Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ଆଚ୍ଛା ସଙ୍ଗଠନ ଓ ପ୍ରଗତି ଯୁବକ ପରିଷଦର ମିଳିତ ଆନୁକୁଲ୍ୟରେ ରଣସାହି ବାତ୍ୟା ଆଶ୍ରୟ ସ୍ଥଳି ଠାରେ ରକ୍ତଦାନ ଶିବିର କରାଯାଇଛି

By April 8, 2020January 9th, 2023No Comments

ବାଲେଶ୍ୱର (୦୮.୦୪.୨୦୨୦) – ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ତାଲାବନ୍ଦରେ ରକ୍ତ ଦାନ ଶିବିର କରାଇବା ପାଇଁ ଅନୁମତି ନଥିବା ମୁହୁର୍ତ୍ତରେ ସାମାଜିକ ସଙ୍ଗଠନ ଆଚ୍ଛା କୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଦାନ ଶିବିର କରାଇ ରକ୍ତ ସଂଗ୍ରହ କରାଇବା ପାଇଁ ଅନୁମତି ଦିଆଯାଇଥିଲା । ଏହି ଅନୁମତିରେ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତା ବ୍ୟବହାର କାରି ପ୍ରତିଦିନ ସର୍ବାଧିକ ୩୦ ୟୁନିଟ୍ କରାଇବା ପାଇଁ ଆଦେଶ ଦିଆଯାଇଥିଲା । ପ୍ରଗତି ଯୁବକ ପରିଷଦ ଏବଂ ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ସମାଜସେବୀ ଡ. ବେଣୁମାଧବ ପଣ୍ଡାଙ୍କ ସହୋଯଗରେ ବାଲେଶ୍ୱର ସଦର ବ୍ଲକ ଅଧିନ ରଣସାହି ପଞ୍ଚାୟତର ରଣସାହି ବାତ୍ୟା ଆଶ୍ରୟ ସ୍ଥଳି ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା ।

ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , କାଉନସିଲର ଶ୍ରୀମତୀ ସୁଚିସ୍ମିତା ଦାସ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଜଗନ୍ନାଥ ପଣ୍ଡା, କୁମାରୀ ସବ୍ନମ ଦାସ, ଏଟେନ୍‌ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ଗ୍ରାମର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରବିନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଅନ୍ତର୍ଯ୍ୟାମି ବେହେରା, ଅବନି ଜେନା, ଦୁସ୍ମନ୍ତ ନାୟକ, ସନ୍ତୋଷ ନାୟକ, ଶାଶ୍ୱତ ରଞ୍ଜନ ବେହେରା, ଆକାଶ ନାୟକ, ଶରତ ଦାସ ଏବଂ ସରପଞ୍ଚ ବାସନ୍ତୀ ନାୟକ, ଡ. ସୁବାଷ ନାୟକ ପ୍ରଭୃତି ସହଯଗ କରିଥିଲେ । ଏହି ଶିବିରରେ ଦିଲ୍ଲିପ ବିଶ୍ୱାଳ, ନିର୍ମଳ ଦାସ, ସବିତା ଦାସ, ହରିହାର ଦାସ, ଅମିତ ବେହେରା, ସନାତନ ବେହେରା ପ୍ରଭୃତି ୩୩ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।

Leave a Reply