ବାଲେଶ୍ୱର (୧୩.୦୪.୨୦୨୦) – ପବିତ୍ର ମହାବିଶୁବ ସଂକ୍ରାନ୍ତୀ , ମହାବୀର ଜୟନ୍ତୀ ଓ ଓଡିଆ ନବବର୍ଷରେ ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ନଗ୍ରମ ପଞ୍ଚାୟତର ତିନି ସମାଜସେବୀ ରବିନ୍ଦ୍ର ରାଜ , ତନ୍ମୟ ମନ୍ତ୍ରୀ ଓ ସତ୍ୟଜିତ ଦାସଙ୍କ ସହୋଯଗରେ ବାଲେଶ୍ୱର ସଦର ବ୍ଲକ ଅଧିନ ନଗ୍ରମ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , କାଉନସିଲର ଶ୍ରୀମତୀ ସୁଚିସ୍ମିତା ଦାସ, ଲ୍ୟାବ ଟେଷ୍ଟ ଅଧିକାରୀ ଜ୍ୟୋତିଶ କୁମାର ପ୍ରଧାନ, ଏଟେନ୍ଡେନ୍ଟ ଅଜୟ କୁମାର ମହାପାତ୍ର ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର ଅନ୍ତର୍ଯ୍ୟାମି ବେହେରା ପ୍ରଭୃତି ସହଯଗ କରିଥିଲେ । ଏହି ଶିବିରରେ ୩୦ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023