Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ଆଚ୍ଛା ସଙ୍ଗଠନ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷପ ନ ନିଆଯାଇଥିବା ପ୍ରତିବାଦରେ ଗତ ଡିସେମ୍ବର ୨ତାରିଖ ସକାଳ ୮ ଘଟିକା ଠାରୁ ଥାଲାସେମିଆ ରୋଗୀ ମାନଙ୍କ ସୁସ୍ଥତା ପାଇଁ ୧୧ ଗୋଟି ଦାବିର ସମାଧାନ ଉଦ୍ଦେଶ୍ୟରେ ଆମରଣ ଅନଶନରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ ଓ ଥାଲାସେମିଆ ରୋଗୀମାନଙ୍କର ଅବିଭାବକ ମାନଙ୍କ ମଧ୍ୟରେ ଉଦୟ ଭାନୁ ନାୟକ, ପ୍ରଭାକର ନାୟକ, ନିର୍ମଳା ସିଂ, ମମତା ସାହୁ, ପୁଷ୍ପାଞ୍ଜଳୀ ନାୟକ, ସୁକାନ୍ତି ପାତ୍ର, ମଞ୍ଜୁଲତା ଦାସ, ଶୁସମା ବେହେରା, ବାସନ୍ତି ନାୟକ, ନିର୍ମଳା ନାୟକ, ଜ୍ୟଶ୍ନା ଥାପ୍ପା, ସବିତା ମହାରଣା, ସନ୍ତଷ କୁମାର ଜେନା ଅନଶନରେ ସାମିଲ ହୋଇଥିଲେ ।

ଦାବି ଗୁଡିକ ହେଉଛି ବ୍ଲଡ ବ୍ୟଙ୍କ ଠାରେ ରକ୍ତରୁ ପ୍ଲାଜ୍ମା ଓ ଶ୍ୱେତ କଣିକା କାଢିବା ପରେ ପିଲାଙ୍କ ଓଜନ ହିସାବରେ ରକ୍ତ ଦିଆଯିବା, ଥାଲାସେମିଆ ମେଜର ମାନଙ୍କୁ ୮ କିମ୍ବା ୯ ହିମୋଗ୍ଲୋବିନ୍ ଥାଇ ରକ୍ତ ଦିଆଯିବା, ସ୍ୱତନ୍ତ୍ର ଥାଲାସେମିଆ ଡେ କେୟାରରେ ଡାକ୍ତର ଓ ନର୍ସ ଦିଆଯିବା, ହେମୋଗ୍ଲୋବିନ୍ ଇଲେକ୍ଟ୍ରୋଫରସିସ୍ ବା ଏଚ୍.ପି.ଏଲ୍.ସି. , ସିରମ୍ ଫୋରେଟିନ, ଏଚ୍.ଆଇ.ଭି. ଓ ଏଚ୍.ସି.ଭି. ର ପରିକ୍ଷଣର ସୁବିଧା କରାଯିବା, ରକ୍ତ ଦ୍ୱାରା ପ୍ରବେଶ କରୁଥିବା ରୋଗ ହେପାଟାଇଟିସ୍ ଓ ଏଚ୍.ଆଇ.ଭି. ନିରୁପଣ ପାଇଁ ବାର୍ଷିକ ସ୍କ୍ରିନିଙ୍ଗ କରାଯିବା, ହେପାଟାଇଟିସ୍-ବି ପାଇଁ ପ୍ରତ୍ୟକ ପାଞ୍ଚ ବର୍ଷରେ ଟିକା ଦିଆଯିବା, ସ୍କ୍ରିନିଂ ପଜେଟିଭ ହେପାଟାଇଟିସ୍-ବି ଓ ସି ର ଭାଇରାଲ ଲୋଡ ଓ ଜେନେଟାଇପ୍ ର ପରିକ୍ଷଣ ପ୍ରତି ବର୍ଷ ମାଗଣାରେ କରାଯିବା, ହେପାଟାଇଟିସ୍-ବି ଓ ସି ନିମନ୍ତେ ଏଚ୍.