Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୪.୦୪.୨୦୨୦) – ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ତାଲାବନ୍ଦରେ ରକ୍ତ ଦାନ ଶିବିର କରାଇବା ପାଇଁ ଅନୁମତି ନଥିବା ମୁହୁର୍ତ୍ତରେ ସାମାଜିକ ସଙ୍ଗଠନ ଆଚ୍ଛା କୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଦାନ ଶିବିର କରାଇ ରକ୍ତ ସଂଗ୍ରହ କରାଇବା ପାଇଁ ଅନୁମତି ଦିଆଯାଇଥିଲା । ଏହି ଅନୁମତିରେ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତା ବ୍ୟବହାର କାରି ପ୍ରତିଦିନ ସର୍ବାଧିକ ୩୦ ୟୁନିଟ୍ କରାଇବା ପାଇଁ ଆଦେଶ ଦିଆଯାଇଥିଲା । ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ସମାଜସେବୀ ବେଣୁମାଧବ ପଣ୍ଡାଙ୍କ ସହୋଯଗରେ ରେମୁଣା ବ୍ଲକର ମହାରାଜପୁର ପାଞ୍ଚାୟତର ମହାରାଜପୁର ଅଙ୍ଗନବାଡି କେନ୍ଦ୍ର-୧ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା ।

ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , ତିନି ଲ୍ୟାବ ଡେଷ୍ଟ ଅଧିକାରୀ ବସନ୍ତ କୁମାର ଜେନା, ଜଗନ୍ନାଥ ପଣ୍ଡା, କୁମାରୀ ସବ୍ନମ ଦାସ, ଏଟେନ୍‌ଡେନ୍ଟ ଖିରଦ କୁମାର ବେହେରା ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ଗ୍ରାମର ବରିଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ରବିନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ରାକେଶ ଶିଅଳ, ମୁକ୍ତିକାନ୍ତ ଆଚାର୍ଯ୍ୟ, ଅଜିତ କୁମାର ପାଣିଗ୍ରହି, ଭଗବାନ ବେହେରା ସହଯଗ କରିଥିଲେ । ଏହି ଶିବିରରେ ଦିନେଶ କୁମାର ନାୟକ, ପ୍ରାଣବନ୍ଧୁ ମହାପାତ୍ର, ରାମଚନ୍ଦ୍ର ବେହେରା, ମୁକ୍ତିକାନ୍ତ ପାଣିଗ୍ରାହି, ସତ୍ୟ ନାରାୟଣ ବେହେରା, ଶଶିକାନ୍ତ ବେହେରା, ରାଜେଶ ଶିଅଳ, ମିନତି ମଲ୍ଲିକ, ସରସ୍ୱତି ବେହେରା, ରାଜେନ୍ଦ୍ର ମଲ୍ଲିକ, ସରତ ଶିଅଳ, ଭବାନି ଶଙ୍କର ଦାସ, ନିରଞ୍ଜନ ବେହେରା, ରମେଶ ଚନ୍ଦ୍ର ମଲ୍ଲିକ, ଜିତେନ୍ଦ୍ର ମଲ୍ଲିକ, ପ୍ରଫୁଲ୍ଲ ନାୟକ, ଗଣେଶ ଦତ୍ତ ସିଂ, ରାଜେଶ ମହାଳିକ, ଘନଶ୍ୟାମ ବେହେରା, ବିଶ୍ୱନାଥ ବାରିକ, ରବିନ୍ଦ୍ର ଦାସ, ଦୁଃଶାଶନ ପ୍ରଧାନ, ରୁପକ ପାଣିଗ୍ରାହି, ଅଶେଷ ମହାଳିକ, ଶିବ ସୁନ୍ଦର ବେହେରା, ସୌରଭ ନାୟକ, ଲକ୍ଷ୍ମିଧର ନାୟକ, ହିମାଂସୁ ଶେଖର ନାୟକ, ମହେଶ୍ୱର ବେହେରା, ସାରଦା ପ୍ରଶନ୍ନ ନାୟକ ଓ ସରୋଜ ଦାସ ପ୍ରଭୃତି ୩୧ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।

Leave a Reply