ଆଚ୍ଛା ସଙ୍ଗଠନ ପକ୍ଷରୁ ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଶ୍ରମିକ ମାନଙ୍କ ସହ ଆଲୋଚନା

(୦୧/୦୫)- ସାରା ବିଶ୍ୱ ଆଜି ବିଶ୍ୱ ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର କରୁଛି । ଏହି ମହାମାରୀ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୁ ବାହାରକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ଏହି ପରାମାର୍ଶକୁ ସମର୍ଥନ ଜଣାଇ ବିଶ୍ୱ ମହାମାରୀ କରୋନା କବଳରୁ ବିଶ୍ୱକୁ ରକ୍ଷା କରିବା ପାଇଁ ଲୋକମାନେ ମଧ୍ୟ ଘରେ ରହୁଛନ୍ତି ଏବଂ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ନିୟମ ମଧ୍ୟ ପାଳନ କରୁଛନ୍ତି ମାତ୍ର ଏଥିରେ ସାଧାରଣ ଗରିବ ଦିନ ମଜୁରିଆ ଶ୍ରମିକ ମାନେ ନିଜନିଜର ପରିବାର ଭରଣ ପୋଷଣ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ଏହି ଶ୍ରମିକ ଦିବସ ଖୁବ ଧୁମଧାମରେ ପାଳନ କରନ୍ତି ସାରା ବିଶ୍ୱର ଶ୍ରମିକ । ମାତ୍ର ବିଗତ ଏକ ବର୍ଷ ହେଲା ଶ୍ରମିକ ମାନେ ନିଜନିଜର ପରିବାର ପାଳନ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରତି ଦିନ କାମ କଲେ ନିଜର ରୋଜଗାରରେ ପରିବାର ପାଳନ୍ତି । ମାତ୍ର ଏକ ବର୍ଷ ହେଲା କରୋନା ପାଇଁ ନିଜର ରୋଜଗାର ହରାଇଛନ୍ତି ଶ୍ରମିକ ମାନେ; ପୁଣି ଏବେ କରୋନାର ଦ୍ୱିତୀୟ ଲହର ନିଜର ଭୟାଭୟ ରୂପରେ ତଣ୍ଡବ କରୁଛି । ଏଥିରୁ ରକ୍ଷା ପଇବା ପାଇଁ ସରକାର ଆବଶ୍ୟକିୟ ଭେକ୍ସିନ୍ ନେବାପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ କରିବାର ନିର୍ଦ୍ଦେଶ ଦେଇଛନ୍ତି ମାତ୍ର ଗରିବ ଶ୍ରମିକ ମାନେ ଅନଲାଇନ୍ ରେଜିଷ୍ଟ୍ରେସନ ବାବଦରେ ଆଜିବି ଅବଗତ ନାହାନ୍ତି । ଏଣୁ ଆଚ୍ଛା ସଙ୍ଗଠନ ତରଫରୁ ଆଜି ବିଶ୍ୱ ଶ୍ରମିକ ଦିବସ ଠାରୁ ଓଡିଶାର ଶ୍ରମିକ ମାନଙ୍କୁ କରୋନା ଭେକ୍ସିନ ପାଇଁ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ କରିଛନ୍ତି । ଅନ୍ୟ ରାଜ୍ୟରୁ ଆସି ଓଡିଶାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ କିପରି ସହଜରେ ଭେକ୍ସିନ୍ ନେଇପାରିବେ ସେହି ବାବାଦାରେ ମଧ୍ୟ ପ୍ରଶାସନ ସହ ଆଲୋଚନା କରିବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଆଚ୍ଛା ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆଜି ବିଭିନ୍ନ ସ୍ଥାନରେ ଶ୍ରମିକ ମାନଙ୍କ ସହ ଆଲୋଚନା କରାଯାଇ କରୋନା ଭେକ୍ସିନ୍ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ବାବଦରେ ସଚେତନ କରାଯାଇଛି । ଆଚ୍ଛା ସଙ୍ଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସରେ ଶ୍ରମିକ ସଚେତନାତା ପାଇଁ ଏକ େଓବିନାର୍ ଦ୍ୱାରା ଆଲୋଚନା କରାଯାଇଥିଲା । ଏଥିରେ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ପ୍ରଦେଶ ସମ୍ପାଦକ ଶ୍ରିକାନ୍ତ ମିଶ୍ର, ପ୍ରଦେଶ ଉପ-ସଭାପତି ସୋନାଲି ପ୍ରିୟଦର୍ଶିନୀ, କୋଷାଧକ୍ଷ ରାକେଶ ଶିଅଳ, ସ୍ୱାସ୍ଥ୍ୟ ସଂଯୋଜକ ଉଦୟ ଭାନୁ ନାୟକ ସମେତ ଶତାଧିକ ଶ୍ରମିକ ମାନେ ଅଂଶ ଗ୍ରହଣ କରିଥିଲେ ।