Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୮/୦୫)- ମହାମାରୀ କରୋନାର ପ୍ରାଦୁର୍ଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସେତେବେଳେ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହେଉଛନ୍ତି । ଏହା ଭିତରେ ଆଜି ହେଉଛି ବିଶ୍ୱ ଥାଲାସେମିଆ ଦିବସ । ଏହି ବିଶ୍ୱ ମହାମାରୀ କରୋନା ସମୟରେ ଆମେ କିପରି ରକ୍ତ ଜନିତ ରୋଗ ସମସ୍ୟାରେ ଥିବା ରୋଗୀ ମାନଙ୍କ ଅସୁବିଧାକୁ ଦୂର କରିବା ସେଥିପାଇଁ ଆଚ୍ଛା ସଙ୍ଗଠନ ପକ୍ଷରୁ ରକ୍ତ ବିଶେଷଜ୍ଞ ଡା. ହେମଲତା ଦାସଙ୍କ ସହ େଓବିନାର ଦ୍ୱାରା ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା ।

ଏହି ସ୍ୱତନ୍ତ୍ର ଆଲୋଚନାକୁ ଆଚ୍ଛା ସଙ୍ଗଠନର ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟ ଭାନୁ ନାୟକ ପରିଚାଳନା କାରିଥିଲେ ଏଥିରେ ଆଚ୍ଛା ସଙ୍ଗଠନର ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶନୀ, ଉପ-ସଭାପତି ଗିରିଶ ମିଶ୍ର, ସତ୍ୟଜିତ ସେନାପତି, ଶୁଭମୟ ଜେନା,ମାନସ ଦାସ, ବନ୍ଦିତା ପାତ୍ରଙ୍କ ସହ ଅଭିଭାବକଙ୍କ ମଧ୍ୟରେ ସୁଶମା ବେହେରା, ନିର୍ମଳା ସିଂ, ରମାକାନ୍ତ ସେନାପତି, ରମାକାନ୍ତ ସେନ, ରତ୍ନାକାର ମଲ୍ଲିକ, ମଧୁସ୍ମିତା ପରିଡା, ସୁଜାତା ନାୟକ, ଲିମା ଭୁୟାଁ, ସମ୍ବିତ କୁମାର ପୃଷ୍ଟି, ରାଜେଶ ବେହେରା, ରିତାଞ୍ଜଳି ନାୟକ, ସବିତା ବେହେରା, ତପନ ବେହେରା, ଭାରତୀ ମିଶ, ନିରୋଦ ଜେନା, ପ୍ରଣମିତା ସାହୁ, ରାଜିବ ଦାସଙ୍କ ସମେତ ଶତାଧିକ ଅଭିଭାବକ ଅଂଶଗ୍ରହଣ କରିଥିଲେ । ଏଥିରେ ରକ୍ତ ବିଶେଷଜ୍ଞ ଡା. ହେମଲତା ଦାସ ପ୍ରତ୍ୟେକ ଅଭିଭାବକ, ସମାଜସେବୀ ଓ ରକ୍ତ ଦାତା ମାନଙ୍କୁ ଥାଲା ସେମିଆ ରୋଗୀଙ୍କ ସୁସ୍ଥରା ପାଇଁ କଛି ଉପଦେଶାବଳୀ ପ୍ରଦାନ କରି ସଚେତନ କରାଇଥିଲେ । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ସହଲରେ ପ୍ରଶଂସା କରାଯାଇଛି ।

Leave a Reply