Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୨୩.୦୪.୨୦୨୦)- ଦିନକୁଦିନ ନୋବେଲ୍ କରୋନାଭାଇରସ୍ ତାର କାୟାବିସ୍ତାର କରିବାରେ ଲାଗିଥିବା ସମୟରେ ସାରା ବାଲେଶ୍ୱର ଜିଲ୍ଲାରେ ଏକପ୍ରକାରର କୋକୁଆଭୟ ଦେଖାଯାଇଛି ଏଭଳି ଅସମ୍ଭାଳ ପରିସ୍ଥିତିରେ ଆଜି ଜଳେଶ୍ୱର ଶାଳିକଟା ପଞ୍ଚାୟତର ମହିସାମୁଣ୍ଡାଠାରେ ଆଚ୍ଛା ସଙ୍ଗଠନପକ୍ଷରୁ ଏକ ରକ୍ତଦାନ ଶିବିରକରାଯାଇଥିଲା । ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହଯୋଗ ଓ ଦୁଇ ଯୁବସମାଜସେବୀ ଇଂ ମଳୟ ରଞ୍ଜନ ବେହେରା ଓ ମନଜ କୁମାର ଜେନା ଙ୍କ ତତ୍ୱାବଧାନରେ ଆଜି ଅବସର ପ୍ରାପ୍ତ ସୈନିକ ତାରାପ୍ରସାଦ ମହାନ୍ତି ଓ ସ୍ଥାନୀୟ ସରପଞ୍ଚ ଖକୋନ ଜେନା ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନଶିବିର ଉଦଘାଟନ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମପଞ୍ଜିକରଣ କରାଇଥିଲେ ।ସ୍କୁଲର ପ୍ରଧାନଶିକ୍ଷକ ପିତାମ୍ବର ଜେନା ଓ ବିଦ୍ୟାଳୟର ସଭାପତି ସଞ୍ଜୀବ ନାଗ, ଆଶା ଦିଦି କମଳିନୀ ଜେନା ଓ ଅଙ୍ଗନବାଡି ଦିଦି ମମତା ପ୍ରଧାନ ଏବଂ ଗ୍ରାମର ସମାଜସେବୀ ତପନ ସିଂହ, ମାଧବ ଚନ୍ଦ୍ର ଜେନା,ଗଣେଷ ଚନ୍ଦ୍ର ଜେନା ପ୍ରଭୃତି ସହଯୋଗ କରିଥିଲେ । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ବସନ୍ତ କୁମାର ଜେନା, ବିଜୟ କୁମାର ପଟ୍ଟନାୟକ, ଏଟେନ୍‌ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଦ୍ୟାଧର ସାହୁ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି,ରାକେଶ ଶିଅଳ ଏବଂ ଅନ୍ୟ ପ୍ରଭୃତିଙ୍କ ସହାୟତାରେ ୪୫ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।

Leave a Reply