Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (ତା୨୯/୧୨/୨୦୨୦ରିଖ)- ବାଲେଶ୍ୱର ସହରରେ କିଛି ଗରିବ ଓ ଅସହାୟ ଖାଇବାକୁ ନ ପାଇ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ନଜର ଆଚ୍ଛା ସଂଗଠନ ସାମ୍ନାକୁ ଆସିଥିଲା । ସଂଗଠର ସଭାପତି ବିସ୍ମିତରଞ୍ଜନ ଦାସ ଓ ସଂଗଠର ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟିଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତି ବିନୋଦ କୁମାର ମାଝୀଙ୍କ ସହଯୋଗରେ କିଛିଖାଦ୍ୟର ବ୍ୟବସ୍ଥା କରାଇଥିଲେ । ଏହାପରେ ସନ୍ଧ୍ୟା ସମୟରେ ସଂଗଠନର ପ୍ରତିଟି ସଦସ୍ୟଙ୍କ ସହଯୋଗରେ ବାଲେଶ୍ୱର ସହରରେ ବୁଲୁଥିବା ବୃଦ୍ଧା ବ୍ୟକ୍ତି କୁନି କୁନି ପିଲା ତଥା ଅସହାୟ ବ୍ୟକ୍ତିଙ୍କୁ ରନ୍ଧାଖଦ୍ୟ ଖୁଆଇ ତାଙ୍କ ମୁହଁରେ ହସ ଫୁଟାଇ ପାରିଥିଲେ । ଯାହାକି ସାଧାରଣରେ ଆଚ୍ଛା ସଂଗଠନକୁ ବହୁ ପ୍ରଶଂସା କରିଛନ୍ତି । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ରଞ୍ଜନ କୁମାର ପାଣ୍ଡିଆ, ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ ସଂଗ୍ରାମ ବେହୁରା, ଯୁଗ୍ମ ସମ୍ପାଦକ ରାଜେଶ କୁମାର ପାଣ୍ଡିଆ, ସଂଗଠର ମେଡିକାଲ କୋ-ଅର୍ଡ଼ିନେଟର ଉଦୟଭାନୁ ନାୟକ, ସଂଗଠର ଗାର୍ଲସ କୋ-ଅର୍ଡ଼ିନେଟର ଆଦ୍ୟାଶା ଚଣ୍ଡ, ତନ୍ମୟ ନାୟକ, ସନ୍ତୋସ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply