Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କଟକ (୦୯/୦୫)- ଆଚ୍ଛା ସଂଗଠନର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପୂର୍ବରୁ କୋଭିଡ୍ ୧୯ ସହ ସଂଗ୍ରାମ ଆଜି ପର୍ଯ୍ୟନ୍ତ କରିଆସୁଅଛି । ପ୍ରଥମେ ସଚେତନତା କାର୍ଯ୍ୟକ୍ରମ ତାପରେ ପ୍ରତିଦିନ ରକ୍ତଦାନଶିବିର , ମାସ୍କ, ସାନିଟାଇଜର୍ ,ସାବୁନ୍ ବଣ୍ଟନ,ଶୁଖିଲା ଖାଦ୍ୟ ଓ ପନିପରିବା ବଣ୍ଟନ ସହ ଜନସାଧାରଣଙ୍କ ମାସିକିଆ କିସ୍ତି ସମସ୍ୟା ଇତ୍ୟାଦି ପ୍ରଶାସନକୁ ଜଣାଇବା ସହ ତାର ପ୍ରତିକାର ମଧ୍ୟ କରାଇବାକୁ ଅନୁରୋଧ ଭଳି ଅନେକ କିଛି କାର୍ଯ୍ୟମାନ କରିଆସୁଅଛି । ମହାମାରୀ କରୋନାର ପ୍ରାଦୁର୍ଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କଲେ ସେତେବେଳେ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହେଲେ ଏବଂ ଭୋକ ଉପାସରେ ବିଭିନ୍ନ ପ୍ରବାସୀ ହଇରାଣ ହେଲେ । ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ସଙ୍ଗଠନ ତଥା ବିଭିନ୍ନ ବ୍ୟକ୍ତି ସହାୟତାର ହାତ ବଢାଇଲେ । ସରକାର ମଧ୍ୟ ତପ୍ତର ହୋଇଉଠିଲେ; ମାତ୍ର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ଦିନ କାଟୁଥିବା ଲୋକେ ଦୃଷ୍ଟି ଆଢୁଆଳରେ ରହିଗଲେ । ଏହି ପରିପ୍ରେକ୍ଷୀରେ କଟକ ଅଞ୍ଚଳର ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲ ଅଞ୍ଚଳ ଓ ବିଭିନ୍ନ ବସ୍ତିରେ ଭିକ୍ଷାବୃତ୍ତି କରି କାଳାତିପାତ କରୁଥିବା କିଛି ଅସହାୟ ବ୍ୟକ୍ତି ଲକ୍ ଡାଉନ୍ କାରଣରୁ ଉପାସରେ ରହୁଛନ୍ତି ବୋଲି ଖବର ପାଇ ଆଚ୍ଛା ସଙ୍ଗଠନର କଟକ ଅଞ୍ଚଳର ସମାଜସେବୀ ଲୋକନାଥ ବେହେରା, ଆଚ୍ଛା ସଙ୍ଗଠନର ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ, ମାନସ ଦାସ, ଆଶିଷ ପାଇଟେଲ, ରାଜେଶ କୁମାର ମହାନ୍ତି, ପ୍ରତାପ କୁମାର ଲେଙ୍କା, ଶ୍ରୀନିବାସ ପାତ୍ର, ସତ୍ୟଜିତ ସେନାପତି ପ୍ରଭୃତି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଆରମ୍ଭ କଲେ ଅନ୍ନ ଦାନ । ନିରବଚ୍ଛିନ୍ନ ଭାବେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଆଚ୍ଛା ସଙ୍ଗଠନ ପକ୍ଷରୁ କଟକ ସହରରେ ପ୍ରତ୍ୟେକ ଅସହାୟ ବ୍ୟକ୍ତିଙ୍କୁ ସଙ୍ଗଠନ ପକ୍ଷରୁ ଖାଦ୍ୟ ଯୋଗାଇଦିଆଯିବ ଏବଂ କେହିବି ଯେପରି ସଟ୍ ଡାଉନ୍ ରେ ଉପାସରେ ନରହିବେ ସେଥିପ୍ରତି ସଙ୍ଗଠନ ତରଫରୁ ଦୃଷ୍ଟି ଦିଆଯାଉଛି ବୋଲି ଆଚ୍ଛା ସଙ୍ଗଠନ କଟକ ଜିଲ୍ଲା ସଦସ୍ୟ ମାନେ ପ୍ରକାଶ କରିଛନ୍ତି । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ସହଲରେ ପ୍ରଶଂସା କରାଯାଇଛି ।

Leave a Reply