Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୧୩.୦୪.୨୦୨୦) – ଆଚ୍ଛା ସଙ୍ଗଠନର ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର ଅନ୍ତର୍ଯ୍ୟାମି ବେହେରାଙ୍କ ତତ୍ତ୍ୱାବଧାନ ଓ ନୂଆପୁର ପଞ୍ଚାୟତର ସରପଞ୍ଚ ମନୋରମା ମଲ୍ଲିକଙ୍କ ସହୋଯଗରେ ବାଲେଶ୍ୱର ବାହାନଗା ବ୍ଲକ ଅଧିନ ନୂଆପୁର ପଞ୍ଚାୟତର ବାତ୍ୟା ଅଶ୍ରୟ ସ୍ଥଳି ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଯିବା ସହ ସରପଞ୍ଚ ଶ୍ରୀମତି ମଲ୍ଲିକ ସମସ୍ତଙ୍କୁ ମାକ୍ସ ପିନ୍ଧାଇ ରକ୍ତ ଦେବା ପାଇଁ ପଠାଇଥିଲେ । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା ଓ ଜ୍ୟୋତିଶ କୁମାର ପ୍ରଧାନ, ଏଟେନ୍‌ଡେନ୍ଟ ବିନୋଦ ବିହାରି ଦାସ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ସାମାଜିକ ଗଣମାଧ୍ୟମ ସଂଯୋଜକ ରାକେଶ ବେହେରା ପ୍ରଭୃତି ସହଯଗ କରିଥିଲେ । ଏହି ଶିବିରରେ ୨୨ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।

Leave a Reply