ସଟ୍‌ଡାଉନ୍ ସମୟରେ ରାତ୍ରି ଭୋଜନରେ ରନ୍ଧା ଖାଦ୍ୟ ଯୋଗାଇଲା ଆଚ୍ଛା ସଙ୍ଗଠନ

କଟକ (୨୩/୦୫): ସଟ୍‌ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହିବା ପରିସ୍ଥତି ଥିବା ଲୋକଙ୍କୁ ଆଚ୍ଛା ସଙ୍ଗଠନ ସଦାସର୍ବଦା ସହଯୋଗର ହାତ ବଢାଇଛି । ଆଚ୍ଛା ସଙ୍ଗଠନର କଟକ ଜିଲ୍ଲା ପ୍ରବକ୍ତା ରାଜେଶ ମହାନ୍ତି, ଅମରନାଥ ସାହୁ, ସୌମ୍ୟ ରଞ୍ଜନ ସାହୁଙ୍କ ସହଯୋଗରେ ଆଜି ରାତ୍ରି ସମୟରେ କଟକ ସହରର ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଅସହାୟଙ୍କୁ ସହଯୋଗର ହାତ ବଢାଇ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି । ଏଥିରେ ଆଚ୍ଛା ସଙ୍ଗଠନର ପ୍ରଦେଶ ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ, କଟକ ଜିଲ୍ଳା ସଭାପତି ଅଲେଖ ମହାନ୍ତି, କଟକ ଜିଲ୍ଲା ଉପ-ସଭପତି ଲୋକନାଥ ବେହେରା ଓ ସତ୍ୟଜିତ ସେନାପତି, ଯୁଗ୍ମ ସମ୍ପାଦକ ରାଜେଶ କୁମାର ମହାନ୍ତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମାନସ ଦାସ, ସଂଯୋଜିକା ବାନ୍ଦିତା ପାତ୍ର, ଝୁନୁ ବେହେରା, ସଙ୍ଗିତା ସୁତାର, ସଂଯୋଜକ ସୌମ୍ୟ ରଞ୍ଜନ ସାହୁ, ସୌମ୍ୟ ରଞ୍ଜନ ବେହେରା, ସତ୍ୟ ରଞ୍ଜନ ବେହେରା, ସୁଜିତ କୁମାର ପରିଡା, ଚନ୍ଦ୍ର ଶେଖର ସାହୁ, ଅମରନାଥ ସାହୁ, ସୌମେନ୍ଦ୍ର ସାହୁ ପ୍ରଭୃତି ଉପସ୍ଥିତ ରହି ରନ୍ଧା ଖାଦ୍ୟ ବାଣ୍ଟିବା ସହ ବିଶ୍ୱ ମହାମାରୀ କରୋନା ସମୟରେ କିଭଳି ସଚେତନ ରହିବା, ମାକ୍ସ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ସର୍ବମୋଟ କିପରି ପରିଷ୍କାର ପରିଚ୍ଛନ ରହି କରୋନାକୁ ଦୂର କରିବା ଏହି ବାବଦରେ ଲୋକ ମାନଙ୍କୁ ବୁଝାଇଥିଲେ ।