ବାଲେଶ୍ୱର (୧୦.୦୫.୨୦୨୦)- ଦିନ-କ-ୁଦିନ ନୋବେଲ୍ କରୋନା ଭାଇରସ୍ ତାର କାୟାବିସ୍ତାର କରିବାରେ ଲାଗିଥିବା ସମୟରେ ସାରା ବାଲେଶ୍ୱର ଜିଲ୍ଲାରେ ଏକ ପ୍ରକାରର କୋକୁଆଭୟ ଦେଖାଯାଇଛି ଏଭଳି ଅସମ୍ଭାଳ ପରିସ୍ଥିତିରେ ଆଜି ବସ୍ତାବ୍ଲକର ଦୁଧହଂସା ପଞ୍ଚାୟତ ଅଧିନସ୍ଥ ପାଇକପଡା ମହତାସାହି ପ୍ରଥମିକ ବିଦ୍ୟାଳୟ ଠାରେ ଆଚ୍ଛା ସଙ୍ଗଠନ ଓ କାର୍ତିକେଶ୍ୱର ୟୁଥ୍ କ୍ଲବ୍ ପକ୍ଷରୁ ଏକ ରକ୍ତଦାନ ଶିବିର କରାଯାଇଥିଲା । ପଞ୍ଚାୟତର ସରପଞ୍ଚ ମନରଞ୍ଜନ ବିଶ୍ୱାଳ ଓ ଯୁବସମାଜସେବୀ ଶଶିଭୂଷଣ ରାଉଳ ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର୍ ଅନ୍ତରର୍ଯ୍ୟମି ବେହେରା ଓ ଡାକ୍ତର ସୁବାଷ ଚନ୍ଦ୍ର ନାୟକ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମ ପଞ୍ଜିକରଣ କରାଇଥିଲେ । ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦେବା ପରେ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ,ଜଗନ୍ନାଥ ପଣ୍ତା, ବିନୋଦ ବିହାରୀ ଦାସ, ବିଜୟ ବଳ ପ୍ରବୃତ୍ତି ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । କାର୍ତିକେଶ୍ୱର ୟୁଥ୍ କ୍ଲବ୍ ର ବିଜୟ ପରିଡା,ଅଜୟ ପରିଡା,ଆଖଣ୍ଡଳମଣୀ ପରିଡା,କାହ୍ନୁଚରଣ ମହାପାତ୍ର ,ବସନ୍ତ ମହାପାତ୍ର,ଭକ୍ତବନ୍ଧୁ ପରିଡା ,ପରମାନନ୍ଦ ମହତା ,ନିରଞ୍ଜନ ମହତା,ଅଶୋକ କୁମାର ଜେନା,ନିତ୍ୟାନନ୍ଦ ମହତା,ଜିତେନ୍ ମହାପାତ୍ର ଙ୍କ ସମେତ ଆଶାକର୍ମୀ ଝୁନୁଲତା ବେହେରା ଙ୍କ ସମେତ ବିଜୁ ଯୁବବାହିନୀର ସଭାପତି ସନାତନ ସେଠୀ ସହଯୋଗ କରିଥିବାବେଳେ ଆଚ୍ଛା ସଙ୍ଗଠନ ପକ୍ଷରୁ ଆବାହକ ଅଜୟ ନାୟକ, ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି ,ସଂଯୋଜକ ରାକେଶ କୁମାର, ବେହେରା ପ୍ରଭୃତି ଉପସ୍ଥିତ ରହି ମୋଟ୍ ୨୯ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।