ବାଲେଶ୍ୱର (୦୧/୦୯/୨୦୨୧) – ସରକରଙ୍କର ମାଳମାଳ ଯୋଜନା ଥିବା ସତ୍ୱେ ଆଜି ବି ଆସହାୟ ଲୋକମାନେ ଖାଦ୍ୟାଭାବରେ ରହୁଛନ୍ତି । ଏହିପରି ସ୍ଥଳେ ସାମାଜିକ ସଙ୍ଗଠନ ଆଚ୍ଛା ଏହି ଲୋକମାନଙ୍କର ପ୍ରକୃତ ଦୃଶ୍ୟକୁ ସରକାର ଏବଂ ଜନସାଧାରଣ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରିଛି । ଆଚ୍ଛା ସଙ୍ଗଠନର ଏହି ପ୍ରୟାସ କେବଳ ମାତ୍ର ସଚେତନତା ସୃଷ୍ଟି କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ ଅସହାୟ ଲୋକଙ୍କୁ ସଶକ୍ତ କରାଇବା ପାଇଁ । ଯଦି ସରକାରଙ୍କ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଅନ୍ତ ତାହାଲେ ଅସହାୟ ଲୋକମାନେ ଆତ୍ମନିର୍ଭରଶୀଳ ହୋଇପାରନ୍ତେ ।
ଆଜି ବାଲେଶ୍ୱର ଜିଲ୍ଳା ସଦର ବ୍ଲକ ଅଧିନସ୍ଥ ରୁପ୍ସା ରେଲୱେ ଷ୍ଟେସନ ନିକଟରେ ଆଚ୍ଛା ସଙ୍ଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ରୁପ୍ସା ହସ୍ପିଟାଲ ପରିଦର୍ଶନ କରାଯାଇ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେ ବୁଝିଥିଲେ । ରୋଗୀ ମାନଙ୍କୁ ସରକାରୀ ସହାୟତା ଠିକ୍ ଭାବେ ମିଳୁଛି କି ନାହିଁ ପଚାରି ବୁଝି ଥିଲେ । ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ରଙ୍କ ସମେତ ରାମଚନ୍ଦ୍ର ମାଝୀ, ଜୟଦ୍ରଥ ଦଳାଇ, ଚନ୍ଦନ ଗିରି, ମୃତ୍ୟୁଞ୍ଜୟ ମହାପତ୍ର, ବିଶ୍ନୁ ଭାଇ, ତପନ ବର୍ ପ୍ରବୃତ୍ତି ଉପସ୍ଥିତ ଥିଲେ । ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି ।