Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ଜଗତସିଂହପୁର : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଆଚ୍ଛା ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ତୃଣମୂଳ ସ୍ତରରେ ମହିଳା ମାନଙ୍କୁ ଏକତ୍ରିତ କରି ଅସହାୟ ଲୋକଙ୍କ ସ୍ୱର ସାଯିବାରେ ନିଜକୁ ନିୟୋଜିତ କରିଛି । ସଙ୍ଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁକନ୍ତି ଦାସଙ୍କ ନେତୃତ୍ୱରେ ଆଜି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣଦାସପୁର ପଂଚାୟତର ଖାଙ୍କରପୁର ଗ୍ରାମ ସାଇ ମନ୍ଦିର ପ୍ରାଙ୍ଗଣରେ ବିପ୍ଲବୀ ମହିଳା ମାନେ ଆଚ୍ଛା ସଙ୍ଗଠନରେ ସାମିଲ ହେବା ସହ ଦୁର୍ନିତି ବିରୁଦ୍ଧରେ ଲଢେଇକୁ ଜୋରଦାର କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି। ଉକ୍ତ ବୈଠକରେ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ସାମିଲ ହୋଇ ଅସହାୟ ମହିଳା ମାନଙ୍କ ସମସ୍ୟା ବାବଦରେ ବୁଝିବା ସହ ଅଞ୍ଚଳର ସମସ୍ୟାର ସମାଧାନ ବାବଦରେ ଅଲୋଚନା କରିଥିଲେ ।

ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପଟ୍ଟା, ଆବାସ, ଖାଉଟି ଯୋଜନା, ଜୀବନ ଓ ଜୀବିକା ଭଳି ନାନାଦି ମୌଳିକ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ମହିଳା ମାନେ ଏକଜୁଟ ହୋଇଛନ୍ତି । ଉକ୍ତ ବୈଠକରେ ସକୁନ୍ତଳା ମିଶ୍ର, ମମତା ବାରିକ, ନରେଶ ବାରିକ, ସୌଦାମିନୀ ନନ୍ଦ, କାଦମ୍ବିନୀ ନନ୍ଦ, ପ୍ରଶାନ୍ତ ଦାସ, ସାଗରିକା ଦାସ ପ୍ରଭୁତି ଶତାଧିକ ସଦସ୍ୟ ସଦସ୍ୟା ଉପସ୍ତିତ ଥିଲେ । ସଙ୍ଗଠନ ପକ୍ଷରୁ ଉକ୍ତ ଗ୍ରାମକୁ ପୌଷ୍ୟ ଗ୍ରାମ ରୁପେ ଗ୍ରହଣ କରି ସଙ୍ଗଠନର “ଆମ ଗାଁ ଆଦର୍ଶ ଗାଁ” କାର୍ଯ୍ୟକ୍ରମ କରାଯିବ ବୋଲି ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ୍ ଦାସ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply