Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର –(୧୭.୦୭.୨୦୨୦) ବୃକ୍ଷ ହିଁ ଜୀବନ । ମାତ୍ର ଆମେ ସେଥିପାଇଁ ଏତେଟା ବି ସଚେତନ ନୁହଁ । ଆଗଭଳି ଆଉ ବର୍ଷା ମଧ୍ୟ ହେଉନାହିଁ ଠିକ୍ ସମୟରେ ସେଥିପାଇଁ ଜଙ୍ଗଲ ନଷ୍ଟ ହିଁ ଦାୟୀ । ବର୍ତ୍ତମାନ ଅନେକ ସଂଗଠନ ଅନେକ ସ୍ୱେଚ୍ଛାସେବୀ ମଧ୍ୟ ବୃକ୍ଷରୋପଣ କରୁଛନ୍ତି କିନ୍ତୁ ରକ୍ଷଣା ବ୍ୟକ୍ଷଣା ଅଭାବରୁ ଉକ୍ତ ଗଛ ଟୋପେ ପାଣି ନପାଇ ମରିଯାଉଛି । ସେହିଭଳି ଭାବରେ ଓଡିଶାର ସୁନାମଧନ୍ୟ ସଂସ୍ଥା ହେଉଛି “ଆଚ୍ଛା” ସଂଗଠନ ଲକ୍ ଡାଉନ୍ ସମୟ ହେଉକି ଅନ୍ ଲକ୍ ରେ ସଦାସର୍ବଦା କିଛିନା କିଛି ସାମାଜିକ କାର୍ଯ୍ୟରେ ଲିପ୍ତରହିଛି । ଆଜି ଆଚ୍ଛା ସଂଗଠନର ବାଲେଶ୍ୱର ଜିଲ୍ଲା ସଭାପତି ବିନୋଦ୍ କୁମାର ମାଝୀଙ୍କ ନେତୃତ୍ୱରେ ସଦର ବ୍ଲକ ଅନ୍ତର୍ଗତ ରସୁଲପୁର ପଞ୍ଚାୟତରେ “ବୃକ୍ଷରୋପଣ ଓ ତାର ରକ୍ଷଣ ବେକ୍ଷଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗଠନର ସମସ୍ତ ସଦସ୍ୟଙ୍କ ସହଯୋଗରେ ମିମ୍ବ ଗଛ, ଆମ୍ବ ଗଛ, ବରଗଛ, ଅଶ୍ୱତ୍‌ଥ ଭଳି ଅନେକ ଗଛର ଚାରା ରୋପଣ ସହ କିପରି ତାହା ର ଯତ୍ନ ନିମନ୍ତେ ବୃକ୍ଷର ଚାରିପାଖରେ ବାଉଁଶ କୋଣିରେ ବାଡ ଘେରାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ

Leave a Reply