ଆଚ୍ଛା ସଙ୍ଗଠନ ପକ୍ଷରୁ କୁନି ଝିଅ ହର୍ଷିତାର ସୁସ୍ଥତା ପାଇଁ ଲୋକଙ୍କୁ ସହାୟତାର ନିବେଦନ

କଟକ(୧୦/୦୪)- କଟକ ଜିଲ୍ଲା ଚୌଦ୍ୱାର ନିକଟ ନୂଆଗାଁ ଗ୍ରାମର ପିତା- ଜଗତ ଜୀବନ ନାୟକ ଏବଂ ମାଆ ଭାରତୀ ନାୟକଙ୍କ ୧୧ ବର୍ଷୀୟା କନ୍ୟା ହର୍ଷିତା ଏବେ ଗୁରୁତ୍ୱ ଭାବେ ବ୍ରେନ୍ ଟ୍ୟୁମରରେ ପୀଡିତା ଅଛନ୍ତି । ଆଜି ଆଚ୍ଛା ସଙ୍ଗଠନ ପକ୍ଷରୁ ପ୍ରଦେଶ ଉପ-ସଭାପତି ସୋନାଲି ପ୍ରିୟଦର୍ଶିନୀ , ଗୌତମ ସାହୁ, ମାନଓ ଦାସ ଓ ସତ୍ୟଜିତ୍ ସେନାପତି ପ୍ରଭୃତି ସୁକାନ୍ତ ସାହୁଙ୍କ ସହଯୋଗରେ ଏକ ହୁଇଲ ଚେୟାର ଯୋଗାଇ ଦେଇଛନ୍ତି । ଏହି ନାୟକ ପରିବାର କୁନି ଝିଅ ହର୍ଷିତାର ସୁସ୍ଥତା ପାଇଁ କିମ୍ବା ପରିବାର ପାଇଁ କୌଣସି ସରକାରୀ ସୁବିଧା ପାଇନଥିବାରୁ ବହୁ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ଟିମ ହର୍ଷିତାଙ୍କ ଘରେ ପହଞ୍ôଚ ତାଙ୍କ ବାପା-ମାଆଙ୍କ ଠାରୁ ସମସ୍ତ ଘଟଣା ବୁଝିବା ସହ ସମସ୍ତ ଅସୁବିଧା ବାବଦାରେ ପ୍ରଶାସନ ସହ ଆଲୋଚନା କରି ପରିବାରକୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । ଏହା ସହ ଆଚ୍ଛା ସଙ୍ଗଠନ କୁନି ଝିଅ ହର୍ଷିତାର ସୁସ୍ଥତା ପାଇଁ ଜନସାଧାରଣଙ୍କୁ ସହାୟତାର ନିବେଦନ କରିବା ସହ ହର୍ଷିତାଙ୍କ ବାପାଙ୍କ ବ୍ୟାଙ୍କ ଏକାଉଣ୍ଟ ନମ୍ବର ପ୍ରକାଶ କରିଛନ୍ତି । Account Number- 149510100037092 IFSC Code- ANDB0001495 Name- Jagajiban Nayak Andhra Bank