ବାଲେଶ୍ୱର (୧୨/୦୫)- ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ହସପିଟାଲଗୁଡିକରେ ଅକ୍ସିଜେନ୍ (ଅମ୍ଲଜାନ) ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଅମ୍ଲଜାନ ଅଭାବ ଜନିତ ମୃତ୍ୟୁ କରୋନା କାଳରେ ଆଉ ଏକ ମାନବିକ ସଂକଟ ରୁପେ ଉଭା ହୋଇଛି । ତେବେ ସାଂପ୍ରତିକ କରୋନା ସଂକ୍ରମଣ କାଳରେ ହସ୍ପିଟଖ୍ଲଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅକ୍ସିଜେନର ଚାହିଦା ବଢିଛି । ଯାହାକି ସରକାର ଯୋଗାଇବାରେ ବିଫଳ ହୋଇଛନ୍ତି । ଏହା ସତ୍ୟ ଯେ, ବୃକ୍ଷ ହିଁ ପ୍ରାଣୀ ଜଗତକୁ ଅମ୍ଲଜାନ ଯୋଗାଇଥାଏ । ଯାହା ପ୍ରକୃତିଦତ । ମାତ୍ର ପ୍ରକୃତି ଉପରେ ମଣିଷର ଅନବରତ ଅତ୍ୟାଚାର ଏବଂ ଆଖିବୁଜା ଜଙ୍ଗଲ ଧ୍ୱଂସ ଯୋଗୁଁ ଗୋଟିଏ ପଟେ ଅମ୍ଲଜାନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୁଷଣର ହାର ବଢିଚାଲିଛି । ତେବେ ଏଭଳି ପରିସ୍ଥିତିରୁ ମଣିଷ ସମାଜକୁ ବ୍ୟାପକ ବୃକ୍ଷ ରୋପଣ ହିଁ ଉଦ୍ଧାର କରିପାରିବ । ଯାହାକି ଭବିଷ୍ୟତରେ ଅମ୍ଲଜାନ ଅଭାବ ପୁରଣ କରିପାରିବ । ଆସନ୍ତୁ ଗଛ ଲଗାଇବା ଜୀବନ ରକ୍ଷା କରିବା ; ଏହି ନାରା ଦେଇ ଆଚ୍ଛା ସଙ୍ଗଠନ ଆଜି ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛି । ଲିମ୍ବ, ବର, ଅସ୍ତ, କରଞ୍ଜ, ଅର୍ଜୁନ, ତୁଲସି, ତେନ୍ତୁଳି, ଜାମ ଆଦି ବୃକ୍ଷ ଆଜି ବିଭିନ୍ନ ଲୋକ ମାନଙ୍କ ଆବଦ୍ଧ ବାଡିରେ ରୋପଣ କରିଛନ୍ତି ଆଚ୍ଛା ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ । ଏଥିରେ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ୍ ରଞ୍ଜନ ଦାସ, ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀମ, କୋଷାଧକ୍ଷ ରାକେଶ କୁମାର ଶିଅଳ, ମେଡିକାଲ କୋଡିନେଟର୍ ଉଦୟଭାନୁ ନାୟକ, ଦୁର୍ଗାମାଧବ ଶତପଥି, ଭଗବାନ ବେହେରା, ସୁଶମା ବେହେରା, ସମ୍ବିତ ପୃଷ୍ଟି, ଅନ୍ତର୍ଯ୍ୟାମି ବେହେରା, ଗୋକୁଳାନନ୍ଦ ଚଣ୍ଡ, ରାଜେଶ କୁମାର ଶିଅଳ, ଭଗିରଥି ଶତପଥି, ଅବିନାଶ ଶତପଥି ପ୍ରଭୃତି ଅଂଶ ଗ୍ରହଣ କରିଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023