ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟଙ୍ଗ ପରିବାର ।

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁଳିଗାଁ ପଞ୍ଚାୟତରେ ୪ ନମ୍ବର ୱାର୍ଡ ର ଡୁଳ ଦଳାଇଙ୍କ ୬ ପ୍ରାଣୀର କୁଟୁମ୍ବ । ବଡ ପୁଅ ରବି ଦଳାଇ, ସାନ ପୁଅ ଶ୍ୟାମ ଦଳାଇ ଓ ସାନ ପୁଅର ପୁଅ ନାତି ନରୋତ୍ତମ ଦଳାଇ ସମ୍ପୂର୍ଣ ୧୦୦ ପ୍ରତିଶତ ଦୃଷ୍ଟିହୀନ ଭାବେ ସରକାରୀ ସାର୍ଟିଫିକେଟ ପାଇଥିବା ବେଳେ ସାନ ପୁତ୍ରବଧୂ ମିନତି ଦଳାଇ ୬୦ ପ୍ରତିଶତ ବିକଳାଙ୍ଗ ସାର୍ଟିଫିକେଟ ପାଇଛନ୍ତି । ଗତ କିଛି ଦିନ ତଳେ ନାତୁଣୀ ବର୍ଷା ର ବିବାହ ଅଞ୍ଚଳ ବାସୀଙ୍କ ସହାୟତାରେ ସମାପନ ହୋଇଥିଲା । ଓଡ଼ିଶାରେ 5 ଟି ସରକାର ଚାଲିଥିବା ବେଳେ ସାଧାରଣ ଅସହାୟ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଓଡ଼ିଶା ସରକାର ପ୍ରତିଦିନ ବିଭିନ୍ନ ପ୍ରକାର ପ୍ରଚାର ପ୍ରସାର କରାଇ ଓଡ଼ିଶାର ଲୋକମାନଙ୍କୁ ଅବଗତ କରାଉଛନ୍ତି ମାତ୍ର ବିକାଶ କଣ ପ୍ରକୃତରେ ଲୋକ ମାନଙ୍କ ନିକଟରେ ପହଂଚି ପାରିଛି ଏହା ଆଜି ସାଧାରଣରେ ଏକ ପ୍ରଶ୍ନବାଚୀ । ଏହି ଦିବ୍ୟାଙ୍ଗ ପରିବାର ଆଜି ରହିବା ପାଇଁ ବାସଗୃହ ପାଇବାରୁ ବଞ୍ଚିତ ହୋଇ ଭଙ୍ଗା ମାଟି ଘରେ ଜୀବନ କାଟୁଛି । କଉ ଦିନ ବନ୍ୟା ବାତ୍ୟାରେ ଘର ତାର ଭୁଶୁଡ଼ି ପଡ଼ି ପାଞ୍ଚ ପ୍ରାଣୀର ଜୀବନ ଚାଲିଯିବ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ମଧ୍ୟ ବଞ୍ଚିତ ଏହି ପରିବାର । ଡୁଳ ଦଳାଇଙ୍କର୍ ମଧ୍ୟ ବୟସ ବଢିବା ସହ ସେ ମଧ୍ୟ ଶାରୀରିକ ଅକ୍ଷମ ହେଉଛନ୍ତି ତଥାପି ନିଜର ବିକଳାଙ୍ଗ ପରିବାରର ଭରଣ ପୋଷଣ କରିବା ପାଇଁ ଆଜିବି ଦିନ ମଜୁରୀ କରି ନିଜର ପରିବାର ଚଳାଉଛନ୍ତି । ବହୁ ମିନତି ମଧ୍ୟ ନିଜର ସ୍ବାମୀ , ପୁଅ , ଦେଢ଼ ଶୁର ଓ ଶଶୁର ଙ୍କ ଭରଣ ପୋଷଣ ପାଇଁ ୬୦ ପ୍ରତିଶତ ବିକଳାଙ୍ଗ ହୋଇ ମଧ୍ୟ ପର ଉଳିରେ କାମ କରୁଛନ୍ତି । ସହାୟତା ପାଇଁ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଗୁହାରି ବାରମ୍ବାର କଲା ପରେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳି ପାରି ନାହିଁ ।