ଆଇ.ଭି. ରକମ ବାଲେଶ୍ୱର ସରକାରୀ ଡାକ୍ତର ଖାନାରେ ଔଷଧ ଉପଲବ୍ଧ କରାଯିବା, ରୋଗୀଙ୍କ ଅବିଭାବକ ମାନେ ରୋଗ ବିଷୟରେ ଭଲଭାବରେ ବୁଝିବା ପାଇଁ ଜେନେଟିକ୍ କାଉନସଲେର ର ନିଯୁକ୍ତି କରାଯିବା, ଥାଲାସେମିଆ ବାହାକଙ୍କର ପ୍ରସୁତି ସମୟ ପୁର୍ବରୁ ପରିକ୍ଷା ପାଇଁ ସରକାରୀ ଡାକ୍ତରଖାନାରେ ପରିକ୍ଷଣ ପାଇଁ ସୁବିଧା କରାଯିବା, ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ଗାଇଡଲାଇନର ଅନୁକରଣ କରାଯିବା । ଏହି ଆମରଣ ଅନଶନରେ ବାଲେଶ୍ୱର ଡି.ଏସ୍.ପି. ମନୋଜ ରାଉତ ଆସି ବୁଝାସୁଝା କଲାପରେ ସି.ଡି.ଏମ୍.ଓ. ବାନାର୍ଜୀ ପ୍ରସାଦ ଛୋଟରାୟ ଏବଂ ମେଡିକାଲ ସୁପରିଟେଣ୍ଡ ସୁଧିର କୁମାର ଘୋଷ ଆସି ବୁଝାସୁଝା କଲାପରେ ୧୧ ଦଫା ଦାବି ମଧ୍ୟରୁ ୬ଟି ଦାବିକୁ ତୁରନ୍ତ ସମାଧାନ ସହ ଥାଲାସେମିଆ ପିଲାମାନେ ସପ୍ତାହରେ ଆଗରୁ ୩ ଦିନ ରକ୍ତ ପାଉଥିଲେ ମାତ୍ର ଆସନ୍ତା ସପ୍ତାହରୁ କେବଳ ରବିବାରକୁ ଛାଡିଦେଇ ଆଉ ସବୁଦିନ ରକ୍ତ ନେଇପାରିବେ ଏବଂ ଆଉ ୫ଟି ଦାବିକୁ ୨ମାସ ମଧ୍ୟରେ କରାଇବେ ବୋଲି ଲିଖିତ ପ୍ରତିଶୃତି ଦେଲାପରେ ଦୀର୍ଘ ସାଢେ ତେର ଘଣ୍ଟା ପରେ ଅନଶନକାରୀଙ୍କୁ ଓ.ଆର୍.ଏସ୍.ଏଲ୍. ପିଆଇ ଅନଶନ ଭଙ୍ଗ କରାଯାଇଛି । ଅନଶନରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଉପସଭାପତି ସରିତା ସାହୁ, ସହ-ସମ୍ପାଦକ ଭଗବାନ ବେହେରା, କୋଷାଧକ୍ଷ ରାକେଶ କୁମାର ଶିଅଳ, ସଂଯୋଜକ ଆଦ୍ୟାଶା ଚଣ୍ଡ, ମୋନାଲିଶା ନାୟକ, ନମିତା ପତ୍ର ପ୍ରଭୃତି ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସଙ୍ଗଠନ ପକ୍ଷରୁ ପୁଣି ମଧ୍ୟ ଚେତାବନୀ ଦିଆଯାଇଛି କି ଆଉ ବାକି ୫ ଟି ଦାବି ଦେଇଥିବା ସମୟ ୨ ମାସ ମଧ୍ୟରେ ନହେଲେ ପୁଣି ଆମରଣ ଅନଶନରେ ବସିବେ ।

Leave a Reply