ସେହିଭଳି ସମ୍ମାନୀତ ଅତିଥି ଭାବରେ ଅପରାହ୍ନର ସମ୍ପାଦକ ବଂଶୀଧର ଜେନା ଓ ବସ୍ତା ପ୍ରେସ କ୍ଲବର ସଭାପତି ରାମ ଚନ୍ଦ୍ର ଦେବ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଶୁଭେଚ୍ଛୁ ତଥା କର୍ମବୀର ମାନଙ୍କୁ ଯୁବ ସଦଶ୍ୟା ଇତିଶ୍ରୀ ସ୍ୱାଇଁ ଶବ୍ଦ ଶୁଭେଚ୍ଛା ଜଣାଇ ଆରମ୍ଭ କରିଥିଲେ ସଭାକାର୍ଯ୍ୟ ।

ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ର ମଧ୍ୟ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରଦେଶ ସଭାନେତ୍ରୀ ସୋନାଲୀ ପ୍ରିୟଦାର୍ଶିନୀ, ରଶ୍ମିତା ମହାପାତ୍ର, ତେଜଶ୍ୱନୀ ନାୟକ, ସୋନାଲୀ ରାଉତ, ସୌମ୍ୟ ରଞ୍ଜନ ଦାଶ, ରାମ ଚନ୍ଦ୍ର ମାଝୀ, ଦୀପକ ବର୍‌, ସତ୍ୟଜିତ ସେନାପତି, ମାନସ ଦାସ, ସୁଶମା ବେହେରା, ନିର୍ମଳା ସିଂ, ମାନଓ ଜେନା, ରସ୍ମିତା ଭଟ୍ଟ, ଇଂ ମଳୟ ରଞ୍ଜନ ବେହେରା, ଗୀତାଞ୍ଜଳୀ ମହାନ୍ତି, ସୁଜାତା ଦାସ ପ୍ରଭୃତି ଶତାଧିକ ସଦଶ୍ୟ ସଦଶ୍ୟା ଉପସ୍ଥିତ ଥିଲେ । ଉତ୍କଳ ଶିରୋମଣି, ଦିନବାନ୍ଧବ ତଥା ସେବାର ମୂର୍ତ୍ତିସନ୍ତ ପ୍ରତୀକ ହେଉଛନ୍ତି ଉତ୍କଳର ମଉଡମଣି ଗୋପବନ୍ଧୁ ଦାସ । ସମଗ୍ର ଜୀବନକୁ ସେବା ଓ ତ୍ୟାଗ ନିମନ୍ତେ ସେ ଉତ୍ସର୍ଗ କରିଥିଲେ । ଏଥି ସହିତ ଉତ୍କଳର ଯୋଗ୍ୟତମ ସୂତ ତଥା ଜଣେ ମହାନ ଜନନାୟକ ହେଉଛନ୍ତି ଆଚାର୍ଯ୍ୟ ହରିହର । ଯାହାଙ୍କର ସେବା ନୈପୁଣ୍ୟର ଜ୍ୱଳନ୍ତ ଉଦାହରଣ ଆଜିବି ଉତ୍କଳୀୟ ଜନ-ମାନସରେ ଉଜ୍ଜୀବିତ । ତାଙ୍କର ଉତ୍ତର ଦାୟାଦ ଭାବରେ ଉତ୍କଳ ମାତା ସେବା କରିବା ନିମନ୍ତେ ସ୍ୱତଃ ଗଢି ଉଠିଛି ଆମର ଏ ଅନୁଷ୍ଠାନ ଆଚ୍ଛା ; ଯାହାକୁ ଆମେ ଇଂରାଜୀରେ ଲେଖିଲା ବେଳେ AACHHA ବୋଲି ଲେଖୁ । ଏହାର ପୂର୍ଣ୍ଣ ନାମ ହେଉଛି Action Against Corruption & Helping For Helpless Association । ଯାହାର ଅର୍ଥ ହେଉଛି ଅନ୍ୟାୟ ବିରୋଦ୍ଧରେ ଲଢ଼ିବା ଏବଂ ଆସହାୟ ଲୋକଙ୍କୁ ସହାୟତା କରିବା ଅର୍ଥାତ ଆସହାୟ ଲୋକର ସ୍ୱର ସାଜିବା ବୋଲି ପ୍ରକାଶ କରିଥିଲେ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ । ଆଚ୍ଛା ସଙ୍ଗଠନ ଅନୁଷ୍ଠାନର ଅଭ୍ୟୁଦୟ ହୋଇଥିଲା ଆଜିକୁ ଠିକ ୨ ବର୍ଷ ତଳେ ଅର୍ଥାତ ଗତ ୨୪ ସେପ୍େଟମ୍ବର ୨୦୧୯ ମସିହାରେ ।

ଆଚ୍ଛା ସଙ୍ଗଠନର ପଞ୍ଜିକରଣଭୁକ୍ତ ହେବା ପୂର୍ବରୁ ସାଧାରଣ ଆସହାୟ ଲୋକ ମାନଙ୍କ ସମସ୍ୟା ବାବଦରେ ପ୍ରଶାସନ ସହ ଆଲୋଚନା କରି ସମାଧାନ କରାଇବାକୁ ପ୍ରଚେଷ୍ଟା ଜାରି ରଖିଥିଲା । ଏହି କାରଣରୁ ସାଧାରଣ ଆସହାୟ ଲୋକ ମାନଙ୍କର ସମର୍ଥନ ସଦାସର୍ବଦା ଆମ ସହ ରହିଆସିଅଛି । ଏହା ପରେ ଆଚ୍ଛା ସଙ୍ଗଠନ ପଞ୍ଜିକୃତ ହେବା ପରେ ବିଭିନ୍ନ ଦିଗରେ ଲୋକ ମାନଙ୍କୁ ସଚେତନ କରାଇବା ସହ ସେମାନଙ୍କର ମୌଳିକ ଅଧିକାର ପାଇଁ ଅଧିକାରର ଲଢେଇରେ ସାମିଲ ହୋଇ ଆସିଛି । ଗତ ଦୁଇ ବର୍ଷ ମଧ୍ୟରେ କରିଥିବା କାର୍ଯ୍ୟକ୍ରମ ମଧ୍ୟରୁ ସମ୍ୟକରେ କିଛି ସର୍ବ ସମ୍ମୁଖରେ ଆଲୋକପାତ କରିଥିଲେ ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର । ଆଚ୍ଛା ସଙ୍ଗଠନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଯୋଜନା ଫର୍ଦ୍ଦକୁ ଲୋକାର୍ପିତ କରିବା ପରେ ସଙ୍ଗଠନର ପ୍ରତିଟି ସଦଶ୍ୟ ସଦଶ୍ୟାଙ୍କ ମନରେ ଖୁସିର ଲହରି ଖେଲିଯାଇଛି ଏବଂ ଅତିଥି ମାନେ ମଧ୍ୟ ଅଚ୍ଛା ସଙ୍ଗଠନର ବିଗତ କାର୍ଯ୍ୟ ସହ ଆଗାମୀ କାର୍ଯ୍ୟର ଲକ୍ଷକୁ ଖୁବ ପ୍ରଶଂସା କରିଛନ୍ତି ।

Leave a Reply