ବାଲେଶ୍ୱର (୧୦.୦୪.୨୦୨୦) – ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ତାଲାବନ୍ଦରେ ରକ୍ତ ଦାନ ଶିବିର କରାଇବା ପାଇଁ ଅନୁମତି ନଥିବା ମୁହୁର୍ତ୍ତରେ ସାମାଜିକ ସଙ୍ଗଠନ ଆଚ୍ଛା କୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଦାନ ଶିବିର କରାଇ ରକ୍ତ ସଂଗ୍ରହ କରାଇବା ପାଇଁ ଅନୁମତି ଦିଆଯାଇଥିଲା । ଏହି ଅନୁମତିରେ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତା ବ୍ୟବହାର କାରି ପ୍ରତିଦିନ ସର୍ବାଧିକ ୩୦ ୟୁନିଟ୍ କରାଇବା ପାଇଁ ଆଦେଶ ଦିଆଯାଇଥିଲା । ଭାଇ ଭାଇ ମିତ୍ରଶକ୍ତି ସଂଘର ସଭାପତି ବିନୋଦ କୁମାର ମାଝୀ ଏବଂ ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନ ବାଲେଶ୍ୱର ସଦର ବ୍ଲକ ଅଧିନ ରସୁଲପୁର ପଞ୍ଚାୟତର ବଡଧନାଡି ବାତ୍ୟା ଆଶ୍ରୟ ସ୍ଥଳି ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଜ୍ୟୋତିଶ୍ ପ୍ରଧାନ, ସାୟଦ ଦିଲଦାର, ଏଟେନ୍ଡେନ୍ଟ ଶ୍ରୀମତି ହେମଲତା ସେଠି ଓ ବିଦ୍ୟାଧର ସାହୁ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ସମାଜସେବୀ ଶ୍ରୀ ସର୍ବେଶ୍ୱର ସେଠୀ ଉଦ୍ଘାଟନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଅନ୍ତର୍ଯ୍ୟାମି ବେହେରା, ସମାଜସେବୀ ବେଣୁମାଧବ ପଣ୍ଡା, ବିଜୟ କୁମାର ବେହେରା, ଉତ୍ତମ କୁମାର ବେହେରା, ଅଜିତ କୁମାର ବେହେରା, ସୁର୍ଯ୍ୟକାନ୍ତ ବାରିକ, କରୁଣାକର ବେହେରା, ଭାଗବତ ଦାସ ସହଯଗ କରିଥିଲେ । ଏହି ଶିବିରରେ ଗୋପାଳ ମାଝୀ, କଟିବାବୁ ମାଝୀ, ଅଜୟ ମାଝୀ, ବଡବାବୁ ମାଝୀ, ଭଗିରଥ ମାଝୀ, ମଣ୍ଟୁ ବଢେଇ, ଶିବୁ ବାରିକ, ଖଗେଶ୍ୱର ବଢେଇ, ବାବୁରାମ ଧଳ, ବିକ୍ରମ ମାଝୀ, ସିକନ୍ଦର ସିଂ, ଧନଞ୍ଜୟ ବେହେରା, ରବିନ୍ଦ୍ର ମହାଳିକ, ଭୋଳାନାଥ ମାଝୀ, ରଞ୍ଜନ ବାରିକ, ଜଗନ୍ନାଥ ମାଝୀ ପ୍ରଭୃତି ୪୬ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।