ସଭିଏଁ ପଢନ୍ତୁ ସଭିଏଁ ବଢନ୍ତ ଏବଂ ଗାଁକୁ ରାସ୍ତା ଆଉ ମାଙ୍କୁ ସମ୍ମାନର ସରକାରଙ୍କ ନାରାରେ ଲାଗିଛି କଳଙ୍କ - ଆଚ୍ଛା ସଙ୍ଗଠନ

କେନ୍ଦୁଝର ( ୦୭/୦୯ )- ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ସରକାରଙ୍କର ନାରା ରେ ଲାଗିଛି କଳଙ୍କ । ସେହିଭଳି ଗାଁକୁ ରାସ୍ତା ଆଉ ମାଙ୍କୁ ସମ୍ମାନରେ ମଧ୍ୟ ଲାଗିଛି କଳଙ୍କ । ଉତ୍ତମ ଶିକ୍ଷ୍ୟା, ଉତ୍ତମ ସ୍ୱାସ୍ଥ୍ୟ, ସଭିଙ୍କୁ ରୋଜଗାର, ସଭିଙ୍କ ଘରକୁ ବିଜୁଳି ସଂଯୋଗ ଭଳି ସାଧାରଣ ଲୋକଙ୍କ ମୌଳିକ ଅଧିକାର କୁ ପୁରାଣ କରିବା ପାଇଁ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଯଥା - ଅଙ୍ଗନବାଡ଼ି ଠାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସମସ୍ତ ଯୋଜନା କରିଛନ୍ତି ବୋଲି ପ୍ରତିଦିନ କୋଟି କୋଟି ଟଙ୍କା ର ବିଜ୍ଞାପନ ରାଜ୍ୟ ରାଜକୋଷର ଅର୍ଥକୁ ଖର୍ଚ୍ଚ କରୁଛନ୍ତି । ସମଗ୍ର ବିଶ୍ୱର ନଗଡା ଭଳି ସ୍ଥାନ ଥରୁଟିଏ ଓଡ଼ିଶାର ଦୃଶ୍ୟକୁ ଅପମାନିତ କଲାପରେ ସମଗ୍ର ରାଜ୍ୟବାସୀ ଭାବିଲେ ବୋଧେ ଆଉ ଏହାର ପୁନରାବୃତ୍ତି ହେବ ନାହିଁ, ମାତ୍ର ଓଡ଼ିଶାରେ ଏହିଭଳି ଦୃଶ୍ୟ ଏବେବି ଦେଖିବାକୁ ମିଳିଛି । ଆଜି ନଗଡା ଭଳି ଆଉ ଏକ ସ୍ଥାନ ଯାହାକି କେନ୍ଦୁଝର ଜିଲ୍ଲା, ହାଟଡିହି ବ୍ଲକ, ହଦଗଡ଼ ପଞ୍ଚାୟତ ର ପିତାନାଉ, ଦଲକି, ଯୁଣପଶି, ରତ୍ନମରା,ସୂଜୁନାପାଳ ଭଳି ଗ୍ରାମ ଆଚ୍ଛା ସଙ୍ଗଠନର ନଜରକୁ ଆସିଛି । ଏହି ଅଞ୍ଚଳରେ ୭୦୦ରୁ ଉର୍ଦ୍ଧ୍ୱ ପରିବାର ବନବାସୀ ଭାବେ ବସବାସ କରୁଛନ୍ତି । ଆଚ୍ଛା ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ୱରେ ସମରେନ୍ଦ୍ର ମିଶ୍ର, ପ୍ରଶାନ୍ତ ଖଣ୍ଡା, ସକଳ ଜେନା ପ୍ରମୁଖ ଏହି ଅଞ୍ଚଳକୁ ଯାଇ ଲୋକମାନଙ୍କ ସମସ୍ୟାକୁ ପଚାରି ବୁଝିଥିଲେ । ଲୋକ ମାନଙ୍କର କହିବ ଅନୁସାରେ ଯେତେବେଳେ ହଦଗଡ଼ ଠାରେ ସାଳନ୍ଦୀ ନଦୀ ଉପରେ ନଦୀ ବନ୍ଧ ପ୍ରସ୍ତୁତ କରାଗଲା ସେହିସମୟରେ ପ୍ରଶାସନ କିଛି ଗ୍ରାମକୁ ଥଇଥାନ କରାଇଥିଲେ କିନ୍ତୁ ହଠାତ୍ ବନ୍ଧର ଗେଟ ବନ୍ଦ କରିବାର ନିଷ୍ପତି ଫଳରେ ପ୍ରଶାସନ ସମସ୍ତ ଗ୍ରାମବାସୀ ମାନଙ୍କୁ ଯଥାଶୀଘ୍ର ଗ୍ରାମ ଛାଡ଼ି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ପରେ ସେମାନଙ୍କୁ କ୍ଷତିପୂରଣ ସହ ଥଇଥାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମରେ ନଦୀ ଜଳ ମାଡ଼ିଯିବା ଫଳରେ ଗ୍ରାମବାସୀ ମନେ ବିସ୍ଥାପିତ ହୋଇ ୧୯୬୪ ମସିହା ଠାରୁ ଏହି ସବୁ ଗ୍ରାମରେ ଜନବସତି ସ୍ଥାପନ କରି ବସବାସ କରିଆସୁଛନ୍ତି, କିନ୍ତୁ ପ୍ରଶାସନ ନାଁ ସରକାର ଏହିସବୁ ଗ୍ରାମର ଉନ୍ନତି ପାଇଁ ନଜର ଦେଉନାହାନ୍ତି । ନିର୍ବାଚନ ଆସିଲେ କେବଳ ନେତା ମାନେ ଗାଁକୁ ଆସନ୍ତି ଆଉ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦିଅନ୍ତି । ୧୯୬୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ବିକାଶ ହୋଇନାହିଁ । ୩୦୦୦ ରୁ ଉର୍ଦ୍ଧ୍ୱ ଲୋକ ରହୁଥିବା ଅଞ୍ଚଳକୁ ରାସ୍ତା ନାହିଁ, ଗମନ ଗମନ ପାଇଁ ଗାଡ଼ି ଘୋଡ଼ା ମଧ୍ୟ ଯାତାୟାତ କରେ ନାହିଁ । ରାସ୍ତାକୁ ବାହାରିବା ପାଇଁ ସେମାନଙ୍କୁ ଦୀର୍ଘ ୧୮ କିଲୋମିଟର ଦୁର୍ଗମ ଜଙ୍ଗଲ ରାସ୍ତା ମଧ୍ୟରେ ଯିବାକୁ ପଡ଼େ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରାସନ୍ ସାମଗ୍ରୀ ପାଇଁ ମଧ୍ୟ ୮ କିଲୋମିଟର ଚାଲି ଚାଲି ଯିବାକୁ ପଡ଼େ, କିମ୍ବା ନଦୀରେ ଡଙ୍ଗା ମାଧ୍ୟମରେ ଯାଇ ହଦଗଡ଼ ଠାରୁ ଆଣିବାକୁ ପଡ଼େ । ଗାଁକୁ ଯିବାବେଳେ ପଡ଼େ ବନବିଭାଗ ର ଗେଟ ଯାହା ସଦା ସର୍ବଦା ବନ୍ଦ ଥାଏ । ବନବିଭାଗ ର ମଧ୍ୟ କୌଣସି ସହଯୋଗ ନାହିଁ । ଯଦି କେହି ରୋଗରେ ପୀଡ଼ିତ ହୁଅନ୍ତି ତେବେ ସରକାରୀ ଆମ୍ବୁଲାନ୍ସ କୁ ଡାକିବା ପାଇଁ ଫୋନ୍ ମଧ୍ୟ ଲାଗେନାହିଁ, କାରଣ ନେଟୱର୍କ ର ସମସ୍ୟା ସେଠାରେ ଦେଖାଯାଏ । ବାହାରୁ କେହି ସେହି ଗ୍ରାମକୁ ଆସିଲେ କିମ୍ବା ଗ୍ରାମରୁ କେହି ବାହାରକୁ ଗଲେ ବନବିଭାଗ ର କର୍ମଚାରୀ ସେମାନଙ୍କ ର ଅଧରକାର୍ଡ କିମ୍ବା ଭୋଟ୍ ପରିଚୟପତ୍ର ନଦେଖାଇଲେ ଛାଡନ୍ତି ନାହିଁ । ଜଟିଳ ଯନ୍ତ୍ରଣାରେ ଥିବା ରୋଗୀ ଚିକିତ୍ସାଳୟ ନଯାଇପାରି ମୃତ୍ୟୁ ବରଣ କରିଥାନ୍ତି । ସେହି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ନାହିଁ ତେଣୁ ଫୋନ୍ ବ୍ୟବହାର ହୁଏ ନାହିଁ କିମ୍ବା ଟିଭି ଦ୍ୱାରା ଦେଶ ବିଦେଶର ଖବର ମଧ୍ୟ ଜାଣିବା ପାଇଁ ସୁଯୋଗ ମଧ୍ୟ ପାଆନ୍ତି ନାହିଁ । ସେହି ଅଞ୍ଚଳବାସୀଙ୍କୁ ସମ୍ପୂର୍ଣରୂପେ ସମାଜର ପ୍ରତିଟି ଖବର ଠାରୁ ଦୂରରେ ରଖାଯାଇଛି । ତେଣୁ ସେମାନେ ସେମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତଲୋନ କରିବାରେ ଅକ୍ଷମ । ସରକାର ପିଇବା ପାଇଁ ପାଣିର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଏବେ ଅକ୍ଷମ ହୋଇପଡ଼ିବା ଫଳରେ ଲୋକମାନେ ପାହାଡ଼ରୁ ଚୁଆ ଖୋଳି ପାଣି ବାହାର କରି ପିଉଛନ୍ତି । ୧୯୭୫ ମସିହା ଠାରୁ ଦଲକି ଠାରେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅଛି ମାତ୍ର କେଉଁ ଦିନ ଶିକ୍ଷକ ଆସନ୍ତି ତ କେଉଁଦିନ ଆସନ୍ତି ନାହିଁ । ଗତ ଦୁଇବର୍ଷ ହେବ କରୋନା ହେବା ଠାରୁ ଶିକ୍ଷକ ଆସୁନାହାନ୍ତି ଯାହାଫଳରେ ବିଦ୍ୟାଳୟ ଏକ ପ୍ରକାରେ ବନ୍ଦ ରହିଛି । ଶିକ୍ଷା ବିଭାଗ ଦ୍ୱାରା ଏବେ ପାଠ ପଢିବା ପାଇଁ ଅନଲାଇନ ବ୍ୟବସ୍ଥାରେ ଶିକ୍ଷାଲାଭ କରିବା ପାଇଁ ପିଲାମାନଙ୍କ ଅବିଭାବକ ମାନଙ୍କ ପାଖରେ ମୋବାଇଲ ମଧ୍ୟ ନାହିଁ ତେଣୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ପିଲାମାନେ କିପରି ଶିକ୍ଷାଲାଭ କରିବେ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶ୍ୱ ମହାମାରୀ କରୋନା ମୁକାବିଲା କରିବା ପାଇଁ ଭେକ୍ସିନ ପାଇଁ ବହସ୍ଫଟ ମାରୁଥିବା ବେଳେ ଅନଲାଇନ ସ୍ଲୋଟ ବୁକିଂ କରିବା ପାଇଁ ସେମାନଙ୍କ ପାଖରେ ଆଣ୍ଡ୍ରଏଡ ଫୋନ୍ ମଧ୍ୟ ନାହିଁ । ସେମାନଙ୍କ ପାଖରେ ଭେକ୍ସିନ୍ କିପରି ପହଞ୍ଚିବ ଆଉ ସେମାନେ କରୋନରୁ କିପରି ବଞ୍ଚିବେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପ୍ରତି ମଧ୍ୟ ସରକାରଙ୍କର କୌଣସି ଧ୍ୟାନ ନାହିଁ । ଅଷ୍ଟମ ଶ୍ରେଣୀ ପାସ କରିବା ପରେ ପିଲାମାନଙ୍କୁ ନଦୀ ପର ହୋଇ ଆଠ କିଲୋମିଟର ଯିବାକୁ ପଡ଼େ ଅଧ୍ୟୟନ ପାଇଁ । ଏଥିରୁ ପ୍ରମାଣିତ ହେଉଛି ସରକାର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନରାର ସାର୍ଥକତା । ୧୯୬୪ ମସିହାଠାରୁ ସେଠାରେ ସେମାନେ ବସବାସ କରୁଛନ୍ତି ମାତ୍ର ସରକାରୀ ଯୋଜନାରେ ଲାଭ ଉଠାଇବା ପାଇଁ ସେମାନଙ୍କ ପାଖରେ ନାହିଁ ଘରବାଡ଼ି ପଟ୍ଟା । ଯାହାଫଳରେ ସେମାନେ ନିଜର ଜାତିଗତ ପ୍ରମାଣପତ୍ର ମଧ୍ୟ ପାଇପରୁନାହାନ୍ତି କି ଆବାସ ଯୋଜନାର ଲାଭ ମଧ୍ୟ ନେଇ ପାରୁନାହାନ୍ତି । ଜୀବିକା ପାଇଁ ନିର୍ଭର କରନ୍ତି ନଦୀକୁ, ନଦୀରେ ଜାଲ ପକାନ୍ତି । କେତେବେଳେ ମାଛ ପଡନ୍ତି ତ କେତେବେଳେ ମାଛ ପଡ଼ନ୍ତିନି । ସେହି ମାଛକୁ ବିକ୍ରି କରିବା ନିମନ୍ତେ ୮ କିଲୋମିଟର ଦୂରରେ ଅବସ୍ଥିତ ହଦଗଡ଼ ରେ ବିକ୍ରି କରି ନିଜର ପରିବାର ପୋଷଣ କରନ୍ତି । ସେହି ବନବାସୀ ମାନଙ୍କକର ମୌଳିକ ଅଧିକାର ନିମନ୍ତେ ଆଗାମୀ ଦିନରେ ଲଢେଇ କରିବ ବୋଲି ଆଚ୍ଛା ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।