Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୨.୦୯.୨୦୨୧)- ଦିନ-କ-ୁଦିନ ନୋବେଲ୍ କରୋନା ଭାଇରସ୍‌ର ଦ୍ୱିତୀୟ ଲହରି ତାର କାୟାବିସ୍ତାର କରିବାରେ ଲାଗିଥିବା ସମୟରେ ସାରା ବାଲେଶ୍ୱର ଜିଲ୍ଲାରେ ଏକ ପ୍ରକାରର କୋକୁଆଭୟ ଦେଖାଯାଇଛି ଏଭଳି ଅସମ୍ଭାଳ ପରିସ୍ଥିତିରେ ଆଜି ବାହାନଗା ବ୍ଲକର ନୁଆପୁର ବାତ୍ୟା ଆଶ୍ରୟ ସ୍ଥଳି ଠାରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର କରାଯାଇଥିଲା । ପଞ୍ଚାୟତର ସରପଞ୍ଚ ମନୋରମା ମଲ୍ଲିକ ଓ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ ।

ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ବାହାନଗା ବ୍ଲକ ମିଡିଆ ପ୍ରଭାରୀ ସୌମ୍ୟ ରଞ୍ଜନ ଦାଶ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମ ପଞ୍ଜିକରଣ କରାଇଥିଲେ । ଆଚ୍ଛା ସଙ୍ଗଠନର ବାହାନଗା ବ୍ଲକ କୋଡ଼ିନେଟର ରତ୍ନାକର ମଲ୍ଲିକ ଓ ଆଚ୍ଛା ସଙ୍ଗଠନର ନାରୀ ନେତ୍ରୀ ନନ୍ଦିନୀ ନାୟକଙ୍କ ସମ୍ପୂର୍ଣ୍ଣ ପ୍ରଚେଷ୍ଟାରେ ନୁଆପୁର ଅଞ୍ଚଳର ଯୁବପିଢ଼ି ମାନେ ଏକତ୍ରିତ ହୋଇ ଶାନ୍ତିଶୃଙ୍ଖଳାର ସହିତ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦେବା ପରେ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ମହେଶ ବିଶ୍ୱାଳ, ଦୁଇ ଲାବ ଟେକ୍ନିସିଆନଜଗନ୍ନାଥ ପଣ୍ଡା ଓ ଜ୍ୟୋତିଶ୍ ପ୍ରଧାନ , ଦୁଇ ଏଟେଣ୍ଡାଣ୍ଟ ବିନୋଦ ବିହାରୀ ଦାସ ଓ ବିଦ୍ୟାଧର ସାହୁ ପ୍ରବୃତ୍ତି ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ ।

ଆଚ୍ଛା ସଙ୍ଗଠନ ବାହାନଗା ବ୍ଳକ ପକ୍ଷରୁ ରତ୍ନାକର ମଲିକ, ସୁଧାକର ମଲିକ, ବିଶ୍ୱଜିତ୍ ନାୟକ , ଉମେଶ ଦାସ , ସାଗର ମଲିକ , ଶାଶ୍ଵତ ମଲିକ, ରିତୁପ୍ରକାଶ ମଲିକ , ଦେବେନ୍ଦ୍ର ଦାସ, ସମ୍ୟଜିତ୍ ଦାସ ମହାପାତ୍ର, ସୁଜାତା ଜେନା, ରଞ୍ଜିତା ମଲ୍ଲିକ, ଦେବେନ୍ଦ୍ର ରଥ ପ୍ରଭୃତି ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Leave a Reply