Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୩.୦୫.୨୦୨୦)- ଆଗାମି ମଇ ମାସ ୮ ତାରିଖ ବିଶ୍ୱ ଥାଲେସେମିଆ ଦିବସ ଏହି ପରିପେକ୍ଷିରେ ଜଳେଶ୍ୱର ବ୍ଲକର ରକିଛି ଥାଲେସେମିଆ ଅଭିଭାବକ ମାନଙ୍କ ମିଳିତ ଉଦ୍ୟମ ଓ ଆଚ୍ଛା ସଂଗଠନର ସହଯୋଗରେ ଆଜି ବର୍ତ୍ତନା ଗ୍ରାମପଞ୍ଚାୟତର ଗୋପୀନାଥଜୀଉ ନୋଡାଲ ଉପ୍ରା ବିଦ୍ୟାଳୟଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପଦ୍ମଲୋଚନ ବେହେରା ଓ ଶିକ୍ଷକ ରବିନ୍ଦ୍ର ପାଲ୍ ଉକ୍ତଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଯୁବସମାଜସେବୀ ଇଞ୍ଜିନିୟର ମଳୟ ରଞ୍ଜନ ବେହେରା ସାମାଜିକବ ଦୂରତା ବିଷୟରେ ରକ୍ତଦାତା ମାନଙ୍କୁ ବୁଝାଇବା ସହ ମାସ୍କକୁ ବାଧ୍ୟତ ମୂଳକଭାବେ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ ସୁରକ୍ଷା କବଚ ରୂପେ ଆରୋଗ୍ୟ ସେତୁ କୁ କିପରି ଏଣ୍ଡରୟଡ୍ ମୋବାଇଲରେ ଇନଷ୍ଟଲ୍ କରିହବ ଏବଂ ତାର ଉପକାରିତା ବାବଦରେ ଆଚ୍ଛା ସଂଗଠନର ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି ବୁଝାଇଥିଲେ । ସଂଗଠନର ସ୍ୱାସ୍ଥ୍ୟସଂଯୋଜକ ଉଦୟଭାନୁ ନୟକ ଓ ଉପ-ସ୍ୱାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା ଉପସ୍ଥିତ ସମସ୍ତରେ ରକ୍ତଦାତାଙ୍କର ନାମ ପଞ୍ଜିକୃତ କରାଇଥିଲେ ।ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଓ ସଂଯୋଜକ ମନୋଜ କୁମାର ଜେନାଙ୍କ ସମେତ ଅଭିଭାବକ ମାନଙ୍କ ମଧ୍ୟରେ ଭରତ ପରମାଣିକ ,କାଳିଚରଣ ବିର୍‌, ଜନ୍ମେଞ୍ଜୟ ଦଣ୍‌ତପାଟ, ମଧୂସୁଦନ ଜେନା , ନମିତା ମାଝି, ସୁବ୍ରତ ଜେନା ଓ ବଂଶୀଧର ପ୍ରଧାନ ପ୍ରଭୃତି ଉପସ୍ଥିତରହି ସମସ୍ତ କାର୍ଯ୍ୟ ସଂପାଦନା କରିଥିଲେ । ମହାମାରୀ କୋରାନାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଚ୍ଛା ସଙ୍ଗଠନ ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିରରେ ଅଞ୍ଚଳର ଆଶା କର୍ମୀ ଜାନକୀ ରାଉଳ ପ୍ରଥମେ ରକ୍ତ ଦାନ କରି ଉଦାହରଣ ସାଜିଲେ । ଏଥି ସହ ବାଲେଶ୍ୱର ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡ଼. ମହେଶ କୁମାର ବିଶ୍ୱାଳ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଜଗନ୍ନାଥ ପଣ୍ଡା, ଜ୍ୟୋତିଷ ପ୍ରଧାନ, ଏଟେଣ୍ଡେଣ୍ଟ ଅଜୟ କୁମାର ମହାପାତ୍ର ଓ ବିଜୟ ବଳ ଉପସ୍ଥିତ ରହି ୪୬ ୟୁନିଟ ରକ୍ତ ସଂଗ୍ରହ କରି ବାଲେଶ୍ୱର ରକ୍ତ ଭଣ୍ଡାରକୁ ନେଇଥିଲେ । ଶେଷରେ ଏହି ଥଲାସେମିଆ ପିଲାମାନଙ୍କ ଉତ୍ତମ ଚିକିତ୍ସା ପାଇଁ ହାଇଟେକ ମେଡ଼ିକାଲ କଲେଜର ଦନ୍ତବିଭାଗର ଉପାଧ୍ୟକ୍ଷ ଡାକ୍ତର ସୁବାଷ ଚନ୍ଦ୍ର ନାୟକ ନିଜର ଡାକ୍ତରୀ ବନ୍ଧୁ ମାନଙ୍କ ସହ ଆଲୋଚନା କରି ପିଲାମାନଙ୍କୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply