Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (ତା୦୮/୧୨/୨୦୨୦ରିଖ)- ଆଜି ହେଉଛି ପବିତ୍ର ପ୍ରଥମାଷ୍ଟମୀ । ପ୍ରତି ଲୋକଙ୍କ ଘରେ ପିଠା ଓ ମିଠାରେ ଭରପୂର । ସମସ୍ତ ଘର ଖୁସୀ ହାସୀରେ କାଟୁଥିବା ସମୟରେ ବାଲେଶ୍ୱର ସହରରେ କିଛି ଗରିବ ଓ ଅସହାୟ ଭାରତ ବନ୍ଦ ପାଇଁ ଖାଇବାକୁ ନ ପାଇ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ନଜର ଆଚ୍ଛା ସଂଗଠନ ସାମ୍ନାକୁ ଆସିଥିଲା । ଏହାଶୁଣି ସଂଗଠନର ଉପସଭାପତି ପ୍ରସନ୍ନଜିତ ସାହୁ ସଂଗଠର ସଭାପତି ବିସ୍ମିତରଞ୍ଜନ ଦାସ ଓ ସଂଗଠର ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟିଙ୍କ ସହ ଆଲୋଚନା କରି ସମାଜ ସେବୀ ନିରୋଦ ରାଉତଙ୍କ ସହଯୋଗରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଇଥିଲେ । ଏହାପରେ ସମାଜ ସେବୀ ନିରୋଦ ରାଉତ ଦାୟିତ୍ୱ ନେଇ ସନ୍ଧ୍ୟା ସମୟରେ ସଂଗଠନର ପ୍ରତିଟି ସଦସ୍ୟଙ୍କ ସହଯୋଗରେ ବାଲେଶ୍ୱର ସହରରେ ବୁଲୁଥିବା ବୃଦ୍ଧା ବ୍ୟକ୍ତି କୁନି କୁନି ପିଲା ତଥା ଅସହାୟ ବ୍ୟକ୍ତିଙ୍କୁ ରନ୍ଧାଖଦ୍ୟ ଖୁଆଇ ତାଙ୍କ ମୁହଁରେ ହସ ଫୁଟାଇ ପାରିଥିଲେ । ଯାହାକି ସାଧାରଣରେ ଆଚ୍ଛା ସଂଗଠନକୁ ବହୁ ପ୍ରଶଂସା କରିଛନ୍ତି । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ରଞ୍ଜନ କୁମାର ପାଣ୍ଡିଆ, ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ ସଂଗ୍ରାମ ବେହୁରା, ଯୁଗ୍ମ ସମ୍ପାଦକ ରାଜେଶ କୁମାର ପାଣ୍ଡିଆ, ସଂଗଠର ମେଡିକାଲ କୋ-ଅର୍ଡ଼ିନେଟର ଉଦୟଭାନୁ ନାୟକ, ସଂଗଠର ଗାର୍ଲସ କୋ-ଅର୍ଡ଼ିନେଟର ଆଦ୍ୟାଶା ଚଣ୍ଡ, ସରୋଜ ରାଉତ, ସୁଜୟ କେତନ ଦାସ, ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ, ସାଗର ସେଠୀ, ବିକାଶ ସାହୁ, ସତ୍ୟସମିର ବିଶ୍ୱାଳ, ଦୁର୍ଗାମାଧବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply