ଆସହାୟ ପରିବାର ପାଇଁ ସ୍ୱର ଉତ୍ତୋଳନ କଲା ଆଚ୍ଛା ସଙ୍ଗଠନ

ସରକାରଙ୍କ ହିସାବରେ ବଢୁଛି ଆୱସ୍ ଯୋଜନା ହିତାଧିକାୀ ମାନଙ୍କ ଲମ୍ବା ଚିଠା ମାତ୍ର ବାସ୍ତବରେ ସେହି ଚିଠା କେବଳ କାଗଜ କଲମରେ ରହିଯାଉଛି ; ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ପ୍ରଧାନ ମନ୍ତ୍ରୀ ଆୱସ ଯୋଜନାରେ ବାସଗୃହ ପାଇଛନ୍ତି ମାତ୍ର ଓଡ଼ିଶା ସରକାର ଏହି ଘର ପ୍ରସ୍ତୁତ କରିବା ପାଇଁ ଭୂମିହୀନ ପରିବାରକୁ ଭୂମି ପ୍ରଦାନ କରିବାରେ ହେଉଛି ବିଫଳ । ଧନ୍ୟ ଆମ ବ୍ୟବସ୍ଥା.... 90 ଦିନ ମଧ୍ୟରେ ଆୱସ୍ ଯୋଜନାରେ ପାଇଥିବା ଘର ପ୍ରସ୍ତୁତ କଲେ ସରକାରଙ୍କ ପକ୍ଷରୁ ମିଳିବ ୨୦୦୦୦ ତାଙ୍କର ପ୍ରତ୍ସହନ ରାଶି । ଯେଉଁମନେ ଘର କରିବାରେ ବିଳମ୍ବ କରୁଛନ୍ତି ସେମାନଙ୍କ ଘରକୁ ଯାଉଛି ସରକାରୀ ନୋଟିସ । ଯେଉଁ ମାନେ ଭୂମିହୀନ ପରିବାର ଆଉ ତାଙ୍କୁ ଆବାସ ଯୋଜନାରେ ଘର ମିଳିଛି ମାତ୍ର ସେମାନେ ଆବାସ ଗୃହ କରିବାରେ ବିଫଳ ହେଉଛନ୍ତି ସେ କ୍ଷେତ୍ରରେ କାହା ପାଖକୁ ଯିବ ସରକାରୀ ନୋଟିସ ; ଏ ହେଉଛି ସାଧାରଣରେ ପ୍ରଶ୍ନବାଚୀ । ନିର୍ବାଚନ ସମୟରେ ସରକାର ଖେଳନ୍ତି ଗରିବ କାର୍ଡ , କୁହନ୍ତି ଆମେ ହେଉଛି ଗରୀବର ସରକାର । ଏହା କଣ ପ୍ରକୃତରେ ସତ୍ୟ ନା ନିର୍ବାଚନୀ ଲଲିପପ୍ । ଏବେ ଆମେ ଆପଣଙ୍କୁ ଦେଖାଉଛୁ ଗୋଟିଏ ପରିବାର ମାତ୍ର ଏହିପରି ସମସ୍ୟାରେ ବର୍ତ୍ତମାନ ଅନେକ ପରିବାର । ଆମ ହାତରେ ଲାଗିଚି ଏହିପରି ଅନେକ ପରିବାରର ଲିଷ୍ଟ । ଆମ ଏହି ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରୁଛୁ କି ଦୟାକରି ଏଥିପ୍ରତି ଧ୍ୟାନ ଦେବା ପାଇଁ ।