Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ଆଚ୍ଛା ସଙ୍ଗଠନ ଓ ଅଞ୍ଚଳ ବାସୀ ପକ୍ଷରୁ ବଡ଼ଖୁଆ ପୋଖରୀ ପୁନଃରୁଦ୍ଧାର ଏବଂ ଦୂଷିତ ପି.ଏଚ. ଡ଼ି. ପାଣିର ପ୍ରତିକାର ନିମନ୍ତେ ଜିଲ୍ଲାପାଳଙ୍କୁ ଚେତାବନୀ

By November 5, 2019January 5th, 2023No Comments

ଆଚ୍ଛା ସଙ୍ଗଠନ ପକ୍ଷରୁ ଗତ ତା ,୨୨.୦୭.୨୦୧୯ରିଖ ଦିନ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସଦର ବ୍ଲକ ଅଫିସରେ ଜିଲ୍ଲାପାଳଙ୍କ ଅବଗତ ପୂର୍ବକ ଦାବୀପତ୍ର ଦିଆଯାଇଥିଲା। ଉକ୍ତ ଚିଠିର ଡାଇରୀ ନଂ – ୨୪୫୦ ଅଟେ। ୧୦୦ ଦିନରୁ ଉର୍ଦ୍ଧ୍ବ ହେଲାଣି ମାତ୍ର ଏ ପର୍ଯ୍ୟନ୍ତ ଅଞ୍ଚଳ ବାସୀ ଉପକୃତ ହୋଇପାରିନାହାନ୍ତି। ଉକ୍ତ ଦାବୀ ରେ ଆଚ୍ଛା ସଂଗଠନ ଦର୍ଶାଇଥିଲାକି ସେହି ଅଞ୍ଚଳରେ ୧୫୦ରୁ ଉର୍ଦ୍ଧ ପରିବାର ବଡ଼ଖୁଆ ପୋଖରୀର ଚତୁଃପାର୍ଶ୍ଵରେ ବସ ବାସ କରୁଛନ୍ତି। ଗତ ୩ ମାସ ତଳେ ଏହି ପୋଖରୀ ଜଳ ବ୍ୟବହାର କରି ଦୁଇଜଣ ବ୍ୟକ୍ତି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ଏବଂ ସତାଧିକ ଗ୍ରାମବାସୀ ଉକ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏବେ ମଧ୍ୟ ଅନେକ ଗ୍ରାମବାସୀ ଉକ୍ତ ରୋଗରେ ପିଡ଼ିତ। ଏ ଅଞ୍ଚଳର ପାନୀୟ ଜଳର ଘୋର ସମସ୍ଯା ମଧ୍ୟ ରହିଛି। ଏଣୁ ଜିଲ୍ଲାପାଳଙ୍କୁ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି ଯାଥାଶୀଘ୍ର ଉକ୍ତ ପୋଖରୀର ପୁନରୁଦ୍ଧାର ପୂର୍ବକ ପୋଖରୀଟିକୁ ପରିଷ୍କାର ଓ ବିଶୁଦ୍ଧ ପାନୀୟଜଳ ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗାମୀ ୧୫ ଦିନ ମଧ୍ୟରେ ନିକଟସ୍ଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ , ବଳଙ୍ଗୀ ମହାବିଦ୍ୟାଳୟ ଓ ବାଲେଶ୍ଵର ପୌର କାର୍ଯ୍ୟଳୟ ସମ୍ମୁଖରେ ପୋଖରୀରୁ ଆବର୍ଜନା ଆଣି ଧାରଣା ଦିଅଯିବବୋଲି ସଙ୍ଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସମ୍ଭିତି କୁମାର ନାୟକଙ୍କୁ ଏକ ଦାବିପତ୍ର ଦିଆଯାଇଛି।

Leave a Reply