Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କେନ୍ଦୁଝର (୨୧-୦୩-୨୦୨୧): ଆଚ୍ଛା ସଙ୍ଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ବୀର ଗୋବିନ୍ଦପୁର୍ ପଞ୍ଚାୟତ ବୀରଗୋବିନ୍ଦପୁର୍ ଗାଁ ରେ ଆଚ୍ଛା ସଂଗଠନ ର ସଦସ୍ୟ ମାନଙ୍କ ସହଯୋଗରେ “ଆମ ଗାଁ ଆଦର୍ଶ ଗାଁ” କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ରେ ଅନୁଷ୍ଠିତ କରାଯାଇଛି । ଏହି କାର୍ଯକ୍ରମ କୁ ଉକ୍ତ ସ୍ଥାନ ରେ କରାଇବା ପାଇଁ କେନ୍ଦୁଝର ଜିଲ୍ଲା ର ଯୁବକ ତଥା ଆଛା ସଂଗଠନର ଉପସଭାପତି ଶ୍ରୀକାନ୍ତ ମିଶ୍ର ପ୍ରସ୍ତାବ ରଖିଥିଲେ ତତ୍ ପରେ ସଂଗଠନ ର ସମସ୍ତ ସଦସ୍ୟଙ୍କ ସମର୍ଥନ କ୍ରମେ ସଂଗଠନ ର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ସିକୃତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ସରକାର ସାଧାରଣ ଲୋକଙ୍କ ହିତ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ମାତ୍ର ପ୍ରକୃତ ହିତାଧିକାରୀ ଏହାର ଉପକାରିତା ପାଉନାହାନ୍ତି । ଏହାର କାରଣ ହେଉଛି ସାଧାରଣ ଲୋକ ମାନେ ସରକାରୀ ଯୋଜନା ବାବଦରେ ସଚେତନ ନାହାନ୍ତି ତେଣୁ ଆଚ୍ଛା ସଙ୍ଗଠନ ପକ୍ଷରୁ ଗୋଟିଏ ଗୋଟିଏ ଗାଁ କୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରି ସେହି ଗ୍ରାମରେ ଲୋକମାନଙ୍କୁ ତାଙ୍କ ଅଧିକାର ବାବଦରେ ସଚେତନ କରାଇ ସ୍ବଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବାର ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏହି ଗ୍ରାମର ପ୍ରତିଟି ସମସ୍ୟା ବାବଦରେ ସରକାରଙ୍କୁ ଅବଗତ କରି ସସକ୍ତ ଗ୍ରାମରେ ପରିଣତ କରିହେବ ବୋଲି ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ସଭାରେ ପ୍ରକାଶ କରିଛନ୍ତି । ଏହି ସଭାରେ ଆନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ଉପସ୍ଥିତ ଥିଲେ । ବୀରଗୋବିନ୍ଦପୁର ଗ୍ରାମ ର ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣ ରେ ସଫେଇ କାର୍ଯକ୍ରମ କରାଯାଇଥିଲା ସଭାକାର୍ଯ୍ୟ ପରେ ସଙ୍ଗଠନର ସଦସ୍ୟ ସଦସ୍ୟା ମାନଙ୍କ ସହ ଗ୍ରାମ ବାସୀ ଏକତ୍ରିତ ହୋଇ ପ୍ରତି ଘରକୁ ଘର ଯାଇ ସର୍ବେକ୍ଷଣ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଆଗାମୀ ଦିନରେ ଏହି ରିପୋର୍ଟ କୁ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାଧାରଣ ଲୋକଙ୍କ ହକ୍ ପ୍ରଦାନ କରିପାରିବେ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ବାବଦରେ ଲୋକେ ଜାଣିଲା ପରେ ପ୍ରତି ଗ୍ରାମ ଆଦର୍ଶ ଗ୍ରାମରେ ପରିଣତ ହୋଇ ପାରିବେ । ଏହି କାର୍ଯ୍ୟକ୍ରମରେ ଆଚ୍ଛା ସଙ୍ଗଠନର ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ରାଜ୍ୟ ଉପସଭାପତି ଗିରୀଶ ମିଶ୍ର , ରାଜ୍ୟ କୋଷାଧ୍ୟକ୍ଷ ରାକେଶ କୁମାର ଶିଆଳ,ରାଜ୍ୟ ଉପସଭାପତି ସୋନାଲି ପ୍ରିୟଦର୍ଶିନୀ, ମୋନାଲିସା ବେହେରା , ରଶ୍ମିତା ମହାପାତ୍ର , ଭଗବାନ ବେହେରା , ଅଜିତେଶ ଜେନା , ବୀରଗୋବିନ୍ଦପୁର ଗ୍ରାମ ର ସ୍ଵୟଂ ସହାୟକ ଗୋଷ୍ଠୀ ର ପଞ୍ଚାୟତ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମିଶ୍ର ଓ ବରିଷ୍ଠ ବ୍ୟକ୍ତି ପ୍ରସନ୍ନ ମହାପାତ୍ର , ଦେବାଶିଷ ମହାପାତ୍ର , ପ୍ରଦୀପ କୁମାର ପତି , ଗଜେନ୍ଦ୍ର ମହାପାତ୍ର , ସମରେନ୍ଦ୍ର ମିଶ୍ର , ସତ୍ୟବ୍ରତ ମହାପାତ୍ର , ଆନନ୍ଦ ମlଝି , ସୁଦର୍ଶନ ମlଝି , ବିଶ୍ବମ୍ବର ମାଝି , ପ୍ରଭୃତି ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Leave a Reply