ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ଆଚ୍ଛାର ବାଲେଶ୍ବରଜିଲ୍ଲା ଶାଖା ତରଫରୁ ବାଲେଶ୍ବର ମୁନିସିପାଲଟି ଅନ୍ତର୍ଗତ ଭାସ୍କୁରଗଞ୍ଜ(ଖ) ଠାରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇ ଥିଲା ।ବାଲେଶ୍ବର ସହରକୁ ସରକାର ଅମୃତ ସହରର ମାନ୍ୟତା ଦେଲାପରେ ମଧ୍ୟ ଦିର୍ଘଦିନ ହେବ ଅବହେଳିତ ଅବସ୍ଥାରେ ଥିବା ବସ୍ତିବାସିନ୍ଦାଙ୍କ ନଜର ଆଚ୍ଛା ସଂଗଠନ ର ପଡିଥିଲା । ବର୍ତମାନର ପରିସ୍ଥିତିକୁ ଲକ୍ଷକଲେ ସେହିଅଞ୍ଚଳରେ ଅଳିଆ ଆବର୍ଜନାରୁ ନୂଆ ଏକ ଭୂତାଣୁ ଜାତନହେବ କହିବାବି ଭୁଲ ହେବନାହିଁ । ସମସ୍ତ ଦୃଶ୍ୟକୁ ଲକ୍ଷକରି ଆଜି ସକାଳେ ଆଚ୍ଛା ସଂଗଠନର ବାଲେଶ୍ବର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀଙ୍କ ନେତୃତ୍ବରେ ଓ ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ ଓ ରାଜ୍ୟ ସଂଗଠନ ସମ୍ପାଦକ ରଣଜିତ କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇ ଉପସ୍ଥିତ ବସ୍ତିବାସିନ୍ଦାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଉକ୍ତ ଅଞ୍ଚଳରେ ଡ୍ରେନେଜର ସୁବିଧା ନଥିବାରୁ ଅଞ୍ଚଳ ବାସୀ ନାହିଁନଥିବା ଅସୁବିଧା ଭୋଗୁଥିବା ସଂଗଠନର ନଜରକୁ ଆସିଥିଲା । ଆଗାମି ଦିନରେ ଯଦି ବାଲେଶ୍ବର ପୌରପାଳିକା ସମେତ ପ୍ରଶାସନ କିଛି ଫଳପ୍ରଦ କାର୍ଯ୍ୟନକରେ ନିକଟ ଭବିଷ୍ୟତରେ ବାଲେଶ୍ବର ନଗରର ବିଭିନ୍ନ ଅଞ୍ଚଳରୁ ସମସ୍ତ ବସ୍ତିବାସିନ୍ଦାଙ୍କ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସଭୂାପତି ଶ୍ରୀ ମାଝୀ ଲୋକ ମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ଯ ସ୍ବାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ,ଖୋର୍ଦ୍ଧାଜିଲ୍ଲା ପ୍ରଭାରୀ ରଞ୍ଜନ ପାଣ୍ତିଆ । ରାଜ୍ୟ ସଂଯୋଜକ ରାଜେଶ ପାଣ୍ତିଆ,ରାକେଶ ଶିଅଳ, ଙ୍କ ସମେତଚନ୍ଦନ ବେହେରା, ପିଣ୍ଟୁ ଦାସ, ବାସୁଦେବ ବେହେରା, ମଣ୍ଟୁ ଦାସ, ସୁନୀଲି ବେହେରା, ଶିବୁ ବେହେରା, ତପୁ ବେହେରା, ଗଣେଶ ଦାସ, ରାମ ବେହେରା, ଦେବା ବେହେରା ପ୍ରମୁଖ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023