ବାଲେଶ୍ୱର (୩୦.୦୪.୨୦୨୦)- ଦିନ-କ-ୁଦିନ ନୋବେଲ୍ କରୋନା ଭାଇରସ୍ ତାର କାୟାବିସ୍ତାର କରିବାରେ ଲାଗିଥିବା ସମୟରେ ସାରା ବାଲେଶ୍ୱର ଜିଲ୍ଲାରେ ଏକପ୍ରକାରର କୋକୁଆଭୟ ଦେଖାଯାଇଛି ଏଭଳି ଅସମ୍ଭାଳ ପରିସ୍ଥିତିରେ ଆଜି ସଦର ବ୍ଲକର ଗେଙ୍ଗୁଟି ପଞ୍ଚାୟତ ଅଧିନସ୍ଥ ବାରିଙ୍ଗିଆ ପ୍ରଥମିକ ବିଦ୍ୟାଳୟ ଠାରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର କରାଯାଇଥିଲା । ଅଞ୍ଚଳର ବରିଷ୍ଠ ସମାଜସେବୀ ପ୍ରମୋଦ ନାୟକଙ୍କ ସହଯୋଗରେ ଆଜି ସରପଞ୍ଚ ବିରୁପାକ୍ଷ ମହାପାତ୍ର ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନ ଶିବିର ଉଦଘାଟନ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର୍ ଅନ୍ତରର୍ଯ୍ୟମି ବେହେରା ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମ ପଞ୍ଜିକରଣ କରାଇଥିଲେ । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ହାଇଟେକ ମେଡିକାଲ କଲେଜରେ ଦନ୍ତ ବିଭାଗର ଉପାଧ୍ୟକ୍ଷ ଡ. ସୁବାଷ ଚନ୍ଦ୍ର ନାୟକ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦେବା ପରେ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ମହେଶ କୁମାର ବିଶ୍ୱାଳ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା, ବିଜୟ ପଟ୍ଟନାୟକ, ଏଟେନ୍ଡେନ୍ଟ ଅଜୟ ମହାପାତ୍ର ଓ ବିଦ୍ୟାଧର ସାହୁ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଆବାହକ ଶୁସାନ୍ତ ପରିଡା, ଲକ୍ଷ୍ମିଧର ବାରିକ, ସରୋଜିନୀ ନାୟକ, ଅଜୟ ନାୟକ, ନମିତା ପାତ୍ର, ଅମିତ ସେନାପତି, କପିଳ ରାଉତ, ଜିତୁନ ବାରିକ ପ୍ରଭୃତିଙ୍କ ସହାୟତାରେ ୩୫ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।