ଆଚ୍ଛା ସଙ୍ଗଠନ ପକ୍ଷରୁ ଶ୍ରୀରାମପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ୱର (୧୫.୧୦.୨୦୨୦) - ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ଠାରେ ରକ୍ତଦାନ ଶିବିର କରାଯାଇଛି । ଏହି ଶିବିରଟି ଆଚ୍ଛା ସଙ୍ଗଠନର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀଙ୍କ ତତ୍ୱାବଧନତାରେ ଅନୁଷ୍ଠିତ ହେବା ସହ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଯାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ମହେଶ ବିଶ୍ୱାଳ, କାଉନସିଲର ସୁଚିସ୍ମିତା ଦାସ, ଲ୍ୟାବ ଟେଷ୍ଟ ଅଧିକାରୀ ଜ୍ୟୋତିଷ ମହାପାତ୍ର, ବିଦ୍ୟାଧର ପ୍ରଧାନ, ଅଜୟ , ବିଜୟ ପଟ୍ଟନାୟକ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ଉପସଭାପତି ରାଜେଶ ପଣ୍ଡିଆ, ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ, ଉତ୍ତମ ବେହେରା, ଖଗେଶ୍ୱର ବଢେଇ, ରାଜେଶ ଜେନା,ବାବୁରାମ ଧଳ, ଗୌରାଙ୍ଗ ଜେନା, ମିନାକ୍ଷୀ ମହାନ୍ତି, ଗୀତାଞ୍ଜଳି ଜେନା ପ୍ରଭୃତି ସହଯଗ କରିଥିଲେ ।