ବାଲେଶ୍ୱର (୨୧.୦୪.୨୦୨୦) – ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ବାଲେଶ୍ୱରରେ ଭୟାଭୟ ରୁପ ଧାରଣ କରିଥିବା ସମୟରେ ଆଚ୍ଛା ସଙ୍ଗଠନର ବାଲେଶ୍ୱର ରକ୍ତ ଭଣ୍ଡାରରେ ରକ୍ତାଭାବ ଦୂର କରିବା କାର୍ଯ୍ୟକ୍ରମକୁ ସମାଜସେବୀ ଡ. ବେଣୁମାଧବ ପଣ୍ଡା ଓ ବାଲେଶ୍ୱର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ସମର୍ଥନ ଜଣାଇ ସହଯୋଗର ହାତ ବଢାଇଛନ୍ତି । ଆଚ୍ଛା ସଙ୍ଗଠନ ପକ୍ଷରୁ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତା ବ୍ୟବହାର କାରି ସିମୁଳିଆ ବ୍ଲକ ମହମ୍ମଦପୁର ଉଚ୍ଚ ବିଦ୍ୟାଳୟ ଠାରେ ସମାଜସେବୀ ଗଣେଶ ଚନ୍ଦ୍ର ସାହୁଙ୍କ ସହଯୋଗରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ଦିଆଯାଇଥିଲା । ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ, ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ସଂଯୋଜକ ରାକେଶ କୁମାର ଶିଅଳ, ବୈଦ୍ୟନାଥ ମହାକୁଡଙ୍କ ତତ୍ତ୍ୱାବଧାନ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଜଗନ୍ନାଥ ପଣ୍ଡା, ଜ୍ୟୋତିଶ ପ୍ରଧାନ, ଏଟେନ୍ଡେନ୍ଟ ଅଜୟ କୁମାର ମହାପତ୍ର ଓ ବିଦ୍ୟାଧର ସାହୁ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ଗ୍ରାମର ବରିଷ୍ଠ ସମାଜସେବୀ ଗଣେଶ ଚନ୍ଦ୍ର ସାହୁ, ଗ୍ରାମର ଆଶା ମନୋରମା ସାହୁ, ରଞ୍ଜନ କୁମାର ବେହେରା, ଅଭିରାମ ଖିଲାର, ସୁଶାନ୍ତ ସାହୁ, ଶରତ ଚନ୍ଦ୍ର ଉପାଧ୍ୟାୟ, ପ୍ରଭାତ ବେହେରା, ଶ୍ରୀଧର ପଲାଇ, ପ୍ରଦୀପ ନାୟକ, ନିରଞ୍ଜନ ମିଶ୍ର, ଗଦାଧର ଶିଅଳ ଓ ସୁଶାନ୍ତ ଘଡେଇ ପ୍ରଭୃତି ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023