ଆଚ୍ଛା ସଙ୍ଗଠନ ବିଶ୍ୱ ଥାଲାସେମିଆ ଦିବସରେ ରୋଗୀଙ୍କ ସୁସ୍ଥତା ପାଇଁ ସ୍ୱତନ୍ତ୍ର ଆଲୋଚନା କରିଥିଲା

ଥାଲାସେମିଆ ରୋଗଟି ହେଉଛି ଏହ ଜେନେଟିକ ବା ବଂଶାନୁକ୍ରମିକ ରକ୍ତ ବିକାର ଯେଉଁଥିରେ ରୋଗି ପର୍ଯ୍ୟାପ୍ତ ପରିମାଣରେ ଲାଲ ରକ୍ତକୋଷ ଓ ହିମୋଗ୍ଲୋବିନ୍ ତିଆରି କରିପାରେ ନାହିଁ । ପିଲାର ଗୋଟେ ବର୍ଷ ହେବା ପୂର୍ବରୁ ହଠାତ୍ ଉପରେ ହଳଦିଆ ଦେଖାଯିବା, ଭୋକ ହ୍ରାସ ପଇବା, ଚିଡଚିଡା ଭାବ ଦେଖାଯିବା, ନିଦ୍ରାଭାବ ରହିବା, ସଂକ୍ରମଣ ହେଲେ ସହଜରେ ନଛାଡିବା, ଶ୍ୱେଥା ପଡିଯିବା ଏହି ସବୁ ଲକ୍ଷଣ ପ୍ରଥମେ ଦେଖାଯାଏ । ରୋଗିକୁ ଡାକ୍ତରଖାନା ଅଣାଯାଏ ଏବଂ ରକ୍ତ ପରିକ୍ଷା କରିବା ପରେ ହିମୋଗ୍ଲୋବିନ୍ ୨ ରୁ ୪ ରହିଥାଏ । ହିମୋଗ୍ଲୋବିନ ଅମ୍ଳଜାନକୁ ଆମ ଶରୀରରେ ଭିନ୍ନ ଭିନ୍ନ ଅଂଶକୁ ପ୍ରଭାହିତ କରିବାରେ ସାହାର୍ଯ୍ୟ କରିଥାଏ ; ମାତ୍ର ଲାଲ୍ କୋଷରେ ହିମୋଗ୍ଲୋବିନ୍ କାରକ ଥାଏ ତାହା ଠିକଭାବରେ ଗଠନ ହୋଇପାରେ ନାହିଁ । ଏଥିରେ ଗ୍ଲୋବିନର ଜିନ୍ ରେ ପରିବର୍ତ୍ତନ ହୋଇଥିôବା ଯୋଗୁଁ ଏହି ରୋଗୀଙ୍କର ହିମୋଗ୍ଲୋବିନ୍ ଠିକ୍ ଭାବରେ ହୋଇପାରେ ନାହିଁ ଏବଂ ଆର୍‌.ବି.ସି. ମଧ୍ୟ କମ୍ ତିଆରି ହୋଇଥାଏ । ଏହି ରୋଗ ଚିହ୍ନଟ ବ୍ୟବସ୍ତା ବାଲେଶ୍ୱର ସରକାରୀ ଡାକ୍ତରଖାନାରେ ନାହିଁ । ରାଜ୍ୟରେ ୩ଟି ମେଡିକାଲ୍ କଲେଜ ଅଛି । ସେଠାରେ କିମ୍ବା କଟକ, ଭୁବନେଶରରେ ବିଭିନ୍ନ ଘରୋଇ ପାଥୋଲାବରେ ଇଲେକ୍ଟ୍ରୋଫରସିସ୍ ବା ଏଚ୍‌.ପି.ଏଲ୍‌.ସି. ପରିକ୍ଷା ଦ୍ୱାରା ରୋଗ ନିରୂପଣ ହୋଇଥାଏ । ଏହି ପିଲାମାନଙ୍କୁ ଗୁଣବତ୍ତା ଥିବା ରକ୍ତ ଦେବା ଆବଶ୍ୟକ । ଯାହାକି ରକ୍ତ ସଂଗ୍ରହର ୭ ଦିନ ମଧ୍ୟରେ ହୋଇଥିବ ଓ ଏହି ରକ୍ତରୁ ପ୍ଲାଜ୍ମା ନିଷ୍କାସନ କରି ଏବଂ ଶ୍ୱେତରକ୍ତ କଣିକା ବାହାରକରି ସେହି ରକ୍ତକୁ ଦେବା ଆବଶ୍ୟକ । ଜଣେ ଥାଲାସେମିଆ ପିଲାକୁ ଗୋଟିଏ ଥରରେ ପ୍ଲାଜ୍ମା ବାହାରକରି ପେକ୍‌ଡ ବ୍ଲଡ ତାର ଓଜନ ହିସାବରେ ଏକ କେଜିକୁ ୧୦ ରୁ ୧୫ ଏମ୍‌.ଏଲ୍ ଦେବା କଥା । ଆବଶ୍ୟକତା ଅନୁସାରେ ରକ୍ତ ନ ଦିଆଗଲେ ସେମାନଙ୍କର ଯକୃତ ଓ ପ୍ଲିହା ବଢିଯାଏ, ମୁହଁର ଅକୃତରି ବିକୃତି ଦେଖାଯାଏ, ପେଟ ବଢିଯାଏ, ଗୋଡହାତ ଶୁଖିଯାଏ, ପାକସ୍ଥଳିରୁ ଲୌହଅଂଶ ଶୁସିତ ହୁଏ । ରକ୍ତ ଲଗାଇବା ପଇଁ ବିଶୁଦ୍ଧିକରଣରେ ଉଚିତ ରକ୍ତଦାନକାରୀ ଠିକ୍ କରାଯାଇ ରକ୍ତସଂଗ୍ରହ କରିବା ଉଚିତ୍ । ରକ୍ତଦାନକାରୀଙ୍କର ମ୍ୟାଲେରିଆ, ସିଫିଲିସ୍‌, ହେପାଟାଇଟିସ୍‌-ବି, ହେପାଟାଇଟିସ୍‌-ସି, ଏଚ୍‌.ଆଇ.ଭି. ରକ୍ତରେ ନଥିବା ଦରକାର । ରକ୍ତ ଲଗାଇବାଟା ସୁରକ୍ଷିତ ନୁହେଁ । କାରଣ ଆମ ପାଖରେ ନାଆଟ ପରିକ୍ଷଣ କିମ୍ବା ଏଲ୍‌.ଆଇ.ଜା.-୪ ପରିକ୍ଷଣର ବ୍ୟବସ୍ଥା ଆମ ଡାକ୍ତରଖାନାରେ ନାହିଁ । ମାତ୍ର ଆମେ ଉଇଣ୍ଡ ପିରିଅଡରେ ପରିକ୍ଷଣ କରିଥାଉ । ତାହା ସଠିକ୍ ରକ୍ତ ନୁହେଁ । ଥାଲାସେମିଆ ପିଲାମାନଙ୍କର ଲିଙ୍ଗ ଅନୁଶାରେ ରକ୍ତ ନମୁନାକୁ ସଠିକ୍ ଭାବେ ପରିକ୍ଷାକରିବା ଉଚିତ୍ । ଯଥା ପ୍ଲାଜମା ବାହାରକରୀ ପିଲାକୁ ଦେଲେ କୌଣସି ପ୍ରତିକ୍ରିୟା ହୁଏ ନାହିଁ । ରକ୍ତ ଲଗାଇବା ବେଳେ କିଛି ମୂହୁର୍ତ୍ତରେ ପ୍ରତିକ୍ରିୟା ହୋଇଥାଏ କାରଣ ବେଳେବେଳେ ବ୍ଲଡ ଗୃପ-(ଏ, ବି, ଓ) ଠିକ୍ ଭାବେ ଚେକ୍ କରାଯାଇନଥାଏ ; ତାହାଲେ ସେହି ସମୟରେ ସଙ୍ଗେସଙ୍ଗ ରିଆକ୍ସନ ଦେଖିବାକୁ ମିଳିଥାଏ; ଯେପରିକି ପିଲାମାନଙ୍କୁ ଜ୍ୱର ଆସିବା କିମ୍ବା ଦେହସାରା ଫଳିଯିବା ଭଳି । ସେହି ସମୟରେ ସଙ୍ଗେସଙ୍ଗ ବ୍ଲଡକୁ ବନ୍ଦ କରିବାକୁ ପଡିଥାଏ । ଏଥିପାଇଁ ଫ୍ରେସ୍ ଏବଂ ପେକ୍‌ଡ ବ୍ଲଡ ରୋଗୀଙ୍କୁ ଦେଲେ କୌଣସି ରିଆକ୍ସନ୍ ହେବ ନାହିଁ । ନିୟମିତ ରକ୍ତ ନେବା ଯୋଗୁଁ ପିଲାମାନଙ୍କର ଶରିରର ଯକୃତ, ପ୍ଲିହା, ହୃତ୍ପିଣ୍ଡ ସବୁଥିରେ ଲୌହକଣିକା