ବାଲେଶ୍ୱର (25/11)- ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ସ୍ୱୟଂ ସହାୟିକା ଗ୍ରୁପ ମାଧ୍ୟମରେ ମହିଳା ମାନଙ୍କୁ ଋଣ ପ୍ରଦାନ କରାଇ କିଛି ନୂତନ ଜିନିଷ ତିଆରି କରାଇ ଆୟ ବୃଦ୍ଧି କରାଇବାର ପ୍ରଚେଷ୍ଟା କରୁଥିବା ବେଳେ ମହିଳା ମାନେ କଣ ଉତ୍ପାଦନ କରି ଆୟ ବୃଦ୍ଧି କରିବେ ତାହାର ପ୍ରଶିକ୍ଷଣ ପାଉ ନଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ମହାରାଜପୁର ପଞ୍ଚାୟତରେ ନାବାର୍ଡ ସହାୟତାରେ ଆଚ୍ଛା ସଂଗଠନ ପକ୍ଷରୁ ପଞ୍ଚାୟତର ତିନି ଶହରୁ ଉର୍ଦ୍ଧ ମହିଳା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର, ଜିଲ୍ଲା କ୍ରୀଡା ଅଫିସର ପୂର୍ଣ୍ଣ ଜେନା, ନାବାର୍ଡ ଡି. ଡ଼ି. ଏମ. ତାପସ ପ୍ରଧାନ, ୟୁକୋ ବ୍ୟାଙ୍କ ଏଲ. ଡ଼ି. ଏମ. ବିଶ୍ୱଜିତ ଶତପଥୀ, ବି. ବି. ସି. ସି. ବି. ସେକ୍ରେଟାରୀ ନାରାୟଣ ମୁଢ଼େଇ, ଖନ୍ତାପଡ଼ା ଓ. ଜି. ବି. ବ୍ୟାଙ୍କ ମ୍ୟାନେଜର ସୋମ ରଞ୍ଜନ ଦାସ, ଆଚ୍ଛା ସଂଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସେକ୍ରେଟାରୀ ରାଜେନ୍ଦ୍ର ପାତ୍ର, ମେଡିକାଲ କୋଡିନେଟର ଉଦୟ ଭାନୁ ନାୟକ, ତପନ ପାଣିଗ୍ରାହୀ, ଘନଶ୍ୟାମ ମଲ୍ଲିକ, ଗୌରୀଶଙ୍କର ପଣ୍ଡା, ଅଜୟ ବେହେରା, ମଞ୍ଚ ସଭାପତି ରେଣୁକା ଦାସ, ମଞ୍ଚ ସମ୍ପାଦକ ବାସନ୍ତୀ ବେହେରା, ଏମ. ବି.କେ ତାପସୀ ଦାଶ, ସି. ଆର. ପି. ବବିତା ଶିଅଳ, ଗୀତାଞ୍ଜଳି ନାୟକ, ମାଳତୀ ବେହେରା, ଚଞ୍ଚଳା ବେହେରା, ସାଲିଭା ନାୟକ, କାବେରୀ ଜେନା ପ୍ରବୃତ୍ତି ଶତାଧିକ ମହିଳା ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ |
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023