Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ଜନ୍ମରୁ ମୃତ୍ୟୁ ପ୍ରତିଟି ଯୋଜନା ସରକାର କରିଥିବାର ଡିଣ୍ଡିମ ପିଟୁଥିବା ସହ ସରକାରୀ ରାଜସ୍ୱରୁ ପ୍ରତିଦିନ କୋଟିକୋଟି ଟଙ୍କାର ବିଜ୍ଞାପନ ଦ୍ୱାରା ପ୍ରଚାର ପ୍ରସାର କରୁଥିବା ବେଳେ ପ୍ରକୃତ ସରକାରୀ ସହାୟତା ଆବଶ୍ୟକ କରୁଥିବା ଲୋକେ ଆଜି ସରକାରୀ ସହାୟତାରୁ ବଞ୍ôଚତ । ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ ସ୍ଥିତ ଦିନ ମଜୁରିଆ ସପନ ବିନ୍ଧାଣିଙ୍କ ଝିଅ ଶୁଭଲକ୍ଷ୍ମୀର ବୟସ ମାତ୍ର ପାଞ୍ଚ ବର୍ଷ ; ସେ ଏବେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଏବଂ ଏହାସହ ତାଙ୍କ କାନ୍ଧ ପାଖରେ ମଧ୍ୟ ଏକ ଟ୍ୟୁମର ହୋଇଛି । ବ୍ରେନ ପାଖରେ ହୋଇଥିବା ଟ୍ୟୁମରଟି ମସ୍ତିଷ୍କର ଶିର ଶିର ସହ ଯୋଡି ଯାଇଛି । ତେଣୁ ଏହାର ଅସ୍ତ୍ରୋପଚାର ପାଇଁ ବାଲେଶ୍ୱରରେ ସୁବିଧା ନଥିବାରୁ ସେମାନେ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଦେଇଥିଲେ । ଶୁଭଲକ୍ଷ୍ମୀଙ୍କ ପରିବାର କଟକ ବଡ଼ ଡାକ୍ତରଖାନାକୁ ବାରମ୍ବାର ଯିବା ପରେ ବି ସେଠାରେ ଅସ୍ତ୍ରୋପଚାର କରାଯାଇନଥିଲା । ତେଣୁ ସପନ ବିନ୍ଧାଣି ନିଜ ଝିଅର ଅସ୍ତ୍ରୋପଚାର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ଘରୋଇ ହସ୍ପିଟାଲ ଯାଇଥିଲେ ; ମାତ୍ର ଝିଅର ବୟସ ପାଞ୍ଚ ବର୍ଷ ଏବେ ହୋଇଥିବାରୁ ଝିଅ ଶୁଭଲକ୍ଷ୍ମୀଙ୍କ ନାମ ରେସନ କାର୍ଡରେ ନଥିଲା ତେଣୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରୁ ଝିଅର ଅସ୍ତ୍ରୋପଚାର ହୋଇପାରୁନାହିଁ । ଏହି ଘଟଣା ଏସ ଆର ବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ଅଧ୍ୟକ୍ଷା ସଂଯୁକ୍ତା ରାଣୀ ବେହେରା ଏବଂ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଜାଣିଲା ପରେ ବାଲେଶ୍ୱର ହସ୍ପିଟାଲରେ କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ଅନୁସାରେ ଶୁଭଲକ୍ଷ୍ମୀଙ୍କ ନାମ ପରିବାରରେ ମିଳିଥିବା ରେସନ କାର୍ଡରେ ସାମିଲ କରାଇବା ପାଇଁ ଜିଲ୍ଲା ଯୋଗାଣ ଅଫିସ ଯିବା ପରେ ସେଠାରେ ଉତ୍ତରରେ ମିଳିଛି କି ବାଲେଶ୍ୱର ମୁନିସିପାଲିଟି ପାଇଁ ଟାର୍ଗେଟ ନାହିଁ ତେଣୁ ଆଉ ନାମ ଯୋଡି ହେବ ନାହିଁ । ଏହା ପରେ ଜିଲ୍ଲା ଜରୁରୀକାଳୀନ ଅଫିସରେ ପହଞ୍ôଚ ଅଧିକାରିଣୀ ରିଜୱ ।ନା ମ୍ୟାଡାମଙ୍କୁ ଜଣାଇଥିଲେ ; ମାତ୍ର ଅଧିକାରିଣୀ ପିଲାଟିକୁ ନଦେଖି କିମ୍ବା ତାର କୌଣସି ରିପୋର୍ଟ ନଦେଖି ଉତ୍ତରରେ କହିଥିଲେ କି ଏଭଳି କେଶରେ ଆମେ କିଛି ସହାୟତା ପ୍ରଦାନ କରିପାରିବୁ ନାହିଁ । ଏସ ଆର ବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ଅଧ୍ୟକ୍ଷା ସଂଯୁକ୍ତା ରାଣୀ ବେହେରା ଏବଂ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଉଭୟ ପ୍ରଶ୍ନ କରିଛନ୍ତି କି ସାଧାରଣ ଗରିବ ଲୋକମାନଙ୍କ ତେଲ, ଲୁଣ ଆଦି ପ୍ରତିଟି ସାମଗ୍ରୀରୁ ଟିକସ ଦେଇ ରାଜସ୍ୱରେ ଅର୍ଥ ଜମା କରୁଥିବା ବେଳେ ଏବଂ ସେହି ଅର୍ଥରୁ ପ୍ରଶାସନିକ ଅଧିକାରୀ ଦରମା ନେଉଛନ୍ତି ; ମାତ୍ର ସେହି ଅଧିକାରୀ ମାନେ ଲୋକ ମାନଙ୍କୁ ଉପଯୁକ୍ତ ସମ୍ମାନ ନଦେବା ଏବଂ ସହାୟତା ନ ଯୋଗାଇବା ଏକ ନିନ୍ଦନୀୟ କଥା । ଏହା ଗଣତନ୍ତ୍ର ନୁହେଁ ଅମଳାତନ୍ତ୍ରର ସୂଚନା । ପାଞ୍ଚ ବର୍ଷର କୁନି କନ୍ୟା ଶୁଭଲକ୍ଷ୍ମୀଙ୍କ ଭୁଲ ବା କଣ ; ଭୁଲ ଏତିକି କି ଗରିବ ପରିବାରରେ ଜନ୍ମଗ୍ରହଣ କରିବା ।

Leave a Reply