ଜମାଟ ବାନ୍ଧି ରହିଯାଇଥାଏ । ଯାହାକି ରୋଗୀକୁ ବିଭିନ୍ନ ରୋଗରେ ଆକ୍ରନ୍ତ କରିଥାଏ । ମଧୁମେହ, ଥାଇରଏଡ୍ ଆଦି ବିଭିନ୍ନ ରୋଗ ହୋଇଥାଏ । ଏହାକୁ ଏଡାଇବା ପାଇଁ ପ୍ରତି ଦିନ ଏମାନେ ଆଇରନ୍ ଚିଲେଟର ବଟିକା ଖାଇବାକୁ ପଡିଥାଏ । ଏହି ଔଷଧ ବହୁ ସରକାରୀ ଡାକ୍ତରଖାନାରେ ମିଳୁଅଛି ମାତ୍ର ଏହି ଲୌହକଣିକାକୁ ମାପିବା ପାଇଁ ପ୍ରତ୍ୟକ ଜିଲ୍ଲା ସରକାରୀ ଡାକ୍ତରଖାନାରେ କୌଣସି ଯନ୍ତ୍ରାଶଂ ନାହିଁ । ଏହି ପିଲାମାନଙ୍କ ପଇଁ ପ୍ରତି ସରକାରୀ ଡାକ୍ତରଖାନାରେ ତତ୍ୱାବଧାନ କରିବାପାଇଁ କୌଣସି ଡାକ୍ତର ନହାନ୍ତି । ଥାଲାସେମିଆ ରୋଗର ଚିକିତ୍ସା ଅଛି ମତ୍ର ପ୍ରତି ଜିଲ୍ଲା ସରକାରୀ ଡାକ୍ତରଖାନାରେ ସିରମଫେରିଟିନ୍ ପରିକ୍ଷା କରିବା ପାଇଁ ଉପଲବ୍ଧ ମେସିନ ନାହିଁ ଯାହାକି ରୋଗି ମାନେ ଜିଲ୍ଲା ବାହାରକୁ ଯାଇ ପରିକ୍ଷା କରିଥାନ୍ତି । ସରକାର ଏହି ରୋଗୀଙ୍କୁ କବେଳ ରକ୍ତ ଏବଂ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଏବଂ ୫୦୦ ଟଙ୍କା ଦେଇ ନିଜକୁ ରୋଗୀ ମାନଙ୍କ ଠାରୁ ଦୂରେଇ ରହୁଛନ୍ତି । ଯଦି ଏହି ଚିକିତ୍ସା ଠିକ୍ ଭାବରେ ନ କରାଯାଏ ତାହାଲେ ପିଲାଙ୍କଠାରେ ବହୁତ ଅସୁବିଧା ଦେଖାଯାଇଥାଏ ଯଥା ଲୌହକଣିକା ଜମିବା ଦାରା ପିଲାମାନଙ୍କର ଯକୃତ, ପ୍ଲିହା, ହୃର୍ ପିଣ୍ଡ ଏବଂ ଗୋଡହାତର ହାଡ ସବୁ ନଷ୍ଟ ହେବାକୁ ଲାଗେ ଏବଂ ମଧୁମେହ ଆଦି ରୋଗ ଆକ୍ରନ୍ତ କରିଥାଏ । ଯଦି ଠିକ୍ ଭାବରେ ଡାକ୍ତରି ପରିକ୍ଷା କରା ନଯାଏ ତେବେ ପିଲାମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ନାହିଁ । ଏଥିପାଇଁ ସରକାର ସଠିକ୍ ଡାକ୍ତରଙ୍କ ଦାରା ଚିକିତ୍ସ୍ୟା କଲେ ଏହି ପିଲାମାନେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ôଚପାରିବେ । ସ୍ୱତନ୍ତ୍ର ଡାକ୍ତର ଓ ନର୍ସ ସହ ଥାଲାସେମିଆ ଡେ. କେୟାର ର ଆବଶ୍ୟକତା ଅଛି । ରକ୍ତ ପରିକ୍ଷା ଠାରୁ ଆରମ୍ଭକରି ରକ୍ତ ଲଗାଇବା ପର୍ଯ୍ୟନ୍ତ ଠିକ୍ ଡାକ୍ତର ଓ ନର୍ସଙ୍କ ତତ୍ୱାବଧାନରେ ସଠିକ୍ ରୂପେ ବ୍ଲଡ ଲଗାଇବା ଦରକାର ଏବଂ ଏହା ପ୍ରକ୍ଟିସ୍ ହେଣ୍ଡ ଷ୍ଟାଫର ଆବଶ୍ୟକ ; ନହେଲେ ରିଆକ୍ସନକୁ ଏଡଇ ହେବ ନାହିଁ । ଥାଲାସେମିଆ ରୋଗର ବଢୁଥିବା ସଂଖ୍ୟାକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା କଲେ ଏହାକୁ ରୋକାଯାଇ ପାରିବ; ମାତ୍ର ଉଭୟ ସରକାରଙ୍କର କୌଣସି ଆଗ୍ରହ ନାହିଁ ଯାହା ଫଳରେ ଭାରତ ବର୍ଷର ପ୍ରତ୍ୟେକ ବର୍ଷ ଦଶ ଲକ୍ଷରୁ ଉର୍ଦ୍ଧ ଶିଶୁ ଥାଲାସେମିଆ ଜନ୍ମ ହେଉଛନ୍ତି ମାତ୍ର ଆମ ପଡୋଶୀ ରାଜ୍ୟ କୋଲକତାରେ ମାଗଣା ଚିକିତ୍ସ୍ୟା ପଦ୍ଧତି ରହିଛି । ଏହି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ସେତେବେଳେ ହୋଇପାରିବ ଯଦି ପ୍ରତ୍ୟେକ ବାପା- ମାଆ ଙ୍କର ପରିକ୍ଷଣ କରି ଚିକିତ୍ସ୍ୟା କରାଇ ପିଲା ଜନ୍ମ କରାଯାଆନ୍ତା । ତାହା ହେଲେ ଏହି ରୋଗକୁ ରୋକାଯାଇ ପାରିବ । ଯଦି ଆମେ ଆଇରନ୍ କୁ ଥାଲାସେମିଆ ରୋଗୀ ମାନଙ୍କ ଦେହରେ ରୋକାଯାଇ ପାରିବ ତାହେଲେ ପିଲା ସୁସ୍ଥ ସବଳ ଓ ଦୀର୍ଘଜୀବୀ ରହିପାରିବେ । ସମ୍ପୁର୍ଣ୍ଣ ସୁସ୍ଥ ହେବା ଏ ପର୍ଯ୍ୟନ୍ତ ଆପେକ୍ôଷତ । ଅସ୍ତି ମଜ୍ଜା ପ୍ରତିରୋପଣ ଏହାର ଏକମାତ୍ର ନିର୍ଣ୍ଣାୟକ ଚିକିତ୍ସ୍ୟା କିନ୍ତୁ ଏଥିରେ ବିପଦ ରହିବା ସହ ଏହା ବ୍ୟୟବହୁଳ । ନିୟମିତ ରକ୍ତ ଅନ୍ତଭରଣ ସହିତ ସହାୟକ ଯତ୍ନ ଏବଂ ସଠିକ ଚିକିତ୍ସା ସମ୍ବନ୍ଧିତ ଯାଞ୍ଚ ପିଲାଙ୍କୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏକ ଉନ୍ନତ ମାନର ଜୀବନ ନିର୍ବାହ କରିବାକୁ ଦେଇଥାଏ । ରକ୍ତ ଅନ୍ତରଭରଣରେ ସୁରକ୍ଷିତ ରକ୍ତ ପରସିବାର ସଦସ୍ୟଙ୍କ ଠାରୁ ନୁହେଁ କିନ୍ତୁ ସେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ଗ୍ରହଣ କରିବା ବିଶେଷତଃ ମହତପୂର୍ଣ୍ଣ ଅଟେ ବୋଲି ସଙ୍ଗଠନରେ ଆଜି ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ େଓବିନାର ଦ୍ୱାରା ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଗଠନ ପକ୍ଷରୁ ଥାଲାସେମିଆ ରୋଗ ବାବାଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଅଭିଗ୍ୟଂ ରକ୍ତ ବିଶେଷଜ୍ଞ ତଥା ଡା. ହେମଲତା ଦାସ (ହେମାଟୋଲଜି)ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସ୍ୱତନ୍ତ୍ର ଆଲୋଚନାକୁ ଆଚ୍ଛା ସଙ୍ଗଠନର ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟ ଭାନୁ ନାୟକ ପରିଚାଳନା କାରିଥିଲେ ଏଥିରେ ଆଚ୍ଛା ସଙ୍ଗଠନର ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶନୀ, ଉପ-ସଭାପତି ଗିରିଶ ମିଶ୍ର, ସତ୍ୟଜିତ ସେନାପତି, ଶୁଭମୟ ଜେନା,ମାନସ ଦାସ, ବନ୍ଦିତା ପାତ୍ରଙ୍କ ସହ ଅଭିଭାବକଙ୍କ ମଧ୍ୟରେ ସୁଶମା ବେହେରା, ନିର୍ମଳା ସିଂ, ରମାକାନ୍ତ ସେନାପତି, ରମାକାନ୍ତ ସେନ, ରତ୍ନାକାର ମଲ୍ଲିକ, ମଧୁସ୍ମିତା ପରିଡା, ସୁଜାତା ନାୟକ, ଲିମା ଭୁୟାଁ, ସମ୍ବିତ କୁମାର ପୃଷ୍ଟି, ରାଜେଶ ବେହେରା, ରିତାଞ୍ଜଳି ନାୟକ, ସବିତା ବେହେରା, ତପନ ବେହେରା, ଭାରତୀ ମିଶ, ନିରୋଦ ଜେନା, ପ୍ରଣମିତା ସାହୁ, ରାଜିବ ଦାସଙ୍କ ସମେତ ଶତାଧିକ ଅଭିଭାବକ ଅଂଶଗ୍ରହଣ କରିଥିଲେ । ଏଥିରେ ରକ୍ତ ବିଶେଷଜ୍ଞ ଡା. ହେମଲତା ଦାସ ପ୍ରତ୍ୟେକ ଅଭିଭାବକ, ସମାଜସେବୀ ଓ ରକ୍ତ ଦାତା ମାନଙ୍କୁ ଥାଲା ସେମିଆ ରୋଗୀଙ୍କ ସୁସ୍ଥରା ପାଇଁ କଛି ଉପଦେଶାବଳୀ ପ୍ରଦାନ କରି ସଚେତନ କରାଇଥିଲେ । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ସହଲରେ ପ୍ରଶଂସା କରାଯାଇଛି ।