ନିଲୁ ଓ ସିଲୁଙ୍କ ସ୍ମୃତିରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି

ବାଲେଶ୍ୱର (୧୧.୦୪.୨୦୨୦) - ବିଗତ ପାଞ୍ଚ ବର୍ଷ ପୂର୍ବରୁ ବାସୁବ୍ରହ୍ମପୁର ଖେଳ ପଡିଆ ଠାରେ କ୍ରିକେଟ ଖେଳୁଥିବା ସମୟରେ ଛଅ ଜଣଙ୍କୁ ବଜ୍ରାଘାତ ହୋଇଥିଲା । ଛଅ ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ଦୁଇଭାଇ ତଥା ରମେଶ ପ୍ରଧାନ (ନିଲୁ) ଓ ପରେଶ ପ୍ରଧାନ (ସିଲୁ) ବଜ୍ରାଘାତରେ ପ୍ରଣ ହରାଇଥିଲେ ବୋଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେହି ଦିନରୁ ପ୍ରତି ବର୍ଷ ଆଜିର ଦିନରେ ସ୍ମୃତିରେ ତୁମେ ନିଲୁ, ସିଲୁ କମିଟି ତରଫରୁ ଅଞ୍ଚଳରେ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କର୍ଯ୍ୟକ୍ରମ ମାନ କରାଯାଇଥାଏ । ମାତ୍ର ଏ ବର୍ଷ ଦେଶରେ କରୋନା ସଂକ୍ରମଣ ପାଇଁ ତାଲାବନ୍ଦ ଚାଲିଥିବା ଏବଂ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ଥିବାରୁ କମିଟି ତରଫରୁ ଆଚ୍ଛା ସଂଗଠନ ସହ ମିଶି ରକ୍ତଦାନ ଶିବିର କରାଯାଇଛି । ଏହି ଶିବିରଟି ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ସିଂହବାହିନୀ କ୍ଲବର ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନ ସିଂହବାହିନୀ କ୍ଲବ, ଦହିଗଡିଆ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା, ବସନ୍ତ କୁମାର ଜେନା, ଏଟେନ୍‌ଡେନ୍ଟ ଖିରୋଦ ବେହେରା ଓ ବିଜୟ କୁମାର ବାଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ନିଲୁ ଓ ସିଲୁଙ୍କ ବଡ ଭାଇ ମାନସ ରଞ୍ଜନ ପ୍ରଧାନ ଉଦ୍ଘାଟନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର ଅନ୍ତର୍ଯ୍ୟାମି ବେହେରା, ସମାଜସେବୀ ବେଣୁମାଧବ ପଣ୍ଡା, ରାକେଶ ବେହେରା, ଦିନେଶ ନାୟକ, ମୁକ୍ତିକାନ୍ତ ଆଚାର୍ଯ୍ୟ, ଚିନ୍ମୟ କୁମାର ମହାନ୍ତି, ତପନ କୁମାର ଦାସ ପ୍ରଭୃତି ସହଯଗ କରିଥିଲେ । ଏହି ଶିବିରରେ ମୋଟ ୪୦ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।