Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କଟକ (20/06)- କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ବିଭିନ୍ନ କରୋନା କଟକଣା ଜାରି କରିବା ସହିତ ଲକ୍‌ଡ଼ାଉନ୍‌, ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଦୋକାନ ବଜାର ବନ୍ଦ ରହିବା ସହିତ ବିଭିନ୍ନ ଧାର୍ମିକ ପୀଠ ବନ୍ଦ ରହିଛି । ଫଳରେ ଶ୍ରଦ୍ଧାଳୁମାନଙ୍କ ଦାନରେ ଜୀବିକା ନିର୍ବାହ କରୁଥିବା, ଅସହାୟ ମଣିଷ ଏବଂ ପଶୁପକ୍ଷୀମାନେ ଖାଦ୍ୟ ବିନା ବହୁ କଷ୍ଟରେ ଅଛନ୍ତି । କରୋନା କାଳରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପ୍ରଭାବ ଯୋଗୁ ପରଜୀବୀ ପଶୁପକ୍ଷୀମାନେ ଖାଦ୍ୟ ପାଇବାରୁ ବଂଚିତ ହୋଇ ଅନେକ ରୋଗଗ୍ରସ୍ତ ଏବଂ ମୃତ୍ୟୁବରଣ କରୁଥିବା ନଜିର ରହିଛି ।

ଏହି ପରୀପ୍ରେକ୍ଷୀରେ ଆଚ୍ଛା ସଙ୍ଗଠନ କଟକ ଜିଲ୍ଳା ପକ୍ଷରୁ ଲୋକନାଥ ବେହେରା , ସତ୍ୟଜିତ ସେନାପତି, ମାନସ ଦାସ, ରାଜେଶ ମହାନ୍ତି, ରାକେଶ ମହାରଣା, ବିଜୟ ସେଠୀ ଓ ସଙ୍ଗିତା ସୁତାର ପ୍ରଭୃତି ଆଜି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଅସହାୟଙ୍କୁ ସହଯୋଗର ହାତ ବଢାଇ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି । ଏହା ସହ କଟକ ସହରର ବିଭିନ୍ନ ସ୍ଥାନରେ ରାସ୍ତାରେ ବୁଲୁଥିବା କୁକୁର, ଗାଇ, ପଶୁପକ୍ଷି ମାନଙ୍କର ଖାଦ୍ୟ ଅଭାବ ମଧ୍ୟ ସଙ୍ଗଠନର ଦୃଷ୍ଟିଗୋଚର ହେବାରୁ ଆଜି ଆଚ୍ଛା ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ବୁଲା ପଶୁପକ୍ଷି ମାନଙ୍କୁ ଖାଦ୍ୟ ଖୁଆଇ ବେଶ ଅନନ୍ଦିତ ଅନୁଭବ